ବର୍ଷା ଅଭାବରୁ ଚାଷଜମି ଫାଟି ଆଁ

କର୍ଲାମୁଣ୍ଡା,୫।୮(ଡି.ଏନ.ଏ.):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଖରିଫ ଚାଷ ପାଇଁ ଆବଶ୍ୟକ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ଆଗାଇ ପାରୁ ନ ଥିବା ଦେଖିବାକୁ ମିଳିଛି। କେତେକ ଜାଗାରେ ଧାନ ରୁଆ ହୋଇ ସାରିଥିଲେ ହେଁ ପାଣି ଅଭାବ ଯୋଗୁ ଧାନ ବିଲ ମାଟି ଫାଟି ଅଁା କରିବାକୁ ବସିଲାଣି। ମିଳିଥିବା ତଥ୍ୟ ଅନୁଯାୟୀ ଏହି ବ୍ଲକରେ ମୋଟ ୧୪ ହଜାର ୮୩୦ ହେକ୍ଟର ଚାଷ ଜମି ରହିଛି। ଏଥିମଧ୍ୟରୁ ପ୍ରାୟ ୮ ହଜାର ୭ ଶହ ୮୦ ହେକ୍ଟର ଧାନ ଚାଷ ଓ ୬ ହଜାର ୫୦ ହେକ୍ଟର ଜମିରେ ମାଣ୍ଡିଆ, ଗୁରୁଜୀ, କାଙ୍ଗୁ, କଦୋ, କପା, ଚିନାବାଦାମ, ମୁଗ, ହରଡ, ମକା ପ୍ରଭୁତି ଚାଷ ହୋଇଛି। ତେବେ ଠିକ୍‌ ସମୟରେ ବର୍ଷା ହେଉ ନ ଥିବାରୁ ଚାଷୀ ଚାଷ କାର୍ଯ୍ୟକୁ ଆଗେଇ ପାରୁ ନ ଥିବା ବରିଷ୍ଠ ଚାଷୀ ଜବରସିଂ ମାଝି କହିଛନ୍ତି। ଅନ୍ୟପଟେ ଗତ ମେେ ମାସରେ ୨ ମି.ମି, ଜୁନ ମାସରେ ୧୪୦.୬୦ ମିମି, ଜୁଲାଇ ମାସରେ ୩୩୯.୧୦ ମି.ମି ବର୍ଷା ହୋଇଛି। ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ବର୍ଷା ହୋଇ ନ ଥିବା ଜଣାପଡିଛି। ବିଶେଷ ଭାବେ ବ୍ଲକର ରିଞ୍ଜା, ସ.ମାଲପଡା, ପୌରକେଲା, ଗଜବାହାଲ, ଯୋରାଡବ୍ରା, ରେଗଡା, ସାପଲହରା, କର୍ଲାମୁଣ୍ଡା, ତେରେସିଂହା, ରିଷିଡା ପଞ୍ଚାୟତର ଅଧିକାଂଶ ଗଁାରେ ଚାଷୀ ହାତବାନ୍ଧି ବସିଥିବା ଦେଖିବାକୁ ମିଳିଛି। କର୍ଲାମୁଣ୍ଡା ବ୍ଲକରେ ଉତେଇ ଜଳ ସେଚନ ବ୍ୟବସ୍ଥା ଥିଲେ ହେଁ କେନାଲର ଶେଷ ଭାଗକୁ ପାଣି ପହଞ୍ଚତ୍ ପାରୁ ନ ଥିବାରୁ ଚାଷୀଙ୍କ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ ବୋଲି କୃଷକ କଲ୍ୟାଣ ମଞ୍ଚ ସଭ୍ୟ ମଧୁସୂଦନ ବାଗ କହିଛନ୍ତି।