ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବେ ଚାଷୀ

କେନ୍ଦ୍ରାପଡ଼ା,୧୩ା୫(ଜଗନ୍ନାଥ ଧଳ): ଆସନ୍ତା ଜୁନ୍‌ ୧ରେ ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଲୋକ ସଭା ଆସନରେ ନିର୍ବାଚନ ହେବ। ଆଞ୍ଚଳିକ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇ ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସର ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରିଛନ୍ତି। ଏହି ପ୍ରଚାର ସମୟରେ କେନ୍ଦ୍ରାପଡ଼ା ଜିଲାର ଚାଷୀ କ୍ଷେତକୁ ଜଳ ପରିଚାଳନା ସମସ୍ୟାକୁ ଆଗକୁ ଆଣୁଛନ୍ତି।
ଜିଲାରେ ଚାଷୀଙ୍କ ସଂଖ୍ୟା ୬୯ ପ୍ରତିଶତରୁ ଊର୍ଦ୍ଧ୍ୱ। ଜିଲାର ଅର୍ଥନୀତି କୃଷିଭିତ୍ତିକ। ଲୁଣା, ଚିତ୍ରୋତ୍ପଳା, ପାଇକା, ମହାନଦୀ, ବିରୂପା, ବ୍ରାହ୍ମଣୀ, ଗୋବରୀ ନଦୀ ଏହି ଜିଲାରେ ପ୍ରବାହିତ ହେଉଛି। କେନ୍ଦ୍ରାପଡ଼ା କେନାଲ, ପଟ୍ଟାମୁଣ୍ଡାଇ କେନାଲ, ଗୋବରୀ ଓ ସମ୍ପ୍ରସାରିତ ଗୋବରୀ କେନାଲ ଅଛି। ପ୍ରାୟ ୧୪୦୦ କିଲୋମିଟର ଏହି ଜଳପଥ ଜିଲାରେ ଛନ୍ଦାଛନ୍ଦି ହୋଇ ରହିଛି। ୧,୮୨,୧୮୪ ହେକ୍ଟର ଚାଷ ଉପଯୋଗୀ ଜମି ମଧ୍ୟରୁ ମାତ୍ର ୪୫,୯୧୪ ହେକ୍ଟର ଜମିରେ କେନାଲ ମାଧ୍ୟମରେ ଜଳସେଚନ ହୋଇପାରୁଛି। ସାମାନ୍ୟ ବର୍ଷାରେ ଜିଲାର ୭୦,୩୩୩ ହେକ୍ଟର ଜମିରେ ପାଣି ଜମି ରହି ଫସଲ ନଷ୍ଟ କରୁଛି। ସେହିପରି ୩୬,୦୩୮ ହେକ୍ଟର ଜମି ପାଣି ବିନା ମରୁଡି ହେଉଛି। ଜିଲାର ଆଳି, ରାଜକନିକା, ରାଜନଗର ଅଞ୍ଚଳରେ ଆଦୌ କେନାଲ ନାହିଁ। ଜଳସେଚନ ଓ ନିଷ୍କାସନ ସମସ୍ୟା ପାଇଁ ଅର୍ଥକରୀ ଫସଲ ଉତ୍ପତ୍ନ୍ନ ହୋଇପାରୁନାହଁି। ଧାନ ସହ ମାଛ ଚାଷ ଜିଲାର ଅର୍ଥନୀତିକୁ ପ୍ରଭାବିତ କରୁଛି। ଏହାସତ୍ତ୍ୱେ ଜିଲାର ଉପାନ୍ତ ଅଞ୍ଚଳରେ ଥିବା ୫ଟି ବ୍ଲକର ୫୧ ପ୍ରତିଶତ ପରିବାରର ସଦସ୍ୟ କର୍ମ ଅନ୍ବେଷଣରେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି।
ଅପରପକ୍ଷରେ ୧୯୯୩ ଏପ୍ରିଲ ପହିଲାରେ ଅବିଭକ୍ତ କଟକରୁ କେନ୍ଦ୍ରାପଡ଼ା ଜିଲା ପ୍ରତିଷ୍ଠା ହେଲା। ସ୍ବତନ୍ତ୍ର ଜିଲା ମାନ୍ୟତା ପରେ ରାଜସ୍ବ ଓ ଜଳ ପରିଚାଳନା ବିଭାଗ ମଧ୍ୟରେ ସମନ୍ବୟ ରହିପାରୁନି। ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟ ଏଥିପାଇଁ ବାଧକ ହୋଇଛି। କେନ୍ଦ୍ରାପଡ଼ା ଜଳସେଚନ ଡିଭିଜନ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଥିବା ବେଳେ ମହାନଦୀ ଉତ୍ତର ଡିଭିଜନର କାର୍ଯ୍ୟାଳୟ କଟକ ଜିଲାରେ ଅଛି। ସେହିପରି ପୁନ୍ଦାଳୋଠାରେ ଚିତ୍ରୋପତ୍ଳା ସବ୍‌ଡିଭିଜନ, ଚଣ୍ଡିଖୋଲସ୍ଥିତ ଯାଜପୁର ଜଳସେଚନ ଡିଭିଜନ ଓ ଡ୍ରେନେଜ ଡିଭିଜନ କେନ୍ଦ୍ରାପଡ଼ା ଜିଲାର ମାର୍ଶାଘାଇଠାରେ ଅଛି। ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ଦୁହୁରିଆରେ ଓ କାଡା କେନାଲ ଡିଭିଜନ ଚାନ୍ଦୋଳଠାରେ ଥିବାବେଳେ ଆଳିରେ ତଟବନ୍ଧ ବିଭାଗ କାର୍ଯ୍ୟାଳୟ ଅଛି। ସହରର ତିନିମୁହାଣୀଠାରେ ଉଠା ଜଳସେଚନ ବିଭାଗ କାର୍ଯ୍ୟ କରୁଛି। ଜଳ ପରିଚାଳନାକୁ ନେଇ ରାଜସ୍ବ ବିଭାଗ ସହ ଉପରୋକ୍ତ ବିଭାଗର ବୈଠକ ଗୁରୁତ୍ୱପୂର୍ଣ୍ଣ। ୧୯୯୧ ମସିହାରୁ ଜଳ ପରିଚାଳନା ବୈଠକରେ ସମସ୍ତ ଉଚ୍ଚ ଅଧିକାରୀ ଏକାଠି ହୋଇ ନ ଥିବା ବୁଦ୍ଧିଜୀବୀମାନେ ପ୍ରାର୍ଥୀଙ୍କ ନିକଟରେ ପ୍ରଶ୍ନ ଉଠାଉଛନ୍ତି। ସାମୁଦ୍ରିକ ଝଡ, ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇଁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ହେନ୍ତାଳବଣଙ୍କୁ ବିସ୍ତାରିତ କରିବା, ଜିଲାରେ ପ୍ରଭାବିତ ନଦୀଗୁଡିକର ସଂଯୋଗୀକରଣ ସହ ପ୍ରତ୍ୟେକ ବ୍ଲକ ଅଞ୍ଚଳର କ୍ଷେତକୁ ଜଳ ପରିଚାଳନାର ସୁବନ୍ଦୋବସ୍ତ କରିବା ଆଦି ସମସ୍ୟାର ସମାଧାନ ପାଇଁ ଚାଷୀ ଦାବି ଉପସ୍ଥାପନ କରୁଛନ୍ତି। ସଂଖ୍ୟା ଦୃଷ୍ଟିରୁ ଚଳିତ ନିର୍ବାଚନରେ ଚାଷୀ ଏଥର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri