ଚାଷୀଙ୍କୁ ମିଳୁନି ରିହାତି ସାର: ଚଢ଼ାଦରରେ ବିକ୍ରି କରୁଛନ୍ତି ବ୍ୟବସାୟୀ

ମହାକାଳପଡ଼ା,୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କୃଷି ଓ କୃଷକର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ତୃଣମୂଳସ୍ତରରେ ଚାଷୀଙ୍କ ଦୁଃଖ ଦ୍ୱିଗୁଣିତ ହେଉଛି। କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସରକାରୀ ରିହାତି ଦରରେ ବିହନ, ସାର, ଔଷଧ, ସ୍ପ୍ରେ ମେଶିନ, କୃଷି ଯନ୍ତ୍ରପାତି ଯୋଗାଇ ଦେବାକୁ ବିପୁଳ ଅର୍ଥ ବ୍ୟୟବରାଦ ରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଚାଷୀଙ୍କୁ ସରକାରୀ ରିହାତି ଦରରେ ସାର, ଔଷଧ ମିଳୁନି ବୋଲି ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଖରିଫ ଋତୁରେ ଚାଷୀମାନେ ସରକାରୀ ସାର ନ ଥିବାରୁ ବାଧ୍ୟ ହୋଇ ଖୋଲା ବଜାରରୁ ବିଭିନ୍ନ କିସମ ସାର ଚଢ଼ାଦରରେ କିଣୁଛନ୍ତି। ଗ୍ରୋମର ୧୯୦୦ରୁ ୨୦୦୦ ଟଙ୍କା, ଡିଏପି ୧୬୦୦, ୟୁରିଆ ପ୍ୟାକେଟ ପିଛା ୫୦୦ରୁ ୬୦୦ ଟଙ୍କା ଦେଇ କିଣୁଥିବା ଦେଖିବାକୁ ମିଳୁଛି। ତେବେ କୃଷି ବିଭାଗ ଉପରିସ୍ଥ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଲେଣି ବୋଲି ହରି ଗୋଚ୍ଛାୟତ, ପାଣ୍ଡବ ବେହେରା, ସଦାଶିବ ରାଉତ, ବାବାଜି ସେଠୀ, ଜଗବନ୍ଧୁ ରାଉତ, ଶିଶିର ସ୍ବାଇଁ ପ୍ରମୁଖ ଅଭିଯୋଗ କରିଛନ୍ତି। କୃଷି ବିଭାଗ ଅଧିକାରୀମାନେ ସମ୍ପୃକ୍ତ ଚାଷୀମାନଙ୍କ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି।
ମହାକାଳପଡ଼ା ବ୍ଲକରେ ୨୮ ହଜାର ହେକ୍ଟର ଜମିରେ ଖରିଫ ଧାନଚାଷ ସହିତ ଅନ୍ୟ ଫସଲ ଅମଳ ହେଉଛି। ସେଥିମଧ୍ୟରୁ ୭ ହଜାର ହେକ୍ଟର ଜମିରେ ଜଳସେଚନ ସୁବିଧା ରହିଛି। ହେଲେ ଚାଷଜମି ଶେଷମୁଣ୍ଡରେ କେନାଲ ଜଳ ପହଞ୍ଚତ୍ ପାରୁନି ବୋଲି ଚାଷୀମାନେ କହିଛନ୍ତି। ଏବେ ଲଘୁଚାପ ବର୍ଷା ଯୋଗୁ ଉଚ୍ଚ ଓ ଖାଲୁଆ ଜମିରେ ପାଣି ରହିଛି। ବର୍ଷା ଛାଡ଼ିବା ପରେ ସାର କେଉଁଠୁ ଆଣି ଜମିରେ ପକାଇବେ ବୋଲି ଚାଷୀମାନଙ୍କୁ ଚିନ୍ତା ଘାରିଛି। ଏ ନେଇ ସାଧନ ମଣ୍ଡଳ, ପରିତୋଷ ମଣ୍ଡଳ, କୃଷ୍ଣପଦ ଗାୟନ, ଲକ୍ଷ୍ମଣ ଗିରି, ବ୍ରଜବନ୍ଧୁ ସାହୁ, ସନ୍ନ୍ୟାସୀ ବିଶ୍ୱାସ ପ୍ରମୁଖ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଚାଷୀମାନଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଚାଷୀମାନଙ୍କ ସହ ଚାଷୀ ସଙ୍ଗଠନ ଜିଲା ସଭାପତି ଅଙ୍କୁର ପଲାଇ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ମହାକାଳପଡ଼ା ଅତିରିକ୍ତ କୃଷି ଅଧିକାରୀ ମୃତ୍ୟୁଞ୍ଜୟ ଦାସଙ୍କୁ ପଚାରିବାରେ ଅଦ୍ୟାବଧି ସାର ଆମଦାନୀ କମ୍‌ ରହିଛି। ବିଭାଗ ପକ୍ଷରୁ ସାର ସଙ୍କଟକୁ ଦୂର କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପ୍ରତି ବିଭାଗ ଯତ୍ନବାନ ଅଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri