୩ ଦଫା ଦାବିରେ ଚାଷୀଙ୍କ ବିକ୍ଷୋଭ: ବିଦ୍ୟୁତ୍‌ କ୍ଷେତ୍ରରେ କମ୍ପାନୀକରଣ ବନ୍ଦ ହେଉ

ବରଗଡ଼,୨୧।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କୃଷି ଏବଂ କୃଷକଙ୍କ ସମସ୍ୟା ଅସମାହିତ ରହିଛି। ଧାନର ଅଭାବୀ ବିକ୍ରି, କଟନୀଛଟନୀଠାରୁ ଆରମ୍ଭ କରି ବିଦ୍ୟୁତ୍‌ କ୍ଷେତ୍ରରେ କମ୍ପାନୀକରଣକୁ ନେଇ ଚାଷୀ ଅସନ୍ତୋଷ ବଢ଼ି ଚାଲିଛି। ଏହି କ୍ରମରେ ଶୁକ୍ରବାର ଜିଲାର ଭଟଲିରେ ଚାଷୀ ସଙ୍ଗଠନ ଜୟ କିଷାନ ଆନ୍ଦୋଳନ ନେତୃତ୍ୱରେ ବିକ୍ଷୋଭ ଶୋଭାଯାତ୍ରା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ଅଭିରାମ ସେଠଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଭଟଲି ଟାଉନ ହଲ୍‌ରୁ ଅଞ୍ଚଳର ଶତାଧିକ ଚାଷୀ ଶୋଭାଯାତ୍ରାରେ ତହସିଲଦାରଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ। ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ହୋଇଥିଲା। ଜୟ କିଷାନ ଆନ୍ଦୋଳନର ବ୍ଲକ ସଭାପତି ମାନଭଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜଙ୍କ ସମେତ ଅନେକ ଚାଷୀନେତା ଯୋଗ ଦେଇଥିଲେ। ଲିଙ୍ଗରାଜ କହିଥିଲେ, ବିଦ୍ୟୁତ୍‌ କ୍ଷେତ୍ରରେ କମ୍ପାନୀକରଣ ବିରୁଦ୍ଧରେ ଭଟଲିରୁ ପ୍ରଥମେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ସେହି ଆନ୍ଦୋଳନ ସମଗ୍ର ଜିଲାରେ ଚେତନା ସୃଷ୍ଟି କରିବା ସହିତ ଚାଷୀଙ୍କୁ ଆନ୍ଦୋଳିତ କରିଥିଲା ଏବଂ ପରବତ୍ତୀ ନିର୍ବାଚନରେ ତାହା ମୁଖ୍ୟ ପ୍ରସଙ୍ଗ ହୋଇଥିଲା। ବର୍ତ୍ତମାନ ରାଜ୍ୟର ଭାଜପା ସରକାର ଧାନ କୁଇଣ୍ଟାଲ ପ୍ରତି ୮୦୦ଟଙ୍କା ଇନ୍‌ପୁଟ୍‌ ସବ୍‌ସିଡ଼ି ପ୍ରଦାନ କରିଛନ୍ତି ସତ, କିନ୍ତୁ ମଣ୍ଡିରେ କଟନୀଛଟନୀ ଏବଂ ମିଲର୍ସଙ୍କ ଦାଦାଗିରି ପୂର୍ବବର୍ଷଠାରୁ ଅଧିକ ଦେଖିବାକୁ ମିଳିଛି। ଏହାସହିତ ଚଳିତ ଖରିଫ୍‌ ଚାଷରେ ନାନୋ ସାରକୁ ବାଧ୍ୟତାମୂଳକ କରାଯାଇଛି। ଫଳରେ ଚାଷୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ତେବେ କୃଷିକ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ୍‌ ସମ୍ପୂର୍ଣ୍ଣ ଛାଡ଼, ପ୍ରତ୍ୟେକ ପରିବାରକୁ ଅନ୍ତତଃ ୩୦୦ ୟୁନିଟ୍‌ ବିଦ୍ୟୁତ ବିଲ୍‌ ଛାଡ଼, ବିଦ୍ୟୁତ କ୍ଷେତ୍ରରେ କମ୍ପାନୀକରଣକୁ ବନ୍ଦ, ଧାନବିକ୍ରି ବ୍ୟବସ୍ଥାରେ ମିଲର୍ସଙ୍କ ହସ୍ତକ୍ଷେପ ବନ୍ଦ, ନାନୋ ସାର ବ୍ୟବହାରକୁ ବାଧ୍ୟତାମୂଳକ କରା ନ ଯିବାକୁ ଜୟ କିଷାନ ଆନ୍ଦୋଳନ ଦାବି କରିଛି।
ଏହି ଦାବି ସମୂହକୁ ସରକାର ଗମ୍ଭୀରତାର ସହିତ ଚିନ୍ତା କରି ଯଥାଶୀଘ୍ର ପଦକ୍ଷେପ ଗ୍ର୍ରହଣ କରନ୍ତୁ, ଅନ୍ୟଥା ଜିଲାବ୍ୟାପୀ ଆନ୍ଦୋଳନ ବ୍ୟାପକ ହେବ ବୋଲି ଲିଙ୍ଗରାଜ ଚେତବାନୀ ଦେଇଥିଲେ। ଫସଲ ଥିବା ସମୟରେ କୌଣସି ପରିସ୍ଥିତିରେ ଚାଷୀଙ୍କ ବିଦ୍ୟୁତ୍‌ କାଟ୍‌ କରାଗଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଜୟ କିଷାନ ଆନ୍ଦୋଳନର ସଭାପତି ସୁଶିଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆଁ ଚେତାବନୀ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚାଷୀନେତା ଅକ୍ଷୟ ପ୍ରଧାନ, ନରେନ୍ଦ୍ର ନାୟକ, ମୋହନ ସାହୁ, ଜନ୍ମେଜୟ ଠାକୁର, ଭରତ ଚନ୍ଦ୍ର ନାୟକ, ମିନିଷ୍ଟର ବାରିକ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri