ବିହନ, ବର୍ଷା ପରେ ସାର ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୯ା୮:୨୦୨୧ ଅର୍ଥନୈତିକ ସର୍ଭେରେ ରାଜ୍ୟର ୨୯ତମ ଖରିଫ ଧାନ ଉପତ୍ାଦନକାରୀ ଭାବେ କେନ୍ଦ୍ରାପଡ଼ା ଜିଲା ଅଛି। ଜଳ ପରିଚାଳନା ଏହାର ମୁଖ୍ୟ କାରଣ ହୋଇଥିବା ବେଳେ ଚଳିତ ଖରିଫ ଋତୁରେ ପ୍ରଥମେ ବିହନ ଓ ବର୍ଷା ସମସ୍ୟା ହୋଇଥିଲା। ଏବେ ଲଘୁଚାପଜନିତ ବର୍ଷା ଆରମ୍ଭ ହେବାରୁ ଚାଷ ପାଇଁ ଚାଷୀ ଆଗଭର ହୋଇଛନ୍ତି। ଏହି ସମୟରେ ସାର ଯୋଗାଣ ଚିନ୍ତାର କାରଣ ହୋଇଛି। ୟୁରିଆ, ଡିଏପି ଆଦି ରାସାୟନିକ ସାର ସରକାରୀ ଦାମ୍‌ଠାରୁ ଦୁଇଗୁଣାରେ ବିକ୍ରି ହେଉଛି। ଖରିଫ ଧାନ ଚାଷ ପାଇଁ ଚଳିତ ବର୍ଷ ୬,୫୦୦ ଟନ ୟୁରିଆ ଓ ପ୍ରାୟ ୫ ହଜାର ଟନ ଅନ୍ୟ ସାରର ଆବଶ୍ୟକତା ଅଛି। ତେବେ ଅଦ୍ୟାବଧି ୩,୯୩୦ ଟନ ସାର ଜିଲାକୁ ଆସିଛି। ସେହିପରି ୧୨୧ କୃଷି ସମବାୟ ସମିତି ମଧ୍ୟରୁ ୧୧୧ଟିକୁ ସାର ବିକ୍ରି ପାଇଁ ଅନୁମତି ଥିଲେ ମଧ୍ୟ ମାତ୍ର ୫୭ଟି ସମିତି ଗୋଦାମରୁ ସାର ଉଠାଇଛନ୍ତି।
ଏ ସମ୍ପର୍କରେ ଗ୍ରାମୀଣ ଚାଷୀ ମୂଲିଆ ସଂଘ ସଭାପତି ଫକୀର ଚରଣ ଖଟୁଆ, କୃଷକ ନେତା ବିଜୟ ପରିଡ଼ା, ଗୟାଧର ଧଳ, ଚାଷୀ ନିରଞ୍ଜନ ପରିଡ଼ା, ବଗଡ଼ା ସମବାୟ ସମିତି ସଭାପତି ଅକ୍ଷୟ କୁମାର ପାଣି ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ସମୁଦାୟ ୧,୪୨,୧୬୫ ହେକ୍ଟର ମଧ୍ୟରୁ ଚଳିତ ଋତୁରେ ୧,୧୭,୫୫୪ ହେକ୍ଟର ଜମିରେ ଖରିଫ ଧାନ ଚାଷ ହେଉଛ। ଏବେ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ ୯୦୦ଟନ ୟୁରିଆ ଆବଶ୍ୟକ ଅଛି। ସେହିପରି ଡେରାବିଶରେ ୫୮୫ଟନ, ମାର୍ଶାଘାଇରେ ୩୧୮ଟନ, ମହାକାଳପଡ଼ାରେ ୧୨୭୦ଟନ, ଗରଦପୁରରେ ୪୨୦ଟନ, ପଟ୍ଟାମୁଣ୍ଡାଇରେ ୫୪୫ଟନ, ଆଳିରେ ୩୧୧ଟନ, ରାଜକନିକାରେ ୧୦୩୦ଟନ ଓ ରାଜନଗରରେ ୧୧୨୧ଟନ ୟୁରିଆ ଦରକାର। ହେଲେ ଜିଲାକୁ ମାତ୍ର ୩,୯୩୦ଟନ ୟୁରିଆ ଆସିଥିବା ବେଳେ ଡିଏପି, ପଟାସ, ଆମୋନିଆ, ଫସ୍‌ଫେଟ ଆଦି ସାର ପର୍ଯ୍ୟାପ୍ତ ପରିମାଣରେ ଆସିନାହିଁ। ଫଳରେ ୟୁରିଆ ୫୦ କେଜି ବସ୍ତା ପ୍ରତି ସରକାରୀ ଦାମ ୨୬୬ ଟଙ୍କା ଥିବା ବେଳେ ବଜାରରେ ଏହାର ଦାମ ୫୦୦ ଟଙ୍କାରୁ ଊର୍ଦ୍ଧ୍ୱ ରହିଛି। ଏପରିକି କେତେଜଣ ବ୍ୟବସାୟୀ ଡିଏପି ନ ନେଲେ ୟୁରିଆ ସାର ଦେଉନାହାନ୍ତି। ଜିଲାରେ ୧୧୧ଟି କୃଷି ସମବାୟ ସମିତି ଓ ୩୧୧ଟି ଖୁଚୁରା ସାର ବିକ୍ରୟ କେନ୍ଦ୍ର ରହିଛି। ତେବେ ସାର ବ୍ୟବସାୟୀ କୃଷି ଅଧିକାରୀଙ୍କୁ ଧରି ନିଜେ ମହଜୁଦ ରଖି ବଜାରରେ ସାରର କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ସାରର ଏହି ଅଭାବୀ ବିକ୍ରି ଏବେ ଚାଷୀଙ୍କୁ କାଳ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ତର୍ଜମା କରିବା, ସାର ଦର ବଢ଼ାଉଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରି ଆଖିଦୃଶିଆ ପଦକ୍ଷେପ ନ ଥିବା ସେମାନେ କହିଛନ୍ତି। ଏ ସମ୍ପର୍କରେ ଜଣେ ସାର ବ୍ୟବସାୟୀ ନାମ ଗୋପନ ରଖି କହିଛନ୍ତି, ଜିଲାର ଚାଷୀମାନେ ନାଗାର୍ଜୁନ ଫର୍ଟିଲାଇଜର ଉତ୍ପାଦିତ ୟୁରିଆ ସାରକୁ ପସନ୍ଦ କରିଥାନ୍ତି। ଏଥିପାଇଁ ଏହି କମ୍ପାନୀ ଅନୁବନ୍ଧିତ ବହୁ ବ୍ୟବସାୟୀ ଅଛନ୍ତି। ତେବେ ଚଳିତବର୍ଷ ଏହି କମ୍ପାନୀ ସାର ଉତ୍ପାାଦନ କରୁ ନ ଥିବାରୁ କଟକର ସାର ଡିଲରଙ୍କଠାରୁ ଅନ୍ୟ କମ୍ପାନୀର ୟୁରିଆ ସାର କିଣିବାକୁ ବାଧ୍ୟ ହେଉଛନ୍ତି। କଟକର ଏହି ସାର କମ୍ପାନୀ ୟୁରିଆ ଦରକୁ ୨୬୬ ଟଙ୍କା ବଦଳରେ ୩୫୦ ଟଙ୍କା ବସ୍ତା ପ୍ରତି ବିକୁଛନ୍ତି। ପରିବହନ, ଲୋଡିଂ, ଅନ୍‌ଲୋଡିଂ, ବର୍ଷାରେ ନଷ୍ଟ ହେବା ଆଦିକୁ ମିଶାଇଲେ ପ୍ରାୟ ୩୦ରୁ ୪୦ ଟଙ୍କା ଖର୍ଚ୍ଚ ହେଉଛି। ଏ ନେଇ ଜିଲା କୃଷି ଅଧିକାରୀ ମନୋରଞ୍ଜନ ରାଉଳଙ୍କୁ ପଚାରିବାରେ ଅଦ୍ୟାବଧି ୩,୯୩୦ ଟନ୍‌ ୟୁରିଆ ଜିଲାର ବିଭିନ୍ନ ଗୋଦାମକୁ ଆସି ସାରିଛି। ଖୁବ୍‌ଶୀଘ୍ର ଅବଶିଷ୍ଟ ସାର ପହଞ୍ଚତ୍ୟିବ। ୫୭ କୃଷି ସମବାୟ ସମିତି ଚାଷୀଙ୍କୁ ୟୁରିଆ ଯୋଗାଣ ପାଇଁ ସାର ଉଠାଇଥିବା ବେଳେ ଅବଶିଷ୍ଟ ସମିତିକୁ ସାର ଉଠାଣ ପାଇଁ ଚିଠି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri