ୟୁରିଆ ସାର ଯୋଗାଣ ଦାବିରେ ଚାଷୀଙ୍କ ଆନ୍ଦୋଳନ

ଝରିଗାଁ,୯।୮(କିଶୋର ଚନ୍ଦ୍ର ମଣ୍ତଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରତ୍ୟେକ ଖରିପ ଋତୁରେ ୟୁରିଆ ସାରକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ଚଳିତ ବର୍ଷ ମଧ୍ୟ ଏହା ଦେଖିବାକୁ ମିଳୁଛି l ଝରିଗାଁ ବ୍ଲକରେ ମୋଟ ୪୩ଟି ଲାଇସେନ୍ସ ପ୍ରାପ୍ତ ସାର ବିକ୍ରୟ କେନ୍ଦ୍ର ଖୋଲା ଯାଇଛି l କେବଳ ଲ୍ୟାମ୍ପସରେ ହିଁ ଚାଷୀଙ୍କୁ ସରକାର ଧାର୍ଯ୍ୟ କରିଥିବା ମୂଲ୍ୟରେ ସାର ମିଳୁଥିବା ବେଳେ ଅନ୍ୟ ଲାଇସେନ୍ସ ପ୍ରାପ୍ତ ସାର ବିକ୍ରୟ କେନ୍ଦ୍ରରେ ବ୍ୟବସାୟୀମାନେ ଚଢ଼ା ଦରରେ ବିକ୍ରି କରୁଥିବା ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷେ ଝରିଗାଁ ବ୍ଲକର ଚାଷୀମାନେ ରାସାୟନିକ ସାର ପାଇଁ ଲ୍ୟାମ୍ପସ ଉପରେ ଭରସା କରିଥାନ୍ତି l ଉକ୍ତ ଲ୍ୟାମ୍ପସରେ ଋଣ ନେଉଥିବା ଚାଷୀଙ୍କୁ ଜମି ପରିମାଣ ଆଧାରରେ ଆବଶ୍ୟକ ସାର ପ୍ରଦାନ କରାଯାଉଛି l ଏପରିକି ଯେଉଁମାନେ ଲ୍ୟାମ୍ପସରେ ଋ଼ଣ ନେଇ ନ ଥାନ୍ତି ସେମାନଙ୍କୁ ଚଳିତ ବର୍ଷ ଜଣେ ଚାଷୀଙ୍କୁ ୪ବସ୍ତା ୟୁରିଆ ସାର ଯୋଗାଇ ଦିଆଯାଉଥିଲା l ଚଳିତ ମାସ ୫ ତାରିଖରେ ଜିଲାପାଳ କମଳଲୋଚନ ମିଶ୍ର ଜିଲାରେ ରହିଥିବା ୧୩ଟି ଲ୍ୟାମ୍ପସରେ ଋଣ ନେଇ ନ ଥିବା ଚାଷୀଙ୍କୁ ମାତ୍ର ୨ବସ୍ତା ସାର ବିକ୍ରି ପାଇଁ ଜିଲାପାଳଙ୍କ ପତ୍ର ସଂଖ୍ୟା ୩୫୧୭/୨୦୨୪ ରେ ଉଲ୍ଲେଖ କରାଯାଇଥିଲା।

ଏନ଼େଇ ଚାଷୀଙ୍କୁ ଦୁଇ ବସ୍ତା ସାର ନେବା ନେଇ ଲ୍ୟାମ୍ପସ କର୍ମଚାରୀ କହିଥିଲେ l ହେଲେ ଚାଷୀ ଚାରି ବସ୍ତା ୟୁରିଆ ସାର ଦରକାର ବୋଲି ଅଡି ବସିଥିଲେ l ଏହାପରେ ଉପସ୍ଥିତ ଚାଷୀମାନେ ପ୍ରଥମେ ଝରିଗାଁ ବସଷ୍ଟାଣ୍ଡ ନିକଟରେ ରାସ୍ତା ଅବରୋଧ କରିଥିଲେ l ଘଟଣାସ୍ଥଳରେ ପୋଲିସ ଏସ୍‌ଆଇ ଲକ୍ଷ୍ମୀନାରାୟଣ ଦୋରା ଏବଂ ଏଏସ୍‌ଆଇ କେଦାରନାଥ ରାଉତ ପହଞ୍ଚି ଲୋକକୁ ବହୁତ ବୁଝାସୁଝା କରିଥିଲେ। ଆନ୍ଦୋଳନକାରୀ ସେଠାରୁ ଉଠି ଝରିଗାଁ ଲ୍ୟାମ୍ପସ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ଦୁଇ ଘଣ୍ଟା ଧରି ରାସ୍ତାରୋକୋ କରିଥିଲେ l ଏହାପରେ ଲ୍ୟାମ୍ପସ ଅଧିକାରୀଙ୍କ ସହ ଆଲୋଚନା ପରେ ଗୋଦାମରେ ମହଜୁଦ ରହିଥିବା ୟୁରିଆ ସାର ପ୍ରତ୍ୟେକ ଚାଷୀଙ୍କୁ ୪ବସ୍ତା ଲେଖାଏଁ ପ୍ରଦାନ କରାଯିବ ବୋଲି କହିବା ପରେ ଆନ୍ଦୋଳନରୁ ଚାଷୀମାନେ ଓହରି ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri