ଗାର୍ଡେନିଂ କରୁଥିଲେ…

ଗାର୍ଡେନିଂ କରିବା ପାଇଁ
ଅଧିକାଂଶ ମହିଳାଙ୍କୁ ଭଲ ଲାଗିଥାଏ। ସେଥିପାଇଁ କିଏ କିଚେନ୍‌ ଗାର୍ଡେନ କରନ୍ତି ତ କିଏ ବିଭିନ୍ନ ପ୍ରକାରର ଫୁଲ ଗଛ ସବୁ ଲଗାଇଥାନ୍ତି। ତେବେ ବାଡିବଗିଚା କିମ୍ବା କୁଣ୍ଡରେ ଗଛ ଲଗାଇଥିଲେ ସେସବୁର କିଭଳି ଯତ୍ନ ନେବେ ସେନେଇ ଜାଣି ରଖନ୍ତୁ…

ଘରେ ଯେକୌଣସି ଗଛ ଲଗାନ୍ତୁ ସେଥିରେ ରାସାୟନିକ ସାର ବଦଳରେ ଜୈବିକ ସାର ପ୍ରୟୋଗ କରନ୍ତୁ।
ଘରେ ତିଆରି ହୋଇ ସାରିବା ପରେ ଫିଙ୍ଗା ହେଉଥିବା ଚା’ ପତି ଏକ ଭଲ ଜୈବିକ ସାରଭାବେ କାମ ଦେଇଥାଏ। ତେଣୁ ଚା’ ସରିବା ପରେ ଚା’ପତିକୁ ଶୁଖାଇ ତାକୁ ଗଛ ମୂଳରେ ଦିଅନ୍ତୁ।
ବିଭିନ୍ନ ପ୍ରକାରର ପରିବା ଚୋପାକୁ ମଧ୍ୟ ସାର ତିଆରି କରି ଗଛ ମୂଳରେ ଦେଇପାରିବେ।
ପିଆଜ ଚୋପାକୁ ଆପଣ କୀଟନାଶକଭାବେ ବ୍ୟବହାର କରିପାରିବେ। ଏଥିପାଇଁ ଏକ ବୋତଲରେ ପାଣି ସହିତ ପିଆଜ ଚୋପାକୁ ପକାଇ ତିନି ଦିନ ରଖି ଦିଅନ୍ତୁ। ଏହାପରେ ଏହି ପାଣିକୁ ବାହାର କରି ଗଛରେ ସ୍ପ୍ରେ କରନ୍ତୁ। ଗଛରେ ପୋକ ଲାଗିବେ ନାହିଁ।
ଗଛର ବୃଦ୍ଧି ଅନୁସାରେ ସେସବୁକୁ ଉପଯୁକ୍ତ ସ୍ଥାନରେ ଲଗାନ୍ତୁ। ଯଦି ବଡ ଗଛକୁ ଛୋଟ କୁଣ୍ଡରେ ଲଗାଇବେ ତେବେ ତାହା ଠିକ୍‌ ଭାବେ ବଢି ପାରିବ ନାହିଁ। ତେଣୁ ଗଛକୁ ଏକ ସ୍ପେଶ୍‌ ଦିଅନ୍ତୁ।
ବେଳେବେଳେ ଭିଟାମିନ୍‌ କିମ୍ବା କ୍ୟାଲସିୟମ୍‌ ଭଳି ଔଷଧ ଅଧିକ ଦିନ ରହିବା ଫଳରେ ତାହା ଏକ୍ସପାୟାର ହୋଇଯାଏ। ଏହି ସବୁ ଔଷଧକୁ ଡଷ୍ଟବିନରେ ଫିଙ୍ଗନ୍ତୁ ନାହିଁ, ବରଂ ଏହାକୁ ସିଧାସଳଖ ଗଛ ଲଗାଇଥିବା କୁଣ୍ଡରେ ପକାଇ ଦିଅନ୍ତୁ। ଏହା ଫଳରେ ଗଛର ଭଲ ଗ୍ରୋଥ ହେବା ସହିତ ଗଛରେ ପୋକ ଲାଗିବେ ନାହିଁ।