ସ୍ବାଧୀନତା ଦିବସରେ ସ୍ବତନ୍ତ୍ର ଅତିଥି ହେବେ ଓଡ଼ିିଶା ଚାଷୀ

ଭୁବନେଶ୍ୱର,୧୪।୮(ଅନୁରାଧା ମହାରଣା): ନୂଆଦିଲ୍ଲୀରେ ହେବାକୁ ଥିବା ୭୭ତମ ସ୍ବାଧୀନତା ଦିବସ ସମାରୋହରେ ଯୋଗଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ୧୮ଶହ ସ୍ବତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଏମାନଙ୍କ ମଧ୍ୟରେ ଓଡ଼ିଶାର ମତ୍ସ୍ୟଜୀବୀ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଶ୍ରମିକ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀ ରହିଛନ୍ତି। ଏମାନଙ୍କ ମଧ୍ୟରେ ବଲାଙ୍ଗୀର ଜିଲା ତୁରକେଲା ବ୍ଲକ୍‌ ଅନ୍ତର୍ଗତ ଚାଉଳଶୁଖା ଗ୍ରାମର ମହିଳା ଚାଷୀ ରହିଛନ୍ତି। ଏମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ଆସିଛି। ପ୍ରଥମେ ଏହି ଗ୍ରାମର ୧୦ଜଣ ମହିଳା ମିଶି ଏକ କୃଷକ ଉତ୍ପାଦକ ସଂଗଠନ ତିଆରି କରିଥିଲେ। ପରବର୍ତ୍ତୀ ସମୟରେ ସଦସ୍ୟ ସଂଖ୍ୟା ୩୨୦କୁ ବୃଦ୍ଧି ପାଇଥିଲା। ନାବାର୍ଡ ମାଧ୍ୟମରେ ଏହି ସଂଗଠନ ୧୬ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପାଇଥିଲେ। ପରେ ଏମାନେ କପା ଉତ୍ପାଦନ ସହ କାର୍ପାସ ସାମଗ୍ରୀ ମହାରାଷ୍ଟ୍ର ପର୍ଯ୍ୟନ୍ତ ବିକ୍ରି କରି ଯଥେଷ୍ଟ ଲାଭ ପାଇଥିଲେ। ଚଳିତବର୍ଷ ୭୭ଲକ୍ଷ ଟଙ୍କା ସଞ୍ଚୟ କରିପାରିଛନ୍ତି। ନିମନ୍ତ୍ରିତ ସଂଗଠନର ସଦସ୍ୟା ସରସତୀ ମେହେର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ କାଣ୍ଡାପା ଗ୍ରାମରୁ ଅନୁସୂଚିତ ଜନଜାତି ଚାଷୀ ମିନୁରା ପ୍ରଧାନ ମଧ୍ୟ ଦିଲ୍ଲୀ ଯାତ୍ରା କରିବେ। ଦେଶ ସ୍ବାଧୀନ ହେବାପରେ ପ୍ରଥମଥର ପାଇଁ ଏହି ଅଞ୍ଚଳର ଜଣେ ଚାଷୀଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ଅଞ୍ଚଳବାସୀ ଖୁସି ପ୍ରକାଶ କରିଛନ୍ତି। ମିନୁରା ପ୍ରଧାନ ସ୍ତ୍ରୀ ନିମନ୍ତି ପ୍ରଧାନଙ୍କ ସହ ଉତ୍ସବରେ ଯୋଗ ଦେବେ। ମିନୁରା ହଳଦୀ ଚାଷ କରି ପରିବାର ପ୍ରତିପୋଷଣ କରିବା ସହ ସେହି ଅଞ୍ଚଳର ଜଣେ ପ୍ରତିଷ୍ଠିତ ଚାଷୀ ରୂପେ ବେଶ ସୁନାମ ଅର୍ଜନ କରିଛନ୍ତି। ସେ ବର୍ତ୍ତମାନ ଦାରିଙ୍ଗିବାଡ଼ି ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍‌ର ଅଧ୍ୟକ୍ଷ ଅଛନ୍ତି। ଏହି ପ୍ରଡ୍ୟୁସର ଗ୍ରୁପ୍‌ ଦିଲ୍ଲୀରେ ଏକାଧିକ ମେଳାରେ କନ୍ଧମାଳ ହଳଦୀ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରିଥିବାବେଳେ ଗତ ଫେବୃୟାରୀରେ ଅନୁଷ୍ଠିତ ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କମ୍ପାନୀଠାରୁ ଦାରିଙ୍ଗବାଡ଼ି କଫି କିଣିଥିଲେ।
ଅନ୍ୟପଟେ ପିପିଲି-୪ ଏସ୍‌ ଆର୍‌ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ସଦସ୍ୟମାନେ ଦିଲ୍ଲୀ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ସମ୍ମାନିତ ହେବେ। ଛତୁଚାଷରେ ସଫଳତା ପାଇଁ ସେମାନଙ୍କୁ ସମ୍ମାନିତ କରାଯିବ। ପୁରୀ ଜିଲା ପିପିଲି ଥାନା ଅନ୍ତର୍ଗତ ଶାନ୍ତି ମଇଦାନ ନିକଟରେ ୧୦ଜଣ ସଦସ୍ୟ ମିଶି ଏହି କମ୍ପାନୀ ପ୍ରତିଷ୍ଠା କରିଛନ୍ତି। ଏହି କମ୍ପାନୀ ମାଧ୍ୟମରେ ଆଖପାଖର ଚାଷୀ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଓ ଯୁବକମାନେ ପାଳଛତୁ ଚାଷ କରି ଭଲ ରୋଜଗାର କରିବା ସହ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଏହି କମ୍ପାନୀର ସଦସ୍ୟମାନେ ଛତୁ ବିହନ ପ୍ରସ୍ତୁତ କରି ଚାଷୀଙ୍କୁ ଯୋଗାଇ ଆସୁଛନ୍ତି। ୨୦୦ ଗ୍ରାମର ଛତୁ ବିହନକୁ ମାତ୍ର ୧୫ ଟଙ୍କାରେ ଚାଷୀମାନଙ୍କୁ ଦିଆଯାଇଥାଏ। ଏଥିସହ ଚାଷୀମାନେ କିଭଳି ଏଥିରେ ଲାଭବାନ ହେବେ, ସେଥିପାଇଁ ମଧ୍ୟ କମ୍ପାନୀ ପ୍ରଶିକ୍ଷଣ ଦେଉଛି। ସ୍ବାଧୀନତା ଦିବସ ଉତ୍ସବ ଲାଗି ନିମନ୍ତ୍ରିତ କରାଯାଇଥିବାରୁ କମ୍ପାନୀର ସଦସ୍ୟ ସଞ୍ଜିିତ କୁମାର ମହାନ୍ତି ଓ ଅଶ୍ୱିନୀ କୁମାର ପାଣ୍ଡେ ପ୍ରମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri