ଚାଷ ଜମି ନିଆଁ ବ୍ୟାପିଲା

କୋକସରା,୨୦।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ବୋବରିଆ ଗ୍ରାମରେ ରବିବାର ରାତିରେ ଏକ ଅଗ୍ନିକାଣ୍ଡ ଘଟିଛି। କେହି ଜଣେ ଚାଷ ଜମିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଜମିରେ ରହିଥିବା ଶୁଖାଲା ପାଳରେ ନିଆଁ ଲାଗି ଚାରିଆଡେ ବ୍ୟାପି ଯାଇଥିଲା। ଏପରି କି ନିଆଁ ଜନବସତି ଅଞ୍ଚଳକୁ ମାଡ଼ି ଆସିଥିଲା। ଏନେଇ ବୋବରିଆ ଗ୍ରାମବାସୀ କୋକସରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି।