ବଢୁଛି ଚାଷୀଙ୍କ ଦୁର୍ଦ୍ଦଶା: ବିକ୍ରି ହେଉନି ଧାନ, ମଣ୍ଡିରୁ ହେଉଛି ଚୋରି

ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଏଠାରେ ଅଧିକ ଧାନ ଉପତ୍ାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ତେବେ ଧାନଚାଷ କରୁଥିବା ଚାଷୀଙ୍କ ଦୁର୍ଦ୍ଦଶା ଏଠାରେ ଥମି ନାହିଁ। ମଣ୍ଡିରେ ଧାନ ଉଠୁ ନ ଥିବା ସାଧାରଣରେ ପରିଣତ ହୋଇଛି। ମାତ୍ର ବିକ୍ରି ଅପେକ୍ଷାରେ ମଣ୍ଡିରେ ରହିଥିବା ଧାନ ଚୋରି ହେବା ସମସ୍ତଙ୍କୁ ଚକିତ କରି ପକାଇଛି। ବରଗଡ଼ ଜିଲା ବରପାଲି ବ୍ଲକ ଅନ୍ତର୍ଗତ ତୁଲଣ୍ଡି ଧାନ କ୍ରୟକେନ୍ଦ୍ର(ମଣ୍ଡି)ରେ ଏଭଳି ସ୍ଥିତି ଉପୁଜିଛି। ଉକ୍ତ ମଣ୍ଡିରେ ବିକ୍ରି ଅପେକ୍ଷାରେ ରହିଥିବା ଧାନ ଚୋରି ହୋଇଥିବା ଭଳି ଏକ ଗୁରୁତର ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ମଙ୍ଗଳବାର ସମ୍ପୃକ୍ତ ମଣ୍ଡି ଉପରେ ନିର୍ଭରଶୀଳ ଚାଷୀମାନେ ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
ସ୍ମାରକପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି, ତୁଲଣ୍ଡି ମଣ୍ଡିରେ ବିକ୍ରି ଅପେକ୍ଷାରେ ବର୍ତ୍ତମାନ ସୁଦ୍ଧା ୨ହଜାର ପକେଟ୍‌ ଧାନ ପଡ଼ି ରହିଛି। ବିଭିନ୍ନ ଆଳ ଦେଖାଇ ଧାନକ୍ରୟ ସଂସ୍ଥା ଏବଂ ମଣ୍ଡି କର୍ତ୍ତୃପକ୍ଷ ଧାନ ଉଠାଉ ନାହାନ୍ତି। ଅନ୍ୟପଟେ ଉକ୍ତ ମଣ୍ଡିରେ ବିକ୍ରି ଅପେକ୍ଷାରେ ରହିଥିବା ଅଞ୍ଚଳର ଚାଷୀ ଅମର ପ୍ରଧାନଙ୍କ ସମୁଦାୟ ଧାନ ମଧ୍ୟରୁ ୯ପକେଟ୍‌ ଧାନ ଚୋରି ହୋଇଥିବା ସେ ଅଭିଯାଗ କରିଛନ୍ତି। ଉକ୍ତ ମଣ୍ଡିରେ ଧାନ ସୁରକ୍ଷା ନେଇ କୌଣସି ସୁବ୍ୟବସ୍ଥା ନ ଥିବା ଯୋଗୁ ଏଭଳି ଅଘଟଣ ଘଟୁଥିବା ଅଭିଯୋଗ ହୋଇଛି। ଫଳରେ ଏ ଦିଗରେ ତ୍ୱରିତ୍‌ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହୋଇଛି। ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନ ଉପଦେଷ୍ଟା ରମେଶ ମହାପାତ୍ରଙ୍କ ସମେତ ବନବସ ସାହୁ, ଗଙ୍ଗାଧର ସାହୁ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା

ନୂଆପଡ଼ା,୨୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୋସେଙ୍ଗ ଆଶ୍ରମ ବିଦ୍ୟାଳୟର ୬୮ତମ ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଡୋଲେଶ୍ୱର ମେହେରଙ୍କ ଅଧ୍ୟକ୍ଷତାରେ…

ଝିଅ ଅନ୍ୟଜାତିରେ ବିବାହ କରିବାରୁ ମଲାପରେ ବାପାଙ୍କୁ ମିଳିଲାନି ଚାରି କାନ୍ଧ, ବଡ଼ ପୁଅ ବି ଆସିଲେନି…

ନବରଙ୍ଗପୁର,୨୫।୨(ସଦାଶିବ ପ୍ରହରାଜ): ଆଜିର ସଭ୍ୟ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି । ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ଚାରି କାନ୍ଧ । ଏପରିକି ବଡ଼ ପୁଅ…

ବିଜେଡିର ତୁମ୍ବିତୋଫାନ: ପ୍ରସଙ୍ଗ ଏକ, ବିଚାର ଭିନ୍ନ

ଭୁବନେଶ୍ୱର,୨୫।୨(ରବିନାରାୟଣ ଜେନା):ବିଧାନସଭାର ବଜେଟ ଅଧିବେଶନରେ ବିରୋଧୀ ବିଜେଡି ଏବଂ କଂଗ୍ରେସର ଭିନ୍ନ ବିଚାର ଧାରା ଦେଖିବାକୁ ମିଳିଛି। ୨ ଦଳ ଚାଷୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ହରଡ଼ଘଣାରେ…

ଶୌଚ ହେବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡିଗଲେ ବ୍ୟକ୍ତି, ଦଳିଦେଲା ହାତୀ

ନିରାକାରପୁର, ୨୫।୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅଧୀନସ୍ଥ ନରମାନବି ଗ୍ରାମର ବାବୁଲି ପରିଡା (୪୫)ଙ୍କ ମୃତ୍ୟୁ ଘଟିଛି । କିଛି ଗ୍ରାମବାସୀଙ୍କ…

କଦଳୀ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ଲକ୍ଷରୁ ଉର୍ଦ୍ଧ୍ୱ ସମ୍ପତ୍ତି ଜଳିପୋଡି ପାଉଁଶ

ବାଲେଶର, ୨୫।୨( ବାଞ୍ଛାନିଧି ଦେ ): କଦଳୀ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ। ବାଲେଶ୍ୱର ସହଦେବଖୁଣ୍ଟା ଥାନା ଫାଣ୍ଡି ଛକ ନିକଟ ଏକ କଦଳୀ ଗୋଦାମରେ ନିଆଁ ଲାଗି…

ରାଷ୍ଟ୍ର ହିତରେ ନା କ୍ୟାଡର: ଏମାନଙ୍କ ସମ୍ଭାବନାକୁ ଏଡ଼ାଯାଇ ନ ପାରେ

ଭୁବନେଶ୍ୱର, ୨୫।୨(ସୁନିତ୍‌ ମିଶ୍ର):ଦେଶର ୧୦ ରାଜ୍ୟର ମୋଟ୍‌ ୩୭ଟି ରାଜ୍ୟ ସଭା ଆସନ ଲାଗି ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ଏନେଇ ଗତ ସପ୍ତାହରେ ବିଜ୍ଞପ୍ତି…

ଅସ୍ମିତାର ପ୍ରଥମ ପରିଚୟ

ପିଲାଟି ଯେତେବେଳେ ମାତୃଭାଷା ଛାଡି ଅନ୍ୟଭାଷାରେ ବିଶେଷ କରି ଇଂରାଜୀରେ ଦୁଇପଦ କହିଥାଏ ସେତେବେଳେ ତା’ମା’ବାପା ଖୁସିରେ ଫାଟି ପଡନ୍ତି। ଭାବନ୍ତି ପିଲାଟି କେତେ ଆଗେଇଲାଣି। ଆମ…

କୃଷି ବଜେଟର ଭିତିରି କଥା

ଆମ ଦେଶରେ କର୍ନାଟକ ସରକାର ପ୍ରଥମେ ୨୦୧୧-୧୨ରେ ସାଧାରଣ ବଜେଟ ସହିତ ସ୍ବତନ୍ତ୍ର କୃଷିବଜେଟ ପ୍ରସ୍ତୁତ କଲେ। ଓଡ଼ିଶା ୨୦୧୨-୧୩ ଆର୍ଥିକବର୍ଷଠାରୁ ସ୍ବତନ୍ତ୍ର କୃଷି ଓ ଆନୁଷଙ୍ଗିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri