Categories: ବାଣିଜ୍ୟ

କୃଷକ ଧର୍ମଘଟକୁ ୧୦ ଶ୍ରମିକ ସଙ୍ଗଠନର ସମର୍ଥନ

ନୂଆଦିଲ୍ଲୀ: କୃଷକ ସଙ୍ଗଠନଗୁଡିକ ପକ୍ଷରୁ ୮ ଡିସେମ୍ବରରେ ଦିଆଯାଇଥିବା ଧର୍ମଘଟ ଡାକରାକୁ ଦେଶର ୧୦ ପ୍ରମୁଖ ଶ୍ରମିକ ସଙ୍ଗଠନ ସମର୍ଥନ ଜଣାଇଛନ୍ତି। ଶ୍ରମିକ ସଙ୍ଗଠନଗୁଡିକ ୨୬ ନଭେମ୍ବରରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିଲେ। ନିଟକରେ ପାସ୍‌ ହୋଇଥିବା ଶ୍ରମ କୋଡ୍‌ ବିଲ୍‌ ସହ ଅନ୍ୟ କେତେକ ପ୍ରସଙ୍ଗକୁ ଆଧାର କରି ସଙ୍ଗଠନଗୁଡିକ ଧର୍ମଘଟକୁ ଓହ୍ଲାଇଥିଲେ। ସେହିଭଳି କୃଷକମାନେ ମଧ୍ୟ ସରକାରଙ୍କ ଦ୍ୱାରା ପାସ୍‌ ହୋଇଥିବା ବିଭିନ୍ନ ବିଲ୍‌ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ବିଶେଷକରି ପଞ୍ଜାବ ଏବଂ ହରିୟାଣାର କୃଷକ ନୂଆଦିଲ୍ଲୀରେ ଧାରଣା ଦେଇଥିବା ବେଳେ ସରକାରଙ୍କ ସହ ଆଲୋଚନା ବିଫଳ ହୋଇଛି। ଫଳରେ ସେମାନେ ବାଧ୍ୟହୋଇ ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡିଛି। ୧୦ ଶ୍ରମିକ ସଙ୍ଗଠନ ମଧ୍ୟରେ ଇଣ୍ଡିଆନ ନ୍ୟାଶନାଲ ଟ୍ରେଡ୍‌ ୟୁନିୟନ କଂଗ୍ରେସ, ଅଲ ଇଣ୍ଡିଆ ଟ୍ରେଡ୍‌ ୟୁନିୟନ କଂଗ୍ରେସ, ହିନ୍ଦ୍‌ ମଜଦୁର ସଭା, ସେଣ୍ଟର ଅଫ୍‌ ଇଣ୍ଡିଆନ ଟ୍ରେଡ୍‌ ୟୁନିୟନ୍ସ, ଅଲ୍‌ ଇଣ୍ଡିଆ ୟୁନାଇଟେଡ୍‌ ଟ୍ରେଡ୍‌ ୟୁନିୟନ ସେଣ୍ଟର, ଟ୍ରେଡ୍‌ ୟୁନିୟନ କୋଅର୍ଡିନେଶନ ସେଣ୍ଟର, ସେଲ୍ଫ ଏମ୍ପ୍ଲଏଡ୍‌ ଓ୍ବିମେନ୍ସ ଆସୋସିଏଶନ, ଅଲ୍‌ ଇଣ୍ଡିଆ ସେଣ୍ଟ୍ରାଲ କାଉନସିଲ ଅଫ୍‌ ଟ୍ରେଡ୍‌ ୟୁନିୟନ୍ସ, ଲେବର ପ୍ରୋଗ୍ରେସିଭ ଫେଡେରେଶନ ଏବଂ ୟୁନାଇଡେଟ୍‌ ଟ୍ରେଡ୍‌ ୟୁନିୟନ କଂଗ୍ରେସ ରହିଛନ୍ତି। ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ନେଇ ସଙ୍ଗଠନଗୁଡିକ ଦାବି ରଖିଛନ୍ତି।

Share