Posted inଜାତୀୟ

ଘର ବାହୁଡିଲେ କୃଷକ, ବିଜୟ ରାଲି ପରେ ଆନ୍ଦୋଳନ ସ୍ଥଳ ହେବ ଖାଲି

ନୂଆଦିଲ୍ଲୀ,୧୧ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ପ୍ରାୟ ବର୍ଷକରୁ ଊର୍ଦ୍ଧ୍ୱ ସମୟ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ କୃଷକଙ୍କ ଦାବି ପୂରଣ ହେବା ପରେ ଏବେ ସେମାନେ ଘର ବାହୁଡିଛନ୍ତି । କେବଳ କୃଷି ଆଇନ ନୁହେଁ ଆଉ କିଛି ଦାବି ନେଇ ଆନ୍ଦୋଳନରେ ବସିଥିବା କୃଷକଙ୍କ ଦାବି ପୂରଣ ହେବ ବୋଲି ସରକାର କଥା ଦେବା ପରେ ଏମାନେ ଆନ୍ଦୋଳନରୁ ଉଠିଛନ୍ତି । ଶୁକ୍ରବାର ରାସ୍ତା କଡରେ ଟେଣ୍ଟ ଉଠାଇବା ବେଳେ ଲାଉଡସ୍ପିକରରେ ପଞ୍ଜାବୀ ଗୀତଗାଇ ଏମାନେ ଯେଉଁଭଳି ଭାବରେ ଉତ୍ସବ ମନାଉଥିଲେ ଲାଗୁଥିଲା ଏହା ଯେମିତି କୌଣସି ମେଳାର ଦୃଶ୍ୟ । ଏବେ ବାକି ରହିଯାଇଥିବା କୃଷକମାନେ ଶନିବାର ସେମାନଙ୍କ ବିଜୟ ଉତ୍ସବ ପାଳନ କରିବାକୁ ଏକ ରାଲି ବାହାର କରିବେ । ଏହାପରେ ସେମାନେ ଘରକୁ ଫେରିଯିବେ ବୋଲି ଜଣାପଡିଛି । ବିଜୟ ରାଲିରେ ସାମିଲ ହେବା ଲାଗି ପଞ୍ଜାବ ଓ ହରିୟାଣାରୁ ପ୍ରାୟ ୫୦୦ ଟ୍ରାକ୍ଟର-ଟ୍ରଲି କୁଣ୍ଡଲି ସୀମାରେ ପହଞ୍ଚିଛି । ଆଉ ଘର ବାହୁଡିବାକୁ କୃଷକମାନେ ସେମାନଙ୍କ ଜିନିଷ ପତ୍ର ପ୍ୟାକିଂ କରିସାରିଥିବା କୁହାଯାଉଛି । ଏମାନେ ପ୍ରଥମେ ନିଜନିଜର କାମ ସାରି ୨ ଘଣ୍ଟା ପର୍ଯ୍ୟନ୍ତ ଲଙ୍ଗରରେ ବସିବେ ଏହାପରେ ବିଜୟ ରାଲି ବାହାର କରି ନିଜ ନିଜ ଘରକୁ ବାହୁଡିଯିବେ ବୋଲି ସୂଚନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri