ଧାନ ବିକ୍ରି ନେଇ ଏବେ ବି ଅନିଶ୍ଚିତତାରେ ଚାଷୀ

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ): ଜୁନ୍‌ ୩୦ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ହେଲେ ଏବେ ମଧ୍ୟ ବରଗଡ଼ ଜିଲାର ଅନେକ ଧାନକ୍ରୟ କେନ୍ଦ୍ର ତଥା ମଣ୍ଡିରେ ବହୁସଂଖ୍ୟକ ଚାଷୀଙ୍କ ଧାନ ପଡ଼ି ରହିଛି। ସମ୍ପୃକ୍ତ ଚାଷୀମାନଙ୍କ ଚକ୍ଷୁସ୍କାନ୍‌ ସରିଛି। ହେଲେ ସେମାନଙ୍କ ଧାନ ମଣ୍ଡିରୁ ନିର୍ଦ୍ଧାରିତ ରାଇସ୍‌ ମିଲକୁ ଏପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ। ଏଭଳି ସ୍ଥଳେ ସମ୍ପୃକ୍ତ ଚାଷୀମାନଙ୍କ ଆକାଉଣ୍ଟରେ ସେମାନଙ୍କ ବିକ୍ରିଧାନ ପ୍ରାପ୍ୟରାଶି ଜମା ହୋଇପାରି ନାହିଁ। ଅନ୍ୟପଟେ ଧାନବିକ୍ରି ହେବାର ୪୮ଘଣ୍ଟା ପରେ ବିକ୍ରିଧାନର ପ୍ରାପ୍ୟରାଶି ସମ୍ପୃକ୍ତ ଚାଷୀଙ୍କ ଆକାଉଣ୍ଟରେ ଜମା ହେବ ବୋଲି ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବୈଠକରେ ସୂଚନା ଦିଆଯାଇଥିଲା। ମାତ୍ର ବୁଧବାର ସୁଦ୍ଧା ଜିଲାର ଅନେକ ଚାଷୀଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଉପୁଜିଛି। ଫଳରେ ଚାଷୀମାନେ ଖରିଫ ଚାଷକାର୍ଯ୍ୟ ଆରମ୍ଭ କରି ପାରି ନଥିବାବେଳେ ସେମାନଙ୍କ ଅନ୍ୟ ଆବଶ୍ୟକତାକୁ ମଧ୍ୟ ପୂରଣ କରି ପାରୁ ନାହିଁ। ଏଭଳି ସ୍ଥିତିରେ ରବିଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇ ଥିଲେ ସୁଦ୍ଧା ଜିଲାରେ ଚାଷୀ ଅସନ୍ତୋଷ ଲାଗି ରହିଛି। ଏହି କ୍ରମରେ ବୁଧବାର ଜିଲାର ଭେଡ଼େନ ବ୍ଲକ ସିଂହେନପାଲି ଗ୍ରାମର ଚାଷୀମାନେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଧାରଣାରେ ବସିଥିଲେ। ମଣ୍ଡିରେ ପଡ଼ିଥିବା ଧାନକୁ ତୁରନ୍ତ ଉଠାଇ ସେମାନଙ୍କୁ ଧାନବିକ୍ରି ପ୍ରାପ୍ୟରାଶି ତୁରନ୍ତ ପ୍ରଦାନ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଚାଷୀମାନେ ଦାବି କରିଥିଲେ। ତେବେ ଆଲୋଚନାକାଳରେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ ଗୁରୁବାର ସୁଦ୍ଧା ମଣ୍ଡିରେ ପଡ଼ିଥିବା ଧାନ ଉଠାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଧାରଣାରୁ ଉଠିଥିଲେ।
ସୂଚନା ଅନୁଯାୟୀ, ଗତ ମେ ମାସ ୧୪ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥର ଜିଲାର ଚାଷୀମାନଙ୍କୁ ଧାନ ସଂଗ୍ରହ ଆରମ୍ଭରୁ ଶେଷ ଯାଏ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଛି। ଟୋକନ କଟକଣା ଯୋଗୁ ପ୍ରଥମରୁ ଚାଷୀଙ୍କୁ ଧାନବିକ୍ରି ବାଧକ ସାଜିଥିବାବେଳେ ପରବର୍ତ୍ତୀ ସମୟରେ ଅଦିନିଆଁ ବର୍ଷା କ୍ଷେତ, ଖଳାଠାରୁ ଆରମ୍ଭ କରି ମଣ୍ଡି ଯାଏ ପଡ଼ିଥିବା ଚାଷୀଙ୍କ ଧାନକୁ ନଷ୍ଟ କରି ଦେଇଥିଲେ। ସେହିପରି ଚିରାଚରିତ ଢଙ୍ଗରେ ମଣ୍ଡିରେ କଟନୀଛଟନୀ ଲାଗି ରହି ଥିବାବେଳେ ମିଲର୍ସଙ୍କୁ ନିୟମିତ ଟାର୍ଗେଟ୍‌(ଆଲଟମେଣ୍ଟ) ଅଭାବରୁ ଧାନ ଉଠାଣ ଶୀଥିଳ ହୋଇ ପଡ଼ିଥିଲା। ଏଭଳି ସମସ୍ୟା ଲାଗି ରହିଥିବା ବେଳେ ମୌସୁମୀ ସକ୍ରିୟ ହୋଇ ପଡ଼ିଥିଲା ଏବଂ ବର୍ଷାରେ ଧାନବିକ୍ରି ପାଇଁ ଚାଷୀଙ୍କୁ ଆହୁରି ହଇରାଣ ହରକତ ହେବାକୁ ପଡ଼ିଥିଲା। ଏପରିକି ଜିଲାର ବିଭିନ୍ନ ସ୍ଥାନରେ କ୍ଷେତ, ଖଳାଠୁ ମଣ୍ଡି ଯାଏ ଧାନଗଜା ହେବା ମଧ୍ୟ ପରିଲକ୍ଷିତ ହୋଇଥିଲା। ଏପରିକି ଚାଷୀମାନେ ଗଜାଧାନ ଧରି କ୍ଷତିପୂରଣ ପ୍ରଦାନ ତଥା ଧାନ ଉଠାଣ ଦାବି ନେଇ ନିୟମିତ ଜିଲା ଯୋଗାଣ ଅଧିକାରୀ ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧାଁ ଧପଡ଼ ହୋଇଥିଲେ।
ଏହାସତ୍ତ୍ୱେ ଧାନ ଉଠାଣ ତ୍ୱରାନ୍ବିତ ହୋଇ ନଥିବାରୁ ଚାଷୀମାନେ ରାଜରାସ୍ତାରେ ଧାନ ପକାଇ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲେ। ତେବେ ମଣ୍ଡିରେ ପଡ଼ିଥିବା ସମସ୍ତ ଧାନ କିଣାଯିବ ବୋଲି ବିଭାଗୀୟ ଅଧିକାରୀମାନେ ନିର୍ଭର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ଥମିଥିଲା। ଏହି କ୍ରମରେ କାଗଜାତରେ ଗତ ୩୦ତାରିଖ ସୁଦ୍ଧା ମଣ୍ଡିରେ ପଡ଼ିଥିବା ଧାନକୁ କ୍ରୟ କରାଯାଇଛି। କିନ୍ତୁ ସିଂହେନପାଲି, ତୁଲଣ୍ଡି, ରେଶମ, ସତଲମା ଭଳି ଅନେକ ମଣ୍ଡିରେ ପଡ଼ିଥିବା ବହୁ ପରିମାଣର ଧାନକୁ ଉଠାଯାଇ ନାହିଁ। ଫଳରେ ସମ୍ପୃକ୍ତ ଚାଷୀଙ୍କ ପାଖକୁ ଏପର୍ଯ୍ୟନ୍ତ ବିକ୍ରିଧାନର ପ୍ରାପ୍ୟରାଶି ଏବେ ସୁଦ୍ଧା ଅପହଞ୍ଚ ହୋଇ ପଡ଼ିଛି। ଏଭଳି ସ୍ଥିତିରେ ଚାଷୀମାନେ ବର୍ତ୍ତମାନ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି ଏବଂ ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି। ସିଂହେନପାଲିର ଚାଷୀ ନରେନ୍ଦ୍ର ଭୋଇ କହିଛନ୍ତି, ଧାନକ୍ରୟ ସଂସ୍ଥା ଚାଷୀମାନଙ୍କ ଚକ୍ଷୁସ୍କାନ କରି ଦେଇଛି। କିନ୍ତୁ ଏ ଯାଏ ମଣ୍ଡିରେ ଧାନ ପଡ଼ି ରହିଛି ଏବଂ ସମ୍ପୃକ୍ତ ଚାଷୀଙ୍କ ଆକାଉଣ୍ଟରେ ବିକ୍ରିଧାନର ପ୍ରାପ୍ୟରାଶି ଜମା ହୋଇ ନାହିଁ। ଅପରପକ୍ଷେ ଖରିଫ ଚାଷକାର୍ଯ୍ୟ ସମୟ ଗଡ଼ି ଚାଲିଛି। ଧାନବିକ୍ରି ଏବଂ ବିକ୍ରିଧାନର ପ୍ରାପ୍ୟରାଶି ପାଇବା ପାଇଁ ଆମେ ବାରମ୍ବାର ଏଭଳି ଦୌଡ଼ିବାରୁ ଖରିଫ ଚାଷକାର୍ଯ୍ୟ ଆରମ୍ଭ କରିପାରୁ ନାହୁଁ। ତେବେ ଗୁରୁବାର ସୁଦ୍ଧା ମଣ୍ଡିରେ ପଡ଼ିଥିବା ଧାନ ଉଠା ନଗଲେ ଶୁକ୍ରବାର ସିଂହେନପାଲି ଗ୍ରାମର ସମସ୍ତ ଚାଷୀ ପରିବାର ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଧାରଣାରେ ବସିବେ ବୋଲି ଭୋଇ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri