ସମସ୍ୟା ନେଇ ତାତିଲେ ଚାଷୀ, ୨୧ରେ ଆନ୍ଦୋଳନ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବଜାର ପ୍ରାଙ୍ଗଣରେ ବୁଧବାର ଚାଷୀ ସଙ୍ଗଠନ ଜୟ କିସାନ ଆନ୍ଦୋଳନର ବ୍ଲକସ୍ତରୀୟ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟୁତ ସମସ୍ୟା, ଧାନ ମଣ୍ଡି ବ୍ୟବସ୍ଥାରେ ମିଲର୍ସଙ୍କ ଭୂମିକା ଏବଂ ସାର କଳାବଜାର ଉପରେ ଆଲୋଚନା ହୋଇଥିଲା। ଏହି ସମସ୍ୟା ନେଇ ଆସନ୍ତା ୨୧ତାରିଖ ବ୍ଲକସ୍ତରୀୟ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ହୋଇଥିଲା। ଉକ୍ତ ସମସ୍ୟା ନେଇ ସେହିଦିନ ମୁଖ୍ୟନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭଟଲି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସ୍ଥିରୀକୃତ ହୋଇଥିଲା।
ବୈଠକରେ ଚାଷୀନେତାମାନେ ଯୋଗଦେଇ କହିଥିଲେ, ଗତ ୨୦୨୨-୨୩ ଆର୍ଥିକ ବର୍ଷରୁ ବଦ୍ୟୁତ କ୍ଷେତ୍ର ଟାଟା କମ୍ପାନୀକୁ ଦେବା ପରେ କମ୍ପାନୀ ବିଭିନ୍ନ ଆଳରେ ଶୋଷଣ କରୁଛି। ଏହାର ପ୍ରତିବାଦରେ ବାରମ୍ବାର ଆନ୍ଦୋଳନ କରାଯାଉଛି। ଗତ ସାଧାରଣ ନିର୍ବାଚନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ନିର୍ବାଚନୀ ପ୍ରଚାର ସମୟରେ ରାଜନୈତିକ ଦଳ ଗୁଡ଼ିକ ବିଦ୍ୟୁତ୍‌ ଛାଡ଼କୁ ନିର୍ବାଚନୀ ପ୍ରସଙ୍ଗ ରଖିଥିଲେ। କିନ୍ତୁ ଏ ଯାଏ ସରକାର କୃଷିକ୍ଷେତ୍ରରେ ବିଦ୍ୟୁତ ଛାଡ଼, ୩୦୦ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଧୂଆଁବାଣ ପାଲଟିଯାଇଛି। ସରକାର ବିଦ୍ୟୁତ କ୍ଷେତ୍ରକୁ ଘରୋଇକରଣ କରା ନଯାଇ କୃଷିକ୍ଷେତ୍ରରେ ବିଦ୍ୟୁତ ଛାଡ଼, ପ୍ରତି ପରିବାରକୁ ମାସିକ ୩୦୦ୟୁନିଟ୍‌ ମାଗଣା ବିଦ୍ୟୁତ ଯୋଗାଇ ଦେବାକୁ ବୈଠକରେ ଦାବି ହୋଇଥିଲା।
ସେହିପରି ଧାନ କୁଇଣ୍ଟାଲ ପ୍ରତି ୮୦୦ଟଙ୍କା ବୃଦ୍ଧି ପାଇଥିଲେ ହେଁ ଅବ୍ୟବସ୍ଥିତ ମଣ୍ଡି, କଟନୀଛଟନୀ, ମିଲର୍ସଙ୍କ ସ୍ବେଚ୍ଛାଚାରିତା ଏବଂ ମଣ୍ଡିରେ ଦଲାଲଙ୍କ ଦୌରାତ୍ମ ଯୋଗୁ ଚାଷୀମାନଙ୍କୁ କ୍ଷତି ସହିବାକୁ ପଡ଼ିଛି ବୋଲି ଚାଷୀନେତାମାନେ କହିଥିଲେ। ଫଳରେ ଉପରୋକ୍ତ ଦାବିକୁ ନେଇ ଆନ୍ଦୋଳନ ପାଇଁ ସଙ୍ଗଠନ ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଥିଲା। ଜୟ କିସାନ ଆନ୍ଦୋଳନର ଭଟଲି ବ୍ଲକ ସମ୍ପାଦକ ମିନିଷ୍ଟର ବାରିକ ବୈଠକ ସଂଯୋଜନା କରିଥିଲେ। ସଂଗଠନର ଜିଲା ସଭାପତି ସୁଶିଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆଁଙ୍କ ସମେତ ଜନ୍ମେଜୟ ଠାକୁର, ଅକ୍ଷୟ ପ୍ରଧାନ, ହମିଦ ପ୍ରଧାନ, ଆଶିଷ ମାଝି, ବିଜୟ ପ୍ରଧାନ, ସୁମନ୍ତ ସାହୁ, କପିଳାସ ଭୋଇଙ୍କ ସମେତ ଅନେକ ଚାଷୀ ପ୍ରତିନଧି ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri