ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ହା ହୁତାଶରେ ଚାଷୀ

ରାଜକନିକା, ୨୭ା୧୦(ସଞ୍ଜୟ କୁମାର ଦାଶ): ଧାନ ବିଲରେ ସୁନା ଫସଲକୁ ଦେଖି ଚାଷୀ ଆନନ୍ଦିତ ହେଉଥିଲା। ହେଲେ ଆଇଏମ୍‌ଡି ବିଭାଗର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟ ଘୃର୍ଣ୍ଣିବଳୟ ଆସନ୍ତା ୨୭ରେ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ବାତ୍ୟା ମୋନ୍ଥାରେ ପରିଣତ ହେବ। ଏହାର ପ୍ରଭାବରେ କେନ୍ଦ୍ରାପଡ଼ା ଜିଲାର ରାଜକନିକାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଖବର ପ୍ରଚାରିତ ହେବା ପରେ ଚାଷୀକୂଳ ହା ହୁତାସା ହୋଇପଡିଛି। ଚାଷ ଆରମ୍ଭରୁ ୩ ଥର ବନ୍ୟା ଆସି ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ହେଲେ ଚାଷୀ ଧାର କରଜ କରି ଅଣ୍ଟା ସଳଖ କରି ଚାଷ କରିଥିଲେ। ହେଲେ ସମ୍ଭାବ୍ୟ ବାତ୍ୟା ମୋନ୍ଥା ଆସୁଥିବା ଜାଣି ପାଦତଳୁ ମାଟି ଖସିଯାଇଛି। ସରକାରୀ ତଥ୍ୟ ଅନୁଯାୟୀ ରାଜକନିକା ବ୍ଲକର ୨୯ ପଞ୍ଚାୟତରେ ପାଖାପାଖି ୧୫ ହଜାର ହେକ୍ଟର ଚାଷ ଜମିରେ ଚାଷୀ ଖରଫ ଧାନ ଚାଷ ହୋଇଥିଲା। କେତେକ ଧାନଗଛରେ ଏବେ ଧାନ ଥୋଡ ବାହାରି ପାଚି ସାରିଛି। କେଉଁଠି କେଉଁଠି ଥୋଡ଼ ବାହାରି ପାଚିବା ଅପେକ୍ଷାରେ ଅଛି। ଠିକ୍‌ ଅମଳ ସମୟରେ ସମ୍ଭାବ୍ୟ ବାତ୍ୟା ଡରାଇଛି। ଚାଷୀମାନଙ୍କ କହିବା କଥା, ଯଦି ବାତ୍ୟା ଆସି ବର୍ଷା ହୁଏ ତେବେ ସୁନାର ଫସଲ ନଷ୍ଟ ହୋଇ ବିଲରେ ଗଜା ହେବାର ସମ୍ଭାବନା ଅଧିକ। ଢ଼ିପ ଜମିରେ ପୂର୍ବରୁ ଚାଷ ହୋଇଥିବା ଧାନ ପାଚିବା ଅବସ୍ଥାକୁ ଆସିଥିବା ଦେଖି ବାତ୍ୟା ଭୟରେ କେହି କେହି ଚାଷୀ ଅମଳ କରି ବିଲରୁ ଖଳାକୁ ନେଉଥିବା ଦେଖିବାକୁ ମିଳିଛି। କ୍ଷତି ନ ହେବା ଆଶାରେ କେହି କେହି ଚାଷୀ ଦର ପାଚିଲା ଧାନକୁ ମଧ୍ୟ କାଟିବାରେ ବ୍ୟସ୍ତ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଇରାନକୁ ସାଂଘାତିକ ଧମକ ଦେଲେ ଟ୍ରମ୍ପ, ଦେଲେ ୪୮ ଘଣ୍ଟାର ଅଲ୍ଟିମେଟମ୍‌, ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଇରାନ ବିରୁଦ୍ଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ଇରାନକୁ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ଦେଇଛନ୍ତି। ସେ ଚେତାବନୀ…

ମା’ ସମଲେଶ୍ବରୀଙ୍କ କୁଷ୍ମାଣ୍ଡା ବେଶ: ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୨୨।୩( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ଚତୁର୍ଥ ଦିବସ ରବିବାରରେ ଦେବୀ କୁଷ୍ମାଣ୍ଡା ବେଶରେ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri