କୃଷକ କଲ୍ୟାଣ ଟ୍ରଷ୍ଟ ତରଫରୁ ୨ ଲକ୍ଷ ଟଙ୍କା ଜୀବନ ବୀମା ରାଶି ପ୍ରଦାନ

ଦେବଗଡ,୨।୪(ଶଶାଙ୍କ ଶେଖର ଝାଙ୍କର): କୃଷକ କଲ୍ୟାଣ ଟ୍ରଷ୍ଟ ଦେବଗଡ଼ ତରଫରୁ ପୂର୍ବନିର୍ଦ୍ଧାରିତ ଅନୁଯାୟୀ ଜିଲାର ସମସ୍ତ ପଞ୍ଜୀକୃତ ଚାଷୀ ମୋଟ ୧୮,୭୭୬ ଜଣଙ୍କ ପାଇଁ ଟ୍ରଷ୍ଟର ସଭାପତି ପ୍ରଭାସ ଚନ୍ଦ୍ର ମିଶ୍ରଙ୍କ ପ୍ରତ୍ୟକ୍ଷ ଅନୁଦାନରେ ଚାଷୀମାନଙ୍କ ଜୀବନ ବୀମା ପାଇଁ ପ୍ରଦାନ କରିଥିବା ସ୍ଥଳେ ଜିଲାର ପ୍ରଥମ ହିତାଧିକାରୀ ପ୍ରିୟଦର୍ଶିନୀ ସାହୁ, ଗ୍ରାମ – ତାଳକୁଣ୍ଡି ଓ ଦୁଧିଆନାଳି ସୋସାଇଟି, ରିଆମାଳ ବ୍ଲକକୁ ଦୁଇଲକ୍ଷ ଟଙ୍କା ତାଙ୍କ ସ୍ବାମୀ ସ୍ବର୍ଗତଃ ମନୋଜ କୁମାର ସାହୁଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଯୋଗୁ ଉକ୍ତ ଦୁଇଲକ୍ଷ ଟଙ୍କାର ଚେକ ହିନ୍ଦୁ ନବବର୍ଷ ତଥା ବସନ୍ତିକ ନବରାତ୍ରିର ପ୍ରଥମ ଦିନରେ ପ୍ରଦାନ କରାଯାଇଛି।

ଏହି ସମାରୋହ ପ୍ରାରମ୍ଭରେ ଗୋପୂଜନ ତଥା ଭୂମି ପୂଜନ ସହ ସମାରୋହ ପ୍ରାରମ୍ଭ କରାଯାଇଥିଲା।
କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟ ଅତିଥି ଜିଲାର ରାଷ୍ଟ୍ରୀୟ ସୟଂସେବକ ସଂଘର ସଂଘଚାଳକ କ୍ଷୀରସିନ୍ଧୁ ଭୋଇଙ୍କ ଦାରା ହିତାଧିକାରୀ ପ୍ରିୟଦର୍ଶିନୀ ସାହୁଙ୍କୁ ପ୍ରଦାନ କରାଯାଇଥିଲା। ଉକ୍ତ ସମାରୋହରେ ଦେବଗଡର ପ୍ରବାଦ ବିକାଶ ପୁରୁଷ ଭାବେ ପରିଚିତ ସ୍ବର୍ଗତ ଡା. ଦେବେନ୍ଦ୍ର ପ୍ରଧାନଙ୍କ ତିରୋଧନରେ ତାଙ୍କର ଆମର ଆତ୍ମାର ଶାନ୍ତି ପାଇଁ ଶ୍ରଦ୍ଧାଞ୍ଜଳି ଦେବା ସହ ନୀରବ ପ୍ରାର୍ଥନା କରାଯାଇଥିଲା। ପୂର୍ବତନ ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ଥିବାବେଳେ ଦେବଗଡ଼ ଜିଲ୍ଲାର ସାମୁହିକ ବିକାଶ ସକାଶେ ନୂତନ ଜାତୀୟ ରାଜପଥ ନିର୍ମାଣ ସହ କୃଷିବିଜ୍ଞାନ କେନ୍ଦ୍ରର ପ୍ରତିଷ୍ଠା ଓ ତତ୍କାଳୀନ ଜିଲା କୋର୍ଟବାର ଆସସିଏସନର ଗୃହ ନିର୍ମାଣ ସକାଶେ ପାଣ୍ଠି ପ୍ରଦାନ କରି ସାମୁହିକ ଉନ୍ନତିର ସ୍ମୃତିଚାରଣ କରାଯାଇଥିଲା। କୃଷକ କଲ୍ୟାଣ ଟ୍ରଷ୍ଟ ତରଫରୁ ଡ଼ା. ଦେବେନ୍ଦ୍ର ପ୍ରଧାନଙ୍କ ନାମରେ ଜିଲାର ତିନୋଟି ବ୍ଲକର ତିନିଜଣ ଉତ୍ସର୍ଗୀକୃତ ଚାଷୀମାନଙ୍କୁ ପ୍ରତ୍ୟେକ ବର୍ଷ ସମ୍ମାନିତ କରିବାପାଇଁ ସ୍ଥିର କରାଯାଇଥିଲା। ଟ୍ରଷ୍ଟ ତରଫରୁ ଚାଷୀମାନଙ୍କ ପାଇଁ କରାଯାଇଥିବା ଜୀବନବୀମାର ବୀମା କାର୍ଡ ପ୍ରାପ୍ୟ ନିମନ୍ତେ ଟ୍ରଷ୍ଟର ସଭାପତି ଶ୍ରୀ ପ୍ରଭାସ ଚନ୍ଦ୍ର ମିଶ୍ରଙ୍କ କଲେଜ ରୋଡସ୍ଥିତ କାର୍ଯ୍ୟାଳୟରେ ଯୋଗାଯୋଗ ପାଇଁ ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ମୃତଦେହ ଠାବ, ୭ଫୁଟ ତଳୁ ଉଦ୍ଧାର କଲା ବନ ବିଭାଗ 

କେସିଙ୍ଗା ,୨୨।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନ ଖଣ୍ଡ ଅଧିନସ୍ଥ ତହସିର ଗ୍ରାମ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳରେରେ ମୃତ ହାତୀର ଖଣ୍ଡ...

ମୁଜାଗଡ ପୋଷ୍ଟମାଷ୍ଟରଙ୍କ ଦୁର୍ଘଟଣାରେ ମୃତ୍ୟୁ, ସନ୍ଦେହରେ ପରିବାର ଲୋକେ

ଭଞ୍ଜନଗର,୨୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ ପୋଷ୍ଟମାଷ୍ଟର ନାରାୟଣ ପାତ୍ର (୫୫)ଙ୍କର ବୁଧବାର ରାତିରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଦୁର୍ଘଟଣା କେଉଁଭଳି...

ଆରାବଳୀର ଅପୂରଣୀୟ କ୍ଷତି କରିପାରେ ବେଆଇନ ଖନନ

ନୂଆଦିଲ୍ଲୀ,୨୨ା୧: ଆରାବଳୀ ପର୍ବତମାଳାରେ ବେଆଇନ ଖନନ ଯୋଗୁ ଏହାର ପରିବେଶ ପାଇଁ ଅପୂରଣୀୟ କ୍ଷତି ହୋଇପାରେ ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତାସମ୍ପନ୍ନ...

ଦିଲ୍ଲୀ ପ୍ରଦୂଷଣ: କେନ୍ଦ୍ରକୁ କାର୍ଯ୍ୟ ଯୋଜନା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୧: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଖରାପ ହେବାରେ ଲାଗିଥିବାବେଳେ ଏଥିରେ ସୁଧାର ଆଣିବା...

ମହିଳାଙ୍କ ପାଇଁ ଖୁସି ଖବର, ଆଜି ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨୨।୧: ଅପେକ୍ଷାର ଅନ୍ତ ଘଟିବ। ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା। ତେବେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ମହିଳାମାନେ ଏହି...

ବାଙ୍କୀରେ ଧାନମଣ୍ଡି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବାଙ୍କୀ,୨୨ା୧(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଉପଖଣ୍ଡରେ ଚଳିତବର୍ଷ ୪୯ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ)ରେ ମଣ୍ଡି ଖୋଲିବାକୁ...

ଆକ୍ସନ ମୋଡରେ ଭାଜପା ଅଧ୍ୟକ୍ଷ! ୮ ଘଣ୍ଟାର ବୈଠକରେ ୫ ରାଜ୍ୟର ନିର୍ବାଚନକୁ ନେଇ ମନ୍ଥନ

ନୂଆଦିଲ୍ଲୀ,୨୨।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ, ନୀତିନ ନବୀନ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ଚାଲିଥିବା...

ଜାନୁଆରୀରେ ୧.୫% ଦୁର୍ବଳ ହେଲାଣି ଟଙ୍କା

ମୁମ୍ବାଇ,୨୨ା୧(ବ୍ଲୁମ୍‌ବର୍ଗ/ପି.ଟି.): ୨୦୨୫ ଡିସେମ୍ବର ୧୬ରେ ଭାରତୀୟ ମୁଦ୍ରା ୯୧.୧୪ ଟଙ୍କାକୁ ଖସି ସର୍ବକାଳୀନ ନିମ୍ନସ୍ତରକୁ ଛୁଇଁଥିଲା। ସେବେଠୁ ଅଦ୍ୟାବଧି ଟଙ୍କା ୧.୫% ଦୁର୍ବଳ ହୋଇଥିବା ଫରେକ୍ସ ଟ୍ରେଡର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri