ପାକ୍ସ ପୁନର୍ଗଠନରୁ ଅସନ୍ତୋଷ, ଡିଆରସିଏସଙ୍କୁ ଚାଷୀ ଫେରାଦ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ) – ରାଜ୍ୟ ସରକାର ଚାଷୀଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ପୁନର୍ଗଠନ କରିଛନ୍ତି। ତେବେ ଏହାକୁ ନେଇ କେତେକ ସ୍ଥାନରେ ଚାଷୀମାନେ ଖୁସି ପ୍ରକଟ କରିଥିବାବେଳେ ଆଉ କେତେକ ସ୍ଥଳରେ ନୂତନ ପାକ୍ସକୁ ପୂର୍ବରୁ ରହିଥିବା ପାକ୍ସଠାରୁ ଦୂରତା ବଢିଯାଇ ଥିବା ଯୋଗୁ ଚାଷୀ ଅସନ୍ତୋଷ ପ୍ରକାଶ ପାଇଛି। ବରଗଡ଼ ଜିଲା ପେଟୁପାଲି ପଞ୍ଜୟତର ଚାଷୀମାନେ ଏଭଳି ଅସନ୍ତୁଷ୍ଟ ହୋଇ ମଙ୍ଗଳବାର ସମବାୟ ଉପନିବନ୍ଧକ(ଡିଆରସିଏସ୍) ଯୁଗଳ କିଶୋର ଦାଶଙ୍କୁ ଫେରାଦ ହୋଇଛନ୍ତି। ସେମାନଙ୍କୁ ପୂର୍ବ ପାକ୍ସରେ ଅନ୍ତର୍ଭୁକ୍ତ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି। ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି, ପେଟୁପାଲି ପଞ୍ଚାୟତ ପୂର୍ବରୁ ଘେଁସ ପାକ୍ସ ଅଧିନରେ ଥିଲା । ଏବେ ନୂତନ ଗଠିତ ଛୁରିଆପାଲି ପାକ୍ସରେ ଏହି ପଞ୍ଚାୟତକୁ ସାମିଲ କରାଯାଇଛି। ଫଳରେ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଘେଁସ ପାକ୍ସକୁ ପେଟୁପାଲିଠାରୁ ମାତ୍ର ୨କି.ମି ଅଟେ। କିନ୍ତୁ ପେଟୁପାଲିଠାରୁ ଛୁରିଆପାଲିକୁ ୭କି.ମି ଦୂରତା ହେବ। ସେହିପରି ଘେଁସ ପାକ୍ସରେ ସମସ୍ତ ପ୍ରକାର ଭିତ୍ତିଭୂମି ଅଛି ।ସାର, ଋଣ, ଧାନ ବିକ୍ରି ସୁବିଧା ରହିଛି। ଅନ୍ୟପକ୍ଷରେ ଛୁରିଆପାଲି ପାକ୍ସରେ କୌଣସି ସ୍ଥାୟୀ ବ୍ୟବସ୍ଥା ନାହିଁ ବୋଲି ପେଟୁପାଲି ପଞ୍ଚାୟତ ଚାଷୀମାନେ ଅଭିଯୋଗ କରିଛନ୍ତି। ଫଳରେ ସେମାନଙ୍କୁ ଛୁରିଆପାଲି ପାକ୍ସରେ ସାମିଲ ନ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି। ସମସ୍ତ କାଗଜପତ୍ର ନିରୀକ୍ଷଣ ପରେ ଯାହା ପଞ୍ଚାୟତର ହିତରେ ହେବ, ତାହା ନିଷ୍ପତ୍ତି ନିଆଯିବ ବୋଲି ଡିଆରସିଏସ୍ କହିଛନ୍ତି। ପେଟୁପାଲି ପଞ୍ଚାୟତର ସରପଞ୍ଚ ସୁଶାନ୍ତ ଦିଶିରୀ, ସମିତି ସଭ୍ୟ କୁଞ୍ଜ ପଧାନ, ସୌକିଲାଲ ତାଣ୍ଡି, ସୁନ୍ଦରମଣୀ ଭୋଇ, ନିତ୍ୟାନନ୍ଦ ପଧାନ, ବିପିନ ନାୟକ, ଆନନ୍ଦ ରୋହିଦାସ ପ୍ରମୁଖ ଚାଷୀ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…

ଚଷାନିମଖଣ୍ଡି ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ: ମନ ଜିଣିଲା ନାଟକ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମ ସରକାରୀ ହାଇସ୍କୁଲ ପରିସରରେ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର…

ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ମରଣଯନ୍ତା: ଗଳା ଫାଶ ସାଜିଛି ‘ଲୁହା ଜାଲି’, ପ୍ରଶାସନ ନିଦାବିଷ୍ଣୁ

ଥୁଆମୂଳ ରାମପୁର, ୧୯।୩ (ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ମୁଖ୍ୟ ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ସୁରେଶ ରେଡ୍ଡି ହେଲେ ଭାଜପା ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ: ଛତ୍ରପୁର ଅଞ୍ଚଳରେ ଉତ୍ସାହ

ଛତ୍ରପୁର, ୧୯।୩ (ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି (ଭାଜପା) ଯୁବ ମୋର୍ଚ୍ଚାର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଛତ୍ରପୁରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri