ଏକ ସପ୍ତାହ କାଜଲଙ୍କ ସହ କଥା ହୋଇ ନଥିଲେ ବାପା

ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲଙ୍କ ୧୯୯୯ ମସିହା ଫେବୃୟାରୀ ୨୪ ତାରିଖରେ ବିବାହ କରିଥିଲେ। ମାତ୍ର ଉଭୟଙ୍କ ଏହି ବିବାହା ପ୍ରସ୍ତାବକୁ ପ୍ରଥମେ କାଜଲଙ୍କ ବାପା ଗ୍ରହଣ କରି ନ ଥିଲେ। ଏ ନେଇ ସେ ଏକ ସପ୍ତାହ ଝିଅଙ୍କ ସହ ସେ କଥା ସହୋଇ ନ ଥିଲେ। ଅଜୟଙ୍କ ସହ ବିବାହ କରିବା କଥା ଉଠାଇବା ନେଇ ଝିଅଙ୍କ ଉପରେ ସେ ରାଗି ଯାଇଥିଲେ।
କାଜଲ ବିବାହ କରନ୍ତୁ ବୋଲି ବାପା ଚାହୁଁ ନ ଥିଲେ। କ୍ୟାରିୟରର ଶିଖରରେ ପହଞ୍ଚି ପଛକୁ ଫେରନ୍ତୁ ବୋଲି ସେ ଚାହୁଁ ନ ଥିଲେ। ଏ ନେଇ ସେ କାଜଲଙ୍କ ସହ ସେ ଏକ ସପ୍ତାହ କଥା ହୋଇ ନ ଥିଲେ। କିନ୍ତୁ ପରିଶେଷରେ ହଁ ଭରିବା ପରେ ଉଭୟଙ୍କ ବିବାହ ହୋଇ ଥିଲା।

Share