ଗଜାଧାନ ଧରି ବିକ୍ଷୋଭ କଲେ ଚାଷୀ

ବରଗଡ଼,୨୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଦିନକ ପରେ ୫ସପ୍ତାହ ପୂରିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନକିଣା ସମସ୍ୟା ଅସମାହିତ ରହିଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ତାହା ବିକ୍ରି ହୋଇପାରୁ ନାହିଁ ଏବଂ ଦୀର୍ଘଦିନ ଧରି ମଣ୍ଡିର ଖୋଲା ଆକାଶତଳେ ପଡ଼ି ରହୁଛି। ସେହିପରି ଚାଷୀଙ୍କ ଘରେ ଏବଂ ଖଳାରେ ମଧ୍ୟ ବହୁ ପରିମାଣରେ ଧାନ ବିକ୍ରି ଅପେକ୍ଷାରେ ରହିଛି। କିନ୍ତୁ ବିଭିନ୍ନ ଆଳରେ ମଣ୍ଡିରୁ ଧାନ ଉଠାଯାଉ ନ ଥିବାରୁ ଚାଷୀମାନେ ଘରେ ଏବଂ ଖଳାରେ ରଖିଥିବା ଧାନ ମଣ୍ଡିକୁ ଆଣି ପାରୁ ନାହାନ୍ତି। ଅନ୍ୟପଟେ ମୌସୁମୀ ସକ୍ରିୟ ହେବା ସହିତ ବର୍ଷା ଲାଗି ରହିଥିବାରୁ ଚାଷୀଙ୍କ କଷ୍ଟୋପାର୍ଜିତ ଧାନ ଭିଜି ନଷ୍ଟ ହେବାରେ ଲାଗିଛି। ଅନେକ ସ୍ଥାନରେ ଧାନ ଗଜା ହୋଇଯାଇଥିବା ପରିଲକ୍ଷିତ ହୋଇଛି। ଧାନ ଉଠାଣ ଦାବି ନେଇ ପ୍ରତିଦିନ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧାଉଁଛନ୍ତି। ଏହାସତ୍ତ୍ୱେ ଧାନ ଉଠାଣ ଦିଗରେ ପ୍ରଶାସନିକ ଉଦାସୀନତା ଏବଂ ସ୍ଥାନୀୟ ଜନ ପ୍ରତିନିଧିଙ୍କ ନୀରବତା ଯୋଗୁ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଗୁରୁବାର ଜିଲାର ବରପାଲି ବ୍ଲକ ଅନ୍ତର୍ଗତ ତୁଲଣ୍ଡି ମଣ୍ଡି ଉପରେ ନିର୍ଭର କରୁଥିବା ଚାଷୀମାନେ ଏଭଳି ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନଠାରେ ବାରମ୍ବାର ଦାବି ସତ୍ତ୍ୱେ ଧାନ ଉଠାଣ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ କରି ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଭିନବ ପ୍ରତିବାଦ କରିଥିଲେ। ଗଜାଧାନ ଧରି ସମସ୍ତ ଚାଷୀ ବିକ୍ଷୋଭ ପ୍ରଦର୍ଶନ ଧାରଣାରେ ବସି ପରସ୍ପରକୁ ବାସି ପଖାଳ ଖୁଆଇଥିଲେ। ଧାରଣାସ୍ଥଳକୁ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ, ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ ଆଲୋଚନା ପାଇଁ ଚାଷୀଙ୍କ ପାଖକୁ ପହଞ୍ଚିଥିଲେ। ତେବେ ବାରମ୍ବାର ଦାବି ସତ୍ତ୍ୱେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀଙ୍କ ପ୍ରତିଶ୍ରୁତିରେ କୌଣସି ତାଳମେଳ ରହୁ ନ ଥିବା ଚାଷୀମାନେ ଅଭିଯୋଗ କରିଥିଲେ ଏବଂ ଏହାକୁ ନେଇ କିଛି ସମୟ ଧରି ଧାରଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ମୁଖ୍ୟ ଜିଲା ଯୋଗାଣ ଅଧିକାରୀଙ୍କୁ କଡ଼ା ସମାଲୋଚନା କରିଥିଲେ। ଜିଲାପାଳ ଆଦିତ୍ୟ ଗୋୟଲ ଧାରଣାସ୍ଥଳକୁ ଆସି ଧାନ ଉଠାଣ ଦିଗରେ ପ୍ରତିଶ୍ରୁତି ନ ଦେବା ଯାଏ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି ଚାଷୀମାନେ ଅଡ଼ି ବସିଥିଲେ।
ପରେ ଜିଲାପାଳ ଗୋୟଲ ଧାରଣାସ୍ଥଳକୁ ପହଞ୍ଚି ଥିଲେ ଏବଂ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ତୁଲଣ୍ଡି ମଣ୍ଡିରେ ବର୍ତ୍ତମାନ ସୁଦ୍ଧା କେବଳ ୯୦୫୬ କୁଇଣ୍ଟାଲ ଧାନ ବିକ୍ରି ହୋଇଛି ଏବଂ ଆହୁରି ୨୩ହଜାର ୯୩୩ କୁଇଣ୍ଟାଲ ଧାନ ପଡ଼ି ରହିଥିବା ନେଇ ଚାଷୀମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସେହି ଧାନକୁ କେବେ କିଣାଯିବ ବୋଲି ପ୍ରଶ୍ନ କରିଥିଲେ। ସମସ୍ତ ବଳକା ଧାନ କିଣାଯିବା ସହିତ କୌଣସି ଚାଷୀଙ୍କ ଟୋକନ ଅବଧି ଯେଭଳି ସରିବ ନାହିଁ ଏବଂ କେହି ଧାନବିକ୍ରିରୁ ବଞ୍ଚିତ ନ ହେବେ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ଗୋୟଲ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଚାଷୀମାନେ ଧାରଣାରୁ ଉଠିଥିଲେ। ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କ ସମେତ ବନବାସ ସାହୁ, ପଞ୍ଚାନନ ସାହୁ, ସୁଦାମ ଶତପଥୀ, ମାନସ ରଞ୍ଜନ ବଢ଼ାଇ, କ୍ଷୀରେଶ୍ୱର ନାଏକ, ଲକ୍ଷ୍ମଣ ବାବୁ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ। ଅନୁରୂପ ଭାବେ ଜିଲାର ବକଟି, ରାଇଶୋଭା, ଅର୍ଜୁଣ୍ଡା, କମଗାଁ, କନବାର, ଡାଙ୍ଗପାଲି ଆଦି ମଣ୍ଡି ଉପରେ ନିର୍ଭର କରୁଥିବା ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଧାନ ଉଠାଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri