ବନ୍ଧାକୋବି କିଆରିରେ ଗୋରୁ, ଛେଳି ଛାଡ଼ିଲେ ଚାଷୀ

ବରଗଡ଼,୬।୩(ପ୍ରେମାନନ୍ଦ ଖମାରୀ)କୃଷିବହୁଳ ବରଗଡ଼ ଜିଲାରେ ଅଣଧାନ ଫସଲ କରିବାକୁ କୃଷି ବିଭାଗ ପରାମର୍ଶ ଦେଉଛି। ହେଲେ ପରିବା ସଂରକ୍ଷିତ ରଖିବା ପାଇଁ ଜିଲାରେ ସେଭଳି ଶୀତଳ ଭଣ୍ଡାର ବ୍ୟବସ୍ଥା ନାହିଁ। ଫଳରେ ପରିବା ଚାଷ କରି ମଧ୍ୟ ଜିଲାର ଚାଷୀମାନଙ୍କୁ କ୍ଷତିଗ୍ରସ୍ତ ହେବାକୁ ପଡ଼ିଛି। ଜିଲାରେ ଏଥର ଟମାଟୋ ଚାଷ କରି ଚାଷୀଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଛି। ଅନୁରୂପଭାବେ ବନ୍ଧାକୋବି ଚାଷରେ ମଧ୍ୟ ଚାଷୀମାନଙ୍କୁ ସମଦଶା ଭୋଗିବାକୁ ପଡ଼ିଛି। ଟମାଟୋ ଭଳି ବନ୍ଧାକୋବିକୁ ମଧ୍ୟ ବେପାରୀମାନେ କିଲୋ ପ୍ରତି ୨ଟଙ୍କା ଦରରେ କିଣୁଛନ୍ତି। ଫଳରେ ଚାଷୀ ଭାଙ୍ଗି ପଡ଼ି ଶେଷରେ ପରିବା କିଆରିରେ ଗାଈଗୋରୁ ଏବଂ ଛେଳି ଛାଡ଼ି ଦେଉଛନ୍ତି। ଜିଲାର ବିଜେପୁର ବ୍ଲକ ଅନ୍ତର୍ଗତ ଗୁଡ଼ିମୁଣ୍ଡା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। କେବଳ ଗୁଡ଼ିମୁଣ୍ଡା ନୁହେଁ, ଜିଲାର ଯେଉଁଠି ବି ଚାଷୀମାନେ ଟମାଟୋ କିମ୍ବା ବନ୍ଧାକୋବି ଚାଷ କରିଛନ୍ତି, ସେମାନଙ୍କୁ ଏଭଳି କ୍ଷତି ସହିବାକୁ ପଡୁଛି। ଜିଲାରେ ପରିବା ସଂରକ୍ଷିତ ରଖିବା ପାଇଁ ଶୀତଳ ଭଣ୍ଡାର ଥିଲେ ସେମାନେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ନଥାନ୍ତେ ବୋଲି ଚାଷୀମାନେ କହିଛନ୍ତି।

ଜିଲାରେ ଉଭୟ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳର ଚାଷୀମାନେ ବନ୍ଧାକୋବି ଚାଷ କରିଥାନ୍ତି। ତେବେ ସେତେ ବେଶୀ ପାଣି ଆବଶ୍ୟକ କରୁ ନଥିବା ଏବଂ ଢ଼ିପ ଜମି କୋବି ଫସଲ ପାଇଁ ଅନୁକୂଳ ହୋଇଥିବା ଯୋଗୁ ଅଣଜଳସେଚିତ ଅଞ୍ଚଳରେ ଅଧିକ ପରିମାଣରେ ଏହି ଚାଷ ହୋଇଥାଏ। ଏହି କ୍ରମରେ ଜିଲାର ପଦ୍ମପୁର ଉପଖଣ୍ଡର ବିଜେପୁର, ପଦ୍ମପୁର, ସୋହେଲା ଆଦି ଅଞ୍ଚଳରେ ଏହି ଚାଷ ଚାଷୀମାନେ କରିଥିଲେ। ବରଗଡ଼ ଉପଖଣ୍ଡର ଜମୁର୍ଡ଼ା, ସର୍ଲା, ଜାମପାଲି, ବରଗାଁ ଆଦି ଅଞ୍ଚଳରେ ମଧ୍ୟ ବନ୍ଧାକୋବି ଚାଷ ହୋଇଥିଲା। ଫସଲ ଭଲ ହୋଇଥିଲା। ଚାଷୀମାନେ ବେଶ୍‌ ଦିପଇସା ରୋଜଗାର କରିବୁ ବୋଲି ମନରେ ଆଶା ବାନ୍ଧିଥିଲେ। କିନ୍ତୁ ଟମାଟୋ ଭଳି ବନ୍ଧାକୋବି ଯେତେବେଳେ ଅମଳ ଅବସ୍ଥାକୁ ଆସିଲା, ସେତେବେଳେ ବିଲରେ ବନ୍ଧାକୋବି ଦର କିଲୋ ପ୍ରତି ଦେଢ଼, ୨ଟଙ୍କାରୁ ଅଧିକ ଦାମ୍‌ରେ ନେବାକୁ ବେପାରୀମାନେ ରାଜି ହେଉ ନାହାନ୍ତି। ଏଭଳି ସ୍ଥିତିରେ ଚାଷୀମାନେ ସେମାନଙ୍କ ବନ୍ଧାକୋବି କିଆରିରେ ଗୃହପାଳିତ ଗୋରୁ, ଛେଳି ଛାଡ଼ି ଦେବାକୁ ବାଧ୍ୟ ହୋଇଛନ୍ତି।

ବିଜେପୁର ବ୍ଲକ ଗୁଡ଼ିମୁଣ୍ଡାର ଚାଷୀ ପ୍ରହଲ୍ଳାଦ ନାଏକ କହିଛନ୍ତି, ସେ ୮୦ଡେସିମିଲ ଜମିରେ ବନ୍ଧାକୋବି ଚାଷ କରିଥିଲେ। ତାହା ଭଲ ମଧ୍ୟ ହୋଇଥିଲା। ହେଲେ ଅମଳ ସମୟକୁ ବେପାରୀମାନେ ବିଲକୁ ପହଞ୍ଚିଥିଲେ ଏବଂ କିଲୋ ପ୍ରତି ଦେଢ଼ରୁ ୨ଟଙ୍କା ଦରରେ ନେବାକୁ କହିଥିଲେ। ଫଳରେ ତାଙ୍କ କିଆରିରେ ସେ ଛେଳି, ଗାଈଗୋରୁ ଛାଡ଼ି ଦେଇଥିବା ସେ କହିଥିଲେ। ପରିବାକୁ ସଂରକ୍ଷିତ ରଖିବା ପାଇଁ ସରକାର ଶୀତଳ ଭଣ୍ଡାର କରିଥିଲେ ସେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ନଥାନ୍ତେ ବୋଲି ପ୍ରହଲ୍ଲାଦ କହିଛନ୍ତି। ସେହିପରି ଅନ୍ୟଜଣେ ମହିଳା ଚାଷୀ ଫଟୁ ମହାନନ୍ଦ କହିଛନ୍ତି, ବନ୍ଧାକୋବି, ଟମାଟର, ବାଇଗଣ ସବୁ ପରିବା ଦର କମି ଯାଇଛି। ବଜାରକୁ ବିକ୍ରି କରିବାକୁ ନେଲେ ସେଠାରେ ବେପାରୀମାନେ ଶସ୍ତାରେ ମାଗୁଛନ୍ତି। ଫଳରେ ଚାଷୀମାନେ ନିରାଶରେ ଘରକୁ ଫେରୁଛନ୍ତି। ଆମେ ଗରିବ ଲୋକ, ପରିବା ଚାଷ କରି ସେଥିରୁ କିଛି ରୋଜଗାର କରିବୁ ବୋଲି ଆଶା କରିଥିଲୁ। କିନ୍ତୁ ବନ୍ଧାକୋବି ଅମଳ ହେବା ପରେ ଦର ଶସ୍ତା ହୋଇଗଲା। ତାକୁ ବିକିଲେ ମଧ୍ୟ ମୂଳ ମିଳୁ ନାହିଁ। ଫଳରେ ପରିବା କିଆରିରେ ଛେଳି, ଗାଈଗୋରୁ ଛାଡ଼ି ଦେଉଛୁ। ସରକାର ଏଥିପାଇଁ କିଛି ବ୍ୟବସ୍ଥା କରିବା ଦରକାର ବୋଲି ସେ କହିଥିଲେ।

ଜିଲାରେ ପରିବା ସଂରକ୍ଷିତ ରଖିବାକୁ ଶୀତଳ ଭଣ୍ଡାର ଥିଲେ ଚାଷୀମାନଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ି ନଥାନ୍ତା ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି। କିନ୍ତୁ ଏ ଯାଏ ଜିଲାରେ ଗୋଟିଏ ମଧ୍ୟ ସରକାରୀ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହୋଇପାରି ନାହିଁ। ବରଗଡ଼ ବ୍ଲକର ଏକାମ୍ର ଛକ ଏବଂ ସୋହେଲା ବ୍ଲକର ଛୁରିଆପାଲିରେ ୧ଏକର ପରିମିତ ଜମିରେ ଗୋଟିଏ ଲେଖାଏ ଶୀତଳ ଭଣ୍ଡାର ନିର୍ମାଣ କରିବାର ପ୍ରସ୍ତାବ ରହିଛି। ସେହିପରି ଭେଡ଼େନ ଓ ଗାଇସିଲେଟ୍‌ ବ୍ଲକରେ ଓରେଡ଼ା ୧୦ମେଟ୍ରିକ ଟନ୍‌ କ୍ଷମତା ସମ୍ପନ୍ନ ଶୀତଳ ଭଣ୍ଡାର ନିର୍ମାଣ କରିବାର ଯୋଜନା ରହିଛି। ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୨ଟି ସୋଲାର ଶୀତଳ ଭଣ୍ଡାର ରହିଥିଲେ ସୁଦ୍ଧା ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଅନ୍ୟପଟେ ବରଗଡ଼ ବ୍ଲକ କୁରୁଆଁ ଗ୍ରାମରେ ୨୫୦୦ ମେଟ୍ରିକ ଟନ୍‌ କ୍ଷମତା ସମ୍ପନ୍ନ ଏକ ଘରୋଇ ଶୀତଳ ଭଣ୍ଡାର ରହିଥିବାବେଳେ ଗୋବିନ୍ଦପୁରରେ ଆଉ ଏକ ଘରୋଇ ଶୀତଳ ଭଣ୍ଡାର ନିର୍ମାଣାଧୀନ ରହିଛି। ତେବେ କୃଷିବହୁଳ ଜିଲାଭାବେ ବରଗଡ଼ର ଏକ ସ୍ବତନ୍ତ୍ର ପରିଚୟ ଥିବାବେଳେ ଏଠାରେ ଶୀତଳ ଭଣ୍ଡାର ଅଭାବ ଯୋଗୁ ଚାଷୀମାନେ ପରିବା ବିକ୍ରିରେ ଅଭାବିବିକ୍ରିର ସମ୍ମୁଖୀନ ହେବା ବିଡ଼ମ୍ବନାର ବିଷୟ ବୋଲି ସଚେତନ ନାଗରିକ ମହଲରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସାଂଗଠନିକ କାର୍ଯ୍ୟର ପ୍ରସାର ଜରୁରୀ’

ବଞ୍ଚୋ,୧୯ା୩(ପ୍ରଦୋଷ କୁମାର ବିଶ୍ୱାଳ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଆନନ୍ଦପୁର ଷ୍ଟାଡିୟମରେ ନେତାଜୀ ପ୍ରଭାତ ଶାଖା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉତ୍ସବ ଆଡମ୍ବରପୂର୍ଣ୍ଣ ଭାବେ ପାଳନ…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଧାନକ୍ରୟ କେନ୍ଦ୍ର ସାମ୍ନାରେ ୨ ଚାଷୀଙ୍କ ଧାରଣା: ସମିତିର ଏମିତି ତ୍ରୁଟି…

ତିହିଡି଼,୧୯/୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ବାରସର ସମବାୟ ସମିତି ଧାନ କ୍ରୟ କେନ୍ଦ୍ର କାର୍ଯ୍ୟାଳୟ ସାମ୍ନାରେ ଗୁରୁବାର ସକାଳଠାରୁ ୨ଜଣ ଚାଷୀ ଧାରଣାରେ ବସିଛନ୍ତି l ତିଆଡ଼ିସାହି…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri