Posted inଜାତୀୟ

ଫାରୁକ ଅବଦୁଲ୍ଲାଙ୍କ ବୈଠକରେ ପହଞ୍ଚିଲେ ମୁଫତି

ଶ୍ରୀନଗର,୨୨ ।୮: ଜମ୍ମୁ-କଶ୍ମୀରରେ ନ୍ୟାଶନାଲ କଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ଘରେ ଶ୍ରୀନଗରରେ ସର୍ବଦଳୀୟ ବୈଠକ ଆୟୋଜିତ ହୋଇଛି । ରାଜ୍ୟରେ ରହୁଥିବା ରାଜ୍ୟ ବାହାରର ଲୋକଙ୍କୁ ନିର୍ବାଚନ କମିଶନ ଦେଇଥିବା ମତଦାନ ଅଧିକାରକୁ ନେଇ ଅବଦୁଲ୍ଲା ଜମ୍ମୁ-କଶ୍ମୀରର ସମସ୍ତ ରାଜନୈତିକ ଦଳଙ୍କର ଏକ ବୈଠକ ଡାକିଥିଲେ । ଏହି ବୈଠକରେ ପିଡିପି ମୁଖ୍ୟ ମେହେବୁବା ମୁଫତି ବି ଯୋଗ ଦେଇଥିଲେ । ତେବେ ବୈଠକରେ ଯୋଗ ଦେଇଥିବା ସମସ୍ତ ନେତା ରାଜ୍ୟରେ ହେବାକୁ ଯାଉଥିବା ନୂଆ ଭୋଟର ତାଲିକା ବା ରାଜ୍ୟ ବାହାରର ଭୋଟରଙ୍କୁ ନେଇ ଆପତ୍ତି ଉଠାଇଥିଲେ ।
ନ୍ୟାଶନାଲ କନଫରେନ୍ସର ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା କହିଛନ୍ତି ବୈଠକରେ ଏହା ସ୍ଥିର ହେଲା କି ଆମେ ଜମ୍ମୁ-କଶ୍ମୀର ବାହାରର ଲୋକଙ୍କୁ ଏଠାରେ ଦିଆଯାଇଥିବା ମତଦାନ ଅଧିକାରକୁ ବିରୋଧ କରୁଛୁ । ସେ କହିଛନ୍ତି ଏମିତି କରି କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ରାଜନୈକ ଦିଶାକୁ ବଦଳାଇବାକୁ ଚେଷ୍ଟା କରୁଛନ୍ତି । ଫାରୁକ ଅବଦୁଲ୍ଲା କହିଛନ୍ତି ଯେଉଁମାନେ ଏଠିକାର ବାସିନ୍ଦା ନୁହେଁ ସେମାନଙ୍କୁ କିପରି ମତଦାନର ଅଧିକାର ଦିଆଯିବ ।
ସୂଚନାଯୋଗ୍ୟ, ଗତ ବୁଧବାର ରାଜ୍ୟ ନିର୍ବାଚନ କମିଶନ କହିଥିଲେ କି ରାଜ୍ୟ ବାହାରର ଯେଉଁ ଲୋକେ ଜମ୍ମୁ-କଶ୍ମୀରରେ ରହୁଛନ୍ତି, ସେମାନେ ବିନା ଆବାସ ପ୍ରମାଣ ପତ୍ରରେ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିପାରିବେ ଓ ଆସନ୍ତା ବିଧାନସଭା ନିର୍ବାଚନରେ ଭୋଟ ଦେଇ ପାରିବେ । ଏବେ ଏହାକୁ ନେଇ ଘାଟିରେ ରାଜନୀତି ହୋଇଛି ସରଗରମ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

ମଣ୍ଡିରେ ପଡ଼ିଛି ଧାନ: ଚାଲିଛି ନେତାଙ୍କ ଟଣା ଓଟରା

ଭୁବନେଶ୍ୱର,୨୨।୧୨: ମଣ୍ଡିରେ ଚାଷୀଙ୍କ ଧାନ କିଣା ସମସ୍ୟା ନେଇ ପ୍ରତିକ୍ରିୟା ରଖିଲା ବିଜେଡି। ସମବାୟ ମନ୍ତ୍ରୀଙ୍କୁ ବିଜେଡି ବରିଷ୍ଠ ଉପ ସଭାପତି ସଞ୍ଜୟ ଦାସବର୍ମା ଟାର୍ଗେଟ...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ପୁଅ IPLରେ ଚୟନ ହେବା ପରେ ଖୁସି ହେଲେ ପପୁ, ଦହି-ପୋଡି କରି ଗାଁ ଲୋକଙ୍କୁ…

ନୂଆଦିଲ୍ଲୀ,୨୨।୧୨: ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ ପପ୍ପୁ ଯାଦବ ତାଙ୍କ ପୁଅ ସାର୍ଥକ ରଞ୍ଜନଙ୍କ IPL ଦଳରେ ଚୟନ ହେବା ପରେ ଖୁସି ହୋଇ ଭୋଜି ଦେଇଥିଲେ...

ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୨୨।୧୨: ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର। କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗରେ ଭାଜପା ଜିଲା...

ଦାରିଙ୍ଗବାଡିରେ ନୂଆ ଇନ୍ସପେକ୍ଟର: ଅଞ୍ଚଳରେ ପୂର୍ବରୁ ରହିଛି ଅଭିଜ୍ଞତା

ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍‌: ଜଗନ୍ନାଥପ୍ରେମୀ ଅସନ୍ତୋଷ

ପୁରୀ,୨୨ା୧୨(ଅଜିତ୍‌ କୁମାର ମହାନ୍ତି): ପୁଣିଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍‌ ହୋଇଛି। ଡ୍ରୋନ୍‌ ସହାୟତାରେ ଶ୍ରୀମନ୍ଦିରର ଫଟୋ ଭାଇରାଲ୍‌ ହୋଇଛି। ଫେସ୍‌ବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri