ଫ୍ଲାଇଆଶ୍‌ରେ ପୋତି ହେଲା ଚାଷଜମି

ଦେବଗଡ,୨୧ା୭(ଶଶାଙ୍କ ଶେଖର ଝାଙ୍କର): ନିର୍ମାଣକାରୀ ସଂସ୍ଥାର ଦାୟିତ୍ୱହୀନତା ଯୋଗୁଁ ଫ୍ଲାଇଆଶ୍‌(ପାଉଁଶ)ରେ ପୋତିହୋଇ ଦେବଗଡ ଜିଲା ବାରକୋଟ ବ୍ଲକ ଖୁଲୁଣ୍ଡିକୁଦର ଗ୍ରାମର ୨୦ ଏକରରୁ ଊର୍ଦ୍ଧ୍ୱ ଚାଷଜମି ନଷ୍ଟ ହୋଇଛି। ଏଥିଯୋଗୁ ଚଳିତ ବର୍ଷ ସେହି ଜମିରେ ଫସଲ କରିବାର ଆଉ ସମ୍ଭାବନା ନାହିଁ। ଏହାକୁ ନେଇ ରାସ୍ତା ନିର୍ମାଣକାରୀ ସଂସ୍ଥା କିମ୍ବା ସ୍ଥାନୀୟ ରାଜସ୍ବ ପ୍ରଶାସନ ଶୁଣୁ ନ ଥିବା କ୍ଷତିଗ୍ରସ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି। ଉପଯୁକ୍ତ କ୍ଷତିପୂରଣ ନ ମିଳିଲେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି।
ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚଏଆଇ)ଦ୍ୱାରା ବାରକୋଟ ବ୍ଲକ ସଦର ମହକୁମାରୁ ସୁନ୍ଦରଗଡ ଜିଲାର ବୀରମିତ୍ରପୁର ପର୍ଯ୍ୟନ୍ତ ଯାଇଥିବା ୨୩ ନମ୍ବର ଜାତୀୟ ରାଜପଥର ଫୋର ଲେନ ପ୍ରଶସ୍ତୀକରଣ କାମ ଚାଲିଛି। ନିର୍ମାଣକାରୀ ସଂସ୍ଥା ଏଆର୍‌ଏସ୍‌ଏସ୍‌ କାର୍ଯ୍ୟ ଦାୟିତ୍ୱରେ ଅଛି। ରାଜପଥର କଂଙ୍କ୍ରିଟୀକରଣ ଓ ପୋଲ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ପୋଲ ନିର୍ମାଣରେ ବ୍ୟବହାର ପାଇଁ ଖୁଲୁଣ୍ଡିକୁଦର ନିକଟ ନିର୍ମାଣାଧୀନ ରାସ୍ତାରେ ପର୍ଯ୍ୟାପ୍ତ ପରିମାଣର ପାଉଁଶ(ଫ୍ଲାଇଆଶ୍‌)ଗଚ୍ଛିତ କରି ରଖାଯାଇଛି। ମାତ୍ର ବିଧି ଅନୁଯାୟୀ ଏହାର ଉଭୟ ପାର୍ଶ୍ୱରେ କୌଣସି ପାଚେରୀ ବାଡ(ୱାଲ)ନିର୍ମାଣ କରାଯାଇନାହିଁ। ସେହିପରି ବର୍ଷାପାଣି ଯିବା ପାଇଁ କୌଣସି ଡ୍ରେନ ମଧ୍ୟ ନାହିଁ । ଫଳରେ ରାସ୍ତା ଉପରେ ଥିବା ଶହଶହ ଟ୍ରିପ ପାଉଁଶ ବର୍ଷା ପାଣିରେ ଭାସି ଉକ୍ତ ଗ୍ରାମର ପ୍ରାୟ ୨୦ ଜଣଙ୍କ ଚାଷ ଜମିରେ ପଶିଛି। ଏହାଦ୍ୱାରା ବୁଣାଯାଇଥିବା ଧାନଗଛ ଏବଂ ଧାନ ପହ୍ଳା ଆଦି ପୋତି ହୋଇଯାଇଛି। ସମ୍ପୃକ୍ତ ଚାଷ ଜମି ପାଉଁଶରେ ପୋତି ହୋଇଯାଇଥିବାରୁ ଆଗାମୀ ବର୍ଷଗୁଡ଼ିକରେ ମଧ୍ୟ ସେଥିରୁ କୌଣସି ଫସଲ ହେବା ଆଶା କରାଯାଇପାରିବ ନାହିଁ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନେ ଏନେଇ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଓ ବାରକୋଟ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି। ହେଲେ ସେମାନଙ୍କ କଥା କେହି ଶୁଣୁ ନାହାନ୍ତି ବୋଲି ଚାଷୀମାନେ କହିଛନ୍ତି। ନିର୍ମାଣକାରୀ ସଂସ୍ଥା କିମ୍ବା ତଦାରଖ ଦାୟିତ୍ୱରେ ଥିବା ଏନ୍‌ଏଚଏଆଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ଏ ସମ୍ପର୍କରେ ତହସିଲଦାର ତାପସ ଭୋଇଙ୍କୁ ତାଙ୍କ ମୋବାଇଲ ନଂ ୬୩୭୦୬୬୯୪୮୩ରେ ଯୋଗଯୋଗ କରାଯାଇଥିଲା। ରିଙ୍ଗ ହେବା ସତ୍ତ୍ୱେ ସେ ଫୋନ ରିସିଭ କରି ନ ଥିଲେ। ପରେ ପ୍ରତିକ୍ରିୟା ପାଇଁ ତାଙ୍କୁ ହ୍ବାଟସଆପ୍‌ରେ ମେସେଜ ଦେବା ପରେ ଆର୍‌ଡିସି ଅଫିସରେ ଚାଲିଥିବା ରିଭ୍ୟୁ ମିଟିଂରେ ଅଛି ବୋଲି ଏତିକି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri