ଧାନ ବିକ୍ରି ନେଇ ଏବେ ବି ଅନିଶ୍ଚିତତାରେ ଚାଷୀ

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ): ଜୁନ୍‌ ୩୦ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ହେଲେ ଏବେ ମଧ୍ୟ ବରଗଡ଼ ଜିଲାର ଅନେକ ଧାନକ୍ରୟ କେନ୍ଦ୍ର ତଥା ମଣ୍ଡିରେ ବହୁସଂଖ୍ୟକ ଚାଷୀଙ୍କ ଧାନ ପଡ଼ି ରହିଛି। ସମ୍ପୃକ୍ତ ଚାଷୀମାନଙ୍କ ଚକ୍ଷୁସ୍କାନ୍‌ ସରିଛି। ହେଲେ ସେମାନଙ୍କ ଧାନ ମଣ୍ଡିରୁ ନିର୍ଦ୍ଧାରିତ ରାଇସ୍‌ ମିଲକୁ ଏପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ। ଏଭଳି ସ୍ଥଳେ ସମ୍ପୃକ୍ତ ଚାଷୀମାନଙ୍କ ଆକାଉଣ୍ଟରେ ସେମାନଙ୍କ ବିକ୍ରିଧାନ ପ୍ରାପ୍ୟରାଶି ଜମା ହୋଇପାରି ନାହିଁ। ଅନ୍ୟପଟେ ଧାନବିକ୍ରି ହେବାର ୪୮ଘଣ୍ଟା ପରେ ବିକ୍ରିଧାନର ପ୍ରାପ୍ୟରାଶି ସମ୍ପୃକ୍ତ ଚାଷୀଙ୍କ ଆକାଉଣ୍ଟରେ ଜମା ହେବ ବୋଲି ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବୈଠକରେ ସୂଚନା ଦିଆଯାଇଥିଲା। ମାତ୍ର ବୁଧବାର ସୁଦ୍ଧା ଜିଲାର ଅନେକ ଚାଷୀଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଉପୁଜିଛି। ଫଳରେ ଚାଷୀମାନେ ଖରିଫ ଚାଷକାର୍ଯ୍ୟ ଆରମ୍ଭ କରି ପାରି ନଥିବାବେଳେ ସେମାନଙ୍କ ଅନ୍ୟ ଆବଶ୍ୟକତାକୁ ମଧ୍ୟ ପୂରଣ କରି ପାରୁ ନାହିଁ। ଏଭଳି ସ୍ଥିତିରେ ରବିଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇ ଥିଲେ ସୁଦ୍ଧା ଜିଲାରେ ଚାଷୀ ଅସନ୍ତୋଷ ଲାଗି ରହିଛି। ଏହି କ୍ରମରେ ବୁଧବାର ଜିଲାର ଭେଡ଼େନ ବ୍ଲକ ସିଂହେନପାଲି ଗ୍ରାମର ଚାଷୀମାନେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଧାରଣାରେ ବସିଥିଲେ। ମଣ୍ଡିରେ ପଡ଼ିଥିବା ଧାନକୁ ତୁରନ୍ତ ଉଠାଇ ସେମାନଙ୍କୁ ଧାନବିକ୍ରି ପ୍ରାପ୍ୟରାଶି ତୁରନ୍ତ ପ୍ରଦାନ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଚାଷୀମାନେ ଦାବି କରିଥିଲେ। ତେବେ ଆଲୋଚନାକାଳରେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ ଗୁରୁବାର ସୁଦ୍ଧା ମଣ୍ଡିରେ ପଡ଼ିଥିବା ଧାନ ଉଠାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଧାରଣାରୁ ଉଠିଥିଲେ।
ସୂଚନା ଅନୁଯାୟୀ, ଗତ ମେ ମାସ ୧୪ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥର ଜିଲାର ଚାଷୀମାନଙ୍କୁ ଧାନ ସଂଗ୍ରହ ଆରମ୍ଭରୁ ଶେଷ ଯାଏ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଛି। ଟୋକନ କଟକଣା ଯୋଗୁ ପ୍ରଥମରୁ ଚାଷୀଙ୍କୁ ଧାନବିକ୍ରି ବାଧକ ସାଜିଥିବାବେଳେ ପରବର୍ତ୍ତୀ ସମୟରେ ଅଦିନିଆଁ ବର୍ଷା କ୍ଷେତ, ଖଳାଠାରୁ ଆରମ୍ଭ କରି ମଣ୍ଡି ଯାଏ ପଡ଼ିଥିବା ଚାଷୀଙ୍କ ଧାନକୁ ନଷ୍ଟ କରି ଦେଇଥିଲେ। ସେହିପରି ଚିରାଚରିତ ଢଙ୍ଗରେ ମଣ୍ଡିରେ କଟନୀଛଟନୀ ଲାଗି ରହି ଥିବାବେଳେ ମିଲର୍ସଙ୍କୁ ନିୟମିତ ଟାର୍ଗେଟ୍‌(ଆଲଟମେଣ୍ଟ) ଅଭାବରୁ ଧାନ ଉଠାଣ ଶୀଥିଳ ହୋଇ ପଡ଼ିଥିଲା। ଏଭଳି ସମସ୍ୟା ଲାଗି ରହିଥିବା ବେଳେ ମୌସୁମୀ ସକ୍ରିୟ ହୋଇ ପଡ଼ିଥିଲା ଏବଂ ବର୍ଷାରେ ଧାନବିକ୍ରି ପାଇଁ ଚାଷୀଙ୍କୁ ଆହୁରି ହଇରାଣ ହରକତ ହେବାକୁ ପଡ଼ିଥିଲା। ଏପରିକି ଜିଲାର ବିଭିନ୍ନ ସ୍ଥାନରେ କ୍ଷେତ, ଖଳାଠୁ ମଣ୍ଡି ଯାଏ ଧାନଗଜା ହେବା ମଧ୍ୟ ପରିଲକ୍ଷିତ ହୋଇଥିଲା। ଏପରିକି ଚାଷୀମାନେ ଗଜାଧାନ ଧରି କ୍ଷତିପୂରଣ ପ୍ରଦାନ ତଥା ଧାନ ଉଠାଣ ଦାବି ନେଇ ନିୟମିତ ଜିଲା ଯୋଗାଣ ଅଧିକାରୀ ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧାଁ ଧପଡ଼ ହୋଇଥିଲେ।
ଏହାସତ୍ତ୍ୱେ ଧାନ ଉଠାଣ ତ୍ୱରାନ୍ବିତ ହୋଇ ନଥିବାରୁ ଚାଷୀମାନେ ରାଜରାସ୍ତାରେ ଧାନ ପକାଇ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲେ। ତେବେ ମଣ୍ଡିରେ ପଡ଼ିଥିବା ସମସ୍ତ ଧାନ କିଣାଯିବ ବୋଲି ବିଭାଗୀୟ ଅଧିକାରୀମାନେ ନିର୍ଭର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ଥମିଥିଲା। ଏହି କ୍ରମରେ କାଗଜାତରେ ଗତ ୩୦ତାରିଖ ସୁଦ୍ଧା ମଣ୍ଡିରେ ପଡ଼ିଥିବା ଧାନକୁ କ୍ରୟ କରାଯାଇଛି। କିନ୍ତୁ ସିଂହେନପାଲି, ତୁଲଣ୍ଡି, ରେଶମ, ସତଲମା ଭଳି ଅନେକ ମଣ୍ଡିରେ ପଡ଼ିଥିବା ବହୁ ପରିମାଣର ଧାନକୁ ଉଠାଯାଇ ନାହିଁ। ଫଳରେ ସମ୍ପୃକ୍ତ ଚାଷୀଙ୍କ ପାଖକୁ ଏପର୍ଯ୍ୟନ୍ତ ବିକ୍ରିଧାନର ପ୍ରାପ୍ୟରାଶି ଏବେ ସୁଦ୍ଧା ଅପହଞ୍ଚ ହୋଇ ପଡ଼ିଛି। ଏଭଳି ସ୍ଥିତିରେ ଚାଷୀମାନେ ବର୍ତ୍ତମାନ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି ଏବଂ ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି। ସିଂହେନପାଲିର ଚାଷୀ ନରେନ୍ଦ୍ର ଭୋଇ କହିଛନ୍ତି, ଧାନକ୍ରୟ ସଂସ୍ଥା ଚାଷୀମାନଙ୍କ ଚକ୍ଷୁସ୍କାନ କରି ଦେଇଛି। କିନ୍ତୁ ଏ ଯାଏ ମଣ୍ଡିରେ ଧାନ ପଡ଼ି ରହିଛି ଏବଂ ସମ୍ପୃକ୍ତ ଚାଷୀଙ୍କ ଆକାଉଣ୍ଟରେ ବିକ୍ରିଧାନର ପ୍ରାପ୍ୟରାଶି ଜମା ହୋଇ ନାହିଁ। ଅପରପକ୍ଷେ ଖରିଫ ଚାଷକାର୍ଯ୍ୟ ସମୟ ଗଡ଼ି ଚାଲିଛି। ଧାନବିକ୍ରି ଏବଂ ବିକ୍ରିଧାନର ପ୍ରାପ୍ୟରାଶି ପାଇବା ପାଇଁ ଆମେ ବାରମ୍ବାର ଏଭଳି ଦୌଡ଼ିବାରୁ ଖରିଫ ଚାଷକାର୍ଯ୍ୟ ଆରମ୍ଭ କରିପାରୁ ନାହୁଁ। ତେବେ ଗୁରୁବାର ସୁଦ୍ଧା ମଣ୍ଡିରେ ପଡ଼ିଥିବା ଧାନ ଉଠା ନଗଲେ ଶୁକ୍ରବାର ସିଂହେନପାଲି ଗ୍ରାମର ସମସ୍ତ ଚାଷୀ ପରିବାର ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଧାରଣାରେ ବସିବେ ବୋଲି ଭୋଇ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri