ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବେ ଚାଷୀ

କେନ୍ଦ୍ରାପଡ଼ା,୧୩ା୫(ଜଗନ୍ନାଥ ଧଳ): ଆସନ୍ତା ଜୁନ୍‌ ୧ରେ ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଲୋକ ସଭା ଆସନରେ ନିର୍ବାଚନ ହେବ। ଆଞ୍ଚଳିକ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇ ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସର ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରିଛନ୍ତି। ଏହି ପ୍ରଚାର ସମୟରେ କେନ୍ଦ୍ରାପଡ଼ା ଜିଲାର ଚାଷୀ କ୍ଷେତକୁ ଜଳ ପରିଚାଳନା ସମସ୍ୟାକୁ ଆଗକୁ ଆଣୁଛନ୍ତି।
ଜିଲାରେ ଚାଷୀଙ୍କ ସଂଖ୍ୟା ୬୯ ପ୍ରତିଶତରୁ ଊର୍ଦ୍ଧ୍ୱ। ଜିଲାର ଅର୍ଥନୀତି କୃଷିଭିତ୍ତିକ। ଲୁଣା, ଚିତ୍ରୋତ୍ପଳା, ପାଇକା, ମହାନଦୀ, ବିରୂପା, ବ୍ରାହ୍ମଣୀ, ଗୋବରୀ ନଦୀ ଏହି ଜିଲାରେ ପ୍ରବାହିତ ହେଉଛି। କେନ୍ଦ୍ରାପଡ଼ା କେନାଲ, ପଟ୍ଟାମୁଣ୍ଡାଇ କେନାଲ, ଗୋବରୀ ଓ ସମ୍ପ୍ରସାରିତ ଗୋବରୀ କେନାଲ ଅଛି। ପ୍ରାୟ ୧୪୦୦ କିଲୋମିଟର ଏହି ଜଳପଥ ଜିଲାରେ ଛନ୍ଦାଛନ୍ଦି ହୋଇ ରହିଛି। ୧,୮୨,୧୮୪ ହେକ୍ଟର ଚାଷ ଉପଯୋଗୀ ଜମି ମଧ୍ୟରୁ ମାତ୍ର ୪୫,୯୧୪ ହେକ୍ଟର ଜମିରେ କେନାଲ ମାଧ୍ୟମରେ ଜଳସେଚନ ହୋଇପାରୁଛି। ସାମାନ୍ୟ ବର୍ଷାରେ ଜିଲାର ୭୦,୩୩୩ ହେକ୍ଟର ଜମିରେ ପାଣି ଜମି ରହି ଫସଲ ନଷ୍ଟ କରୁଛି। ସେହିପରି ୩୬,୦୩୮ ହେକ୍ଟର ଜମି ପାଣି ବିନା ମରୁଡି ହେଉଛି। ଜିଲାର ଆଳି, ରାଜକନିକା, ରାଜନଗର ଅଞ୍ଚଳରେ ଆଦୌ କେନାଲ ନାହିଁ। ଜଳସେଚନ ଓ ନିଷ୍କାସନ ସମସ୍ୟା ପାଇଁ ଅର୍ଥକରୀ ଫସଲ ଉତ୍ପତ୍ନ୍ନ ହୋଇପାରୁନାହଁି। ଧାନ ସହ ମାଛ ଚାଷ ଜିଲାର ଅର୍ଥନୀତିକୁ ପ୍ରଭାବିତ କରୁଛି। ଏହାସତ୍ତ୍ୱେ ଜିଲାର ଉପାନ୍ତ ଅଞ୍ଚଳରେ ଥିବା ୫ଟି ବ୍ଲକର ୫୧ ପ୍ରତିଶତ ପରିବାରର ସଦସ୍ୟ କର୍ମ ଅନ୍ବେଷଣରେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି।
ଅପରପକ୍ଷରେ ୧୯୯୩ ଏପ୍ରିଲ ପହିଲାରେ ଅବିଭକ୍ତ କଟକରୁ କେନ୍ଦ୍ରାପଡ଼ା ଜିଲା ପ୍ରତିଷ୍ଠା ହେଲା। ସ୍ବତନ୍ତ୍ର ଜିଲା ମାନ୍ୟତା ପରେ ରାଜସ୍ବ ଓ ଜଳ ପରିଚାଳନା ବିଭାଗ ମଧ୍ୟରେ ସମନ୍ବୟ ରହିପାରୁନି। ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟ ଏଥିପାଇଁ ବାଧକ ହୋଇଛି। କେନ୍ଦ୍ରାପଡ଼ା ଜଳସେଚନ ଡିଭିଜନ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଥିବା ବେଳେ ମହାନଦୀ ଉତ୍ତର ଡିଭିଜନର କାର୍ଯ୍ୟାଳୟ କଟକ ଜିଲାରେ ଅଛି। ସେହିପରି ପୁନ୍ଦାଳୋଠାରେ ଚିତ୍ରୋପତ୍ଳା ସବ୍‌ଡିଭିଜନ, ଚଣ୍ଡିଖୋଲସ୍ଥିତ ଯାଜପୁର ଜଳସେଚନ ଡିଭିଜନ ଓ ଡ୍ରେନେଜ ଡିଭିଜନ କେନ୍ଦ୍ରାପଡ଼ା ଜିଲାର ମାର୍ଶାଘାଇଠାରେ ଅଛି। ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ଦୁହୁରିଆରେ ଓ କାଡା କେନାଲ ଡିଭିଜନ ଚାନ୍ଦୋଳଠାରେ ଥିବାବେଳେ ଆଳିରେ ତଟବନ୍ଧ ବିଭାଗ କାର୍ଯ୍ୟାଳୟ ଅଛି। ସହରର ତିନିମୁହାଣୀଠାରେ ଉଠା ଜଳସେଚନ ବିଭାଗ କାର୍ଯ୍ୟ କରୁଛି। ଜଳ ପରିଚାଳନାକୁ ନେଇ ରାଜସ୍ବ ବିଭାଗ ସହ ଉପରୋକ୍ତ ବିଭାଗର ବୈଠକ ଗୁରୁତ୍ୱପୂର୍ଣ୍ଣ। ୧୯୯୧ ମସିହାରୁ ଜଳ ପରିଚାଳନା ବୈଠକରେ ସମସ୍ତ ଉଚ୍ଚ ଅଧିକାରୀ ଏକାଠି ହୋଇ ନ ଥିବା ବୁଦ୍ଧିଜୀବୀମାନେ ପ୍ରାର୍ଥୀଙ୍କ ନିକଟରେ ପ୍ରଶ୍ନ ଉଠାଉଛନ୍ତି। ସାମୁଦ୍ରିକ ଝଡ, ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇଁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ହେନ୍ତାଳବଣଙ୍କୁ ବିସ୍ତାରିତ କରିବା, ଜିଲାରେ ପ୍ରଭାବିତ ନଦୀଗୁଡିକର ସଂଯୋଗୀକରଣ ସହ ପ୍ରତ୍ୟେକ ବ୍ଲକ ଅଞ୍ଚଳର କ୍ଷେତକୁ ଜଳ ପରିଚାଳନାର ସୁବନ୍ଦୋବସ୍ତ କରିବା ଆଦି ସମସ୍ୟାର ସମାଧାନ ପାଇଁ ଚାଷୀ ଦାବି ଉପସ୍ଥାପନ କରୁଛନ୍ତି। ସଂଖ୍ୟା ଦୃଷ୍ଟିରୁ ଚଳିତ ନିର୍ବାଚନରେ ଚାଷୀ ଏଥର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri