ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନ ଢାଳିଲେ ଚାଷୀ

କେନ୍ଦୁଝର,୧୯।୧(ସ୍ବ.ପ୍ର.): ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗୁରୁବାର ଶତାଧିକ କୃଷକ ଧାନ ଢାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମଣ୍ଡିରେ ଧାନ ବିକ୍ରିର ଅବ୍ୟବସ୍ଥା, ମିଲର୍ସଙ୍କୁ ଅନୁକମ୍ପା,ମଣ୍ଡିରେ ଧାନ କିଣା ଯାଉ ନ ଥିବା ଅଭିଯୋଗ ହୋଇଛି। ଜିଲାର ବିଭିନ୍ନ ପ୍ରାନ୍ତରୁ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଢାଳି ଅସାଧୁ ମିଲର ଏବଂ ସମ୍ପାଦକଙ୍କୁ ଗିରଫ ଦାବିରେ ଆନ୍ଦୋଳନ କରିଛନ୍ତି। ମଣ୍ଡିରେ ଧାନ ଖୋଲା ଆକାଶ ତଳେ ପଡିରହିଥିବାବେଳେ ଚାଷୀ କଟନୀ ଛଟନୀର ଶିକାର ହେଉଛନ୍ତି। ମଣ୍ଡିରେ ଧାନ ବିକ୍ରି ହୋଇ ପାରୁ ନ ଥିବାବେଳେ ଚାଷୀ ଅଭାବ ବିକ୍ରିର ଶିକାର ହେଉଛି। ଦଲାଲମାନେ କମ୍‌ ଦରରେ ଧାନ କିଣି ମିଲର୍ସଙ୍କୁ ବିକ୍ରି କରି ବେଶ ଫାଇଦା ଉଠାଉଛନ୍ତି। ଚାଷୀଙ୍କ ଧାନରେ ଅଗାଡି, ଧୂଳିମଳି ଥିବା କହି ୫ରୁ ୧୦ କେଜି ଧାନ କଟାଯାଉଥିବା ଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ମିଲର୍ସଙ୍କ ମନମାନି ଯୋଗୁ ମଣ୍ଡିରେ ଧାନ ପଡିରହିଛି। ତେବେ ଜିଲା ମୁଖ୍ୟ ବେସାମରିିକ ଯୋଗାଣ ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ସହ ଆଲୋଚନା ପରେ ଚାଷୀମାନେ ଆନ୍ଦୋଳନରୁ ଉଠିଥିଲେ।