Categories: ଜାତୀୟ

ରାତିସାରା ବାପ-ପୁଅଙ୍କୁ ଲାଠିମାଡ଼ ହୋଇଥିଲା

ମଦୁରାଇ,୧।୭: ମଦୁରାଇର ସଥକୁଲମ୍‌ ହାଜତରେ ବାପ-ପୁଅଙ୍କ ମୃତ୍ୟୁକୁ ନେଇ ବିବାଦ ଦେଖାଦେଇଥିବା ବେଳେ ମହିଳା ହେଡ୍‌ କନ୍‌ଷ୍ଟେବଳ କୋଭିଲପଟ୍ଟି ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ସବୁ ସତ ମାନିଯାଇଛନ୍ତି। ସେ କହିଛନ୍ତି ଯେ, ଜୁନ୍‌ ୧୯ରେ ଗିରଫ ହୋଇଥିବା ପି. ଜୟରାଜ(ବାପ) ଓ ଜେ. ବେନିକ୍ସ(ପୁଅ)ଙ୍କୁ ହାଜତରେ ରାତିସାରା ରଖାଯାଇ ଲାଠିରେ ନିର୍ଧୂମ ମାଡ଼ ମରାଯାଇଥିଲା। ଜୁନ୍‌ ୨୮ରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ସେ ଭୟଭୀତ ହୋଇ ମନ୍ତବ୍ୟ ରଖିଥିଲେ। ଟେବୁଲ ଓ ଲାଠିରେ ରକ୍ତ ଲାଗିଥିବା ସେ କହିଥିଲେ। ମାଜିଷ୍ଟ୍ରେଟ୍‌ କହିଛନ୍ତି, ଲାଠିଦେବାକୁ ପୋଲିସ ପ୍ରଥମେ ମନାକରୁଥିବା ବେଳେ ପରେ ହସ୍ତାନ୍ତର କରିଥିଲା। ଜୁନ୍‌ ୧୯ ପରଠାରୁ ସିସିଟିଭି ଫୁଟେଜ୍‌ କିଛି କାମ କରୁ ନ ଥିଲା। ଏହି ରିପୋଟର୍’କୁ ଭିତ୍ତିକରି ମାଡ୍ରାସ ହାଇକୋର୍ଟ ୩ ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।

Share