ସମସ୍ୟା ନେଇ ତାତିଲେ ଚାଷୀ, ୨୧ରେ ଆନ୍ଦୋଳନ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବଜାର ପ୍ରାଙ୍ଗଣରେ ବୁଧବାର ଚାଷୀ ସଙ୍ଗଠନ ଜୟ କିସାନ ଆନ୍ଦୋଳନର ବ୍ଲକସ୍ତରୀୟ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟୁତ ସମସ୍ୟା, ଧାନ ମଣ୍ଡି ବ୍ୟବସ୍ଥାରେ ମିଲର୍ସଙ୍କ ଭୂମିକା ଏବଂ ସାର କଳାବଜାର ଉପରେ ଆଲୋଚନା ହୋଇଥିଲା। ଏହି ସମସ୍ୟା ନେଇ ଆସନ୍ତା ୨୧ତାରିଖ ବ୍ଲକସ୍ତରୀୟ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ହୋଇଥିଲା। ଉକ୍ତ ସମସ୍ୟା ନେଇ ସେହିଦିନ ମୁଖ୍ୟନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭଟଲି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସ୍ଥିରୀକୃତ ହୋଇଥିଲା।
ବୈଠକରେ ଚାଷୀନେତାମାନେ ଯୋଗଦେଇ କହିଥିଲେ, ଗତ ୨୦୨୨-୨୩ ଆର୍ଥିକ ବର୍ଷରୁ ବଦ୍ୟୁତ କ୍ଷେତ୍ର ଟାଟା କମ୍ପାନୀକୁ ଦେବା ପରେ କମ୍ପାନୀ ବିଭିନ୍ନ ଆଳରେ ଶୋଷଣ କରୁଛି। ଏହାର ପ୍ରତିବାଦରେ ବାରମ୍ବାର ଆନ୍ଦୋଳନ କରାଯାଉଛି। ଗତ ସାଧାରଣ ନିର୍ବାଚନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ନିର୍ବାଚନୀ ପ୍ରଚାର ସମୟରେ ରାଜନୈତିକ ଦଳ ଗୁଡ଼ିକ ବିଦ୍ୟୁତ୍‌ ଛାଡ଼କୁ ନିର୍ବାଚନୀ ପ୍ରସଙ୍ଗ ରଖିଥିଲେ। କିନ୍ତୁ ଏ ଯାଏ ସରକାର କୃଷିକ୍ଷେତ୍ରରେ ବିଦ୍ୟୁତ ଛାଡ଼, ୩୦୦ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଧୂଆଁବାଣ ପାଲଟିଯାଇଛି। ସରକାର ବିଦ୍ୟୁତ କ୍ଷେତ୍ରକୁ ଘରୋଇକରଣ କରା ନଯାଇ କୃଷିକ୍ଷେତ୍ରରେ ବିଦ୍ୟୁତ ଛାଡ଼, ପ୍ରତି ପରିବାରକୁ ମାସିକ ୩୦୦ୟୁନିଟ୍‌ ମାଗଣା ବିଦ୍ୟୁତ ଯୋଗାଇ ଦେବାକୁ ବୈଠକରେ ଦାବି ହୋଇଥିଲା।
ସେହିପରି ଧାନ କୁଇଣ୍ଟାଲ ପ୍ରତି ୮୦୦ଟଙ୍କା ବୃଦ୍ଧି ପାଇଥିଲେ ହେଁ ଅବ୍ୟବସ୍ଥିତ ମଣ୍ଡି, କଟନୀଛଟନୀ, ମିଲର୍ସଙ୍କ ସ୍ବେଚ୍ଛାଚାରିତା ଏବଂ ମଣ୍ଡିରେ ଦଲାଲଙ୍କ ଦୌରାତ୍ମ ଯୋଗୁ ଚାଷୀମାନଙ୍କୁ କ୍ଷତି ସହିବାକୁ ପଡ଼ିଛି ବୋଲି ଚାଷୀନେତାମାନେ କହିଥିଲେ। ଫଳରେ ଉପରୋକ୍ତ ଦାବିକୁ ନେଇ ଆନ୍ଦୋଳନ ପାଇଁ ସଙ୍ଗଠନ ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଥିଲା। ଜୟ କିସାନ ଆନ୍ଦୋଳନର ଭଟଲି ବ୍ଲକ ସମ୍ପାଦକ ମିନିଷ୍ଟର ବାରିକ ବୈଠକ ସଂଯୋଜନା କରିଥିଲେ। ସଂଗଠନର ଜିଲା ସଭାପତି ସୁଶିଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆଁଙ୍କ ସମେତ ଜନ୍ମେଜୟ ଠାକୁର, ଅକ୍ଷୟ ପ୍ରଧାନ, ହମିଦ ପ୍ରଧାନ, ଆଶିଷ ମାଝି, ବିଜୟ ପ୍ରଧାନ, ସୁମନ୍ତ ସାହୁ, କପିଳାସ ଭୋଇଙ୍କ ସମେତ ଅନେକ ଚାଷୀ ପ୍ରତିନଧି ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଚନ୍ଦ୍ରମାକୁ ଗ୍ରାସ କରିବେ ରାହୁ; ସଙ୍କଟରେ ଏହି ୫ ରାଶି, ହେବ ବଡ଼ କ୍ଷତି!

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଅନୁସାରେ, ଏହି ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ଘଟିବ। ଏହି ସମୟରେ କୁମ୍ଭ ରାଶି ଉପରେ…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri