କୃଷକ କଲ୍ୟାଣ ଟ୍ରଷ୍ଟ ତରଫରୁ ୨ ଲକ୍ଷ ଟଙ୍କା ଜୀବନ ବୀମା ରାଶି ପ୍ରଦାନ

ଦେବଗଡ,୨।୪(ଶଶାଙ୍କ ଶେଖର ଝାଙ୍କର): କୃଷକ କଲ୍ୟାଣ ଟ୍ରଷ୍ଟ ଦେବଗଡ଼ ତରଫରୁ ପୂର୍ବନିର୍ଦ୍ଧାରିତ ଅନୁଯାୟୀ ଜିଲାର ସମସ୍ତ ପଞ୍ଜୀକୃତ ଚାଷୀ ମୋଟ ୧୮,୭୭୬ ଜଣଙ୍କ ପାଇଁ ଟ୍ରଷ୍ଟର ସଭାପତି ପ୍ରଭାସ ଚନ୍ଦ୍ର ମିଶ୍ରଙ୍କ ପ୍ରତ୍ୟକ୍ଷ ଅନୁଦାନରେ ଚାଷୀମାନଙ୍କ ଜୀବନ ବୀମା ପାଇଁ ପ୍ରଦାନ କରିଥିବା ସ୍ଥଳେ ଜିଲାର ପ୍ରଥମ ହିତାଧିକାରୀ ପ୍ରିୟଦର୍ଶିନୀ ସାହୁ, ଗ୍ରାମ – ତାଳକୁଣ୍ଡି ଓ ଦୁଧିଆନାଳି ସୋସାଇଟି, ରିଆମାଳ ବ୍ଲକକୁ ଦୁଇଲକ୍ଷ ଟଙ୍କା ତାଙ୍କ ସ୍ବାମୀ ସ୍ବର୍ଗତଃ ମନୋଜ କୁମାର ସାହୁଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଯୋଗୁ ଉକ୍ତ ଦୁଇଲକ୍ଷ ଟଙ୍କାର ଚେକ ହିନ୍ଦୁ ନବବର୍ଷ ତଥା ବସନ୍ତିକ ନବରାତ୍ରିର ପ୍ରଥମ ଦିନରେ ପ୍ରଦାନ କରାଯାଇଛି।

ଏହି ସମାରୋହ ପ୍ରାରମ୍ଭରେ ଗୋପୂଜନ ତଥା ଭୂମି ପୂଜନ ସହ ସମାରୋହ ପ୍ରାରମ୍ଭ କରାଯାଇଥିଲା।
କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟ ଅତିଥି ଜିଲାର ରାଷ୍ଟ୍ରୀୟ ସୟଂସେବକ ସଂଘର ସଂଘଚାଳକ କ୍ଷୀରସିନ୍ଧୁ ଭୋଇଙ୍କ ଦାରା ହିତାଧିକାରୀ ପ୍ରିୟଦର୍ଶିନୀ ସାହୁଙ୍କୁ ପ୍ରଦାନ କରାଯାଇଥିଲା। ଉକ୍ତ ସମାରୋହରେ ଦେବଗଡର ପ୍ରବାଦ ବିକାଶ ପୁରୁଷ ଭାବେ ପରିଚିତ ସ୍ବର୍ଗତ ଡା. ଦେବେନ୍ଦ୍ର ପ୍ରଧାନଙ୍କ ତିରୋଧନରେ ତାଙ୍କର ଆମର ଆତ୍ମାର ଶାନ୍ତି ପାଇଁ ଶ୍ରଦ୍ଧାଞ୍ଜଳି ଦେବା ସହ ନୀରବ ପ୍ରାର୍ଥନା କରାଯାଇଥିଲା। ପୂର୍ବତନ ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ଥିବାବେଳେ ଦେବଗଡ଼ ଜିଲ୍ଲାର ସାମୁହିକ ବିକାଶ ସକାଶେ ନୂତନ ଜାତୀୟ ରାଜପଥ ନିର୍ମାଣ ସହ କୃଷିବିଜ୍ଞାନ କେନ୍ଦ୍ରର ପ୍ରତିଷ୍ଠା ଓ ତତ୍କାଳୀନ ଜିଲା କୋର୍ଟବାର ଆସସିଏସନର ଗୃହ ନିର୍ମାଣ ସକାଶେ ପାଣ୍ଠି ପ୍ରଦାନ କରି ସାମୁହିକ ଉନ୍ନତିର ସ୍ମୃତିଚାରଣ କରାଯାଇଥିଲା। କୃଷକ କଲ୍ୟାଣ ଟ୍ରଷ୍ଟ ତରଫରୁ ଡ଼ା. ଦେବେନ୍ଦ୍ର ପ୍ରଧାନଙ୍କ ନାମରେ ଜିଲାର ତିନୋଟି ବ୍ଲକର ତିନିଜଣ ଉତ୍ସର୍ଗୀକୃତ ଚାଷୀମାନଙ୍କୁ ପ୍ରତ୍ୟେକ ବର୍ଷ ସମ୍ମାନିତ କରିବାପାଇଁ ସ୍ଥିର କରାଯାଇଥିଲା। ଟ୍ରଷ୍ଟ ତରଫରୁ ଚାଷୀମାନଙ୍କ ପାଇଁ କରାଯାଇଥିବା ଜୀବନବୀମାର ବୀମା କାର୍ଡ ପ୍ରାପ୍ୟ ନିମନ୍ତେ ଟ୍ରଷ୍ଟର ସଭାପତି ଶ୍ରୀ ପ୍ରଭାସ ଚନ୍ଦ୍ର ମିଶ୍ରଙ୍କ କଲେଜ ରୋଡସ୍ଥିତ କାର୍ଯ୍ୟାଳୟରେ ଯୋଗାଯୋଗ ପାଇଁ ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri