ନଳିତା ଚାଷରୁ ମୁହଁ ଫେରାଇଲେଣି ଚାଷୀ

ବାଲିଆପାଳ,୨।୬: ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳର ସୁବର୍ଣ୍ଣରେଖା ନଦୀ ଅବବାହିକାର ମୃତ୍ତିକା ଓ ଜଳବାୟୁ ନଳିତା ଚାଷ ପାଇଁ ବେଶ୍‌ ଅନୁକୂଳ। ପୂର୍ବରୁ ଏଠାରେ ଏତେ ପରିମାଣରେ ନଳିତା ଚାଷ ହେଉଥିଲା ଯେ ତାହା କୃତ୍ରିମ ଜଙ୍ଗଲର ଭ୍ରମ ସୃଷ୍ଟି କରୁଥିଲା। ଏହାକୁ ନଜରରେ ରଖି ୩୦ ବର୍ଷ ପୂର୍ବେ କେନ୍ଦ୍ର ସରକାରଙ୍କ ଝୋଟ ନିଗମ ପକ୍ଷରୁ ଏକ ଝୋଟ କ୍ରୟ କେନ୍ଦ୍ର ଖୋଲାଯାଇଥିଲା। ୧୬/୧୭ ବର୍ଷ ପର୍ଯ୍ୟନ୍ତ ନିଗମ ପ୍ରତିବର୍ଷ ଚାଷୀଙ୍କଠାରୁ ସରକାରୀ ଧାର୍ଯ୍ୟମୂଲ୍ୟରେ ଝୋଟ କିଣୁଥିଲା। ଫଳରେ ଝୋଟଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବୃଦ୍ଧି ପାଇବା ସହ ଉଚିତ୍‌ ମୂଲ୍ୟ ମଧ୍ୟ ପାଉଥିଲେ। ୨୦୦୭ରୁ ଏହି ନିଗମ ବନ୍ଦ ରହି ଏଠାରୁ ସମ୍ପୂର୍ଣ୍ଣ ଉଠିଯାଇଛି। ଫଳରେ ଚାଷୀମାନେ ଉତ୍ପାଦନ କରୁଥିବା ଝୋଟକୁ କମ୍‌ ଦାମ୍‌ରେ ବାହାର ରାଜ୍ୟର ଦଲାଲଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବଜାର ସୁବିଧା ଓ ପ୍ରୋତ୍ସାହନ ଅଭାବରୁ ଝୋଟ ଚାଷୀମାନେ ଦିନକୁ ଦିନ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଉଛନ୍ତି।
ଜିଲାରେ ସର୍ବବୃହତ୍‌ ଝୋଟ ଉତ୍ପାଦନକାରୀ ବ୍ଲକ ଭାବେ ବାଲିଆପାଳ ତା’ର ପରିଚୟ ସୃଷ୍ଟି କରିଥିଲା। ସୁବର୍ଣ୍ଣରେଖା ନଦୀ ଅବବାହିକାରେ ଥିବା ବାଲିଆପାଳ ବ୍ଲକର କୁମ୍ଭାରୀ, ନିଖିରା, ଶ୍ରୀରାମପୁର, ଦେଭୋଗ, ଘଣ୍ଟୁଆ, ଅସ୍ତି, ବାଲିଆପାଳ, ବିଷ୍ଣୁପୁର, ମଧୁପୁରା, ଜାମକୁଣ୍ଡା ଆଦି ପଞ୍ଚାୟତର ହଜାର ହଜାର ହେକ୍ଟର ଜମିରେ ନଳିତା ଚାଷ ହେଉଥିଲା। ଝୋଟରେ କାର୍ପେଟ୍‌, ଅଖା ବ୍ୟାଗ୍‌, ରଶି ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ପ୍ରସ୍ତୁତ କରାଯାଏ। ସେହିପରି ଏଥିରୁ ବାହାରୁଥିବା କାଉଁରିଆକୁ ଗ୍ରାମାଞ୍ଚଳରେ ପ୍ରମୁଖ ଜାଳେଣି ଭାବେ ବ୍ୟବହାର କରାଯାଏ। ଏହାକୁ ଦୃଷ୍ଟିରେ ରଖି ୮୦ ଦଶକରେ ତତ୍କାଳୀନ ବିଧାୟକ ସ୍ବର୍ଗତ ଗଦାଧର ଗିରି ବାଲିଆପାଳରେ ସମବାୟ ସମିତି ଭିତ୍ତିରେ ଏକ ଝୋଟ ମିଲ୍‌ ସ୍ଥାପନର ସ୍ବପ୍ନ ଦେଖିଥିଲେ। ତାଙ୍କର ଅକାଳ ବିୟୋଗ ପରେ ଏହି ସ୍ବପ୍ନ ଅଧୁରା ରହିଗଲା। ତେବେ ବାଲିଆପାଳରେ ପର୍ଯ୍ୟାପ୍ତ ପରିମାଣର ଝୋଟକୁ ଦେଖି କେନ୍ଦ୍ର ସରକାରଙ୍କ ଝୋଟ ନିଗମ ପକ୍ଷରୁ ଏକ ଝୋଟ କ୍ରୟ କେନ୍ଦ୍ର ଖୋଲାଯିବା ପରେ ଚାଷୀଙ୍କ ମନରେ ଆଶା ସଞ୍ଚାର ହୋଇଥିଲା। ୨୦୦୭ରୁ ତାହା ବନ୍ଦ ହୋଇଯିବାପରେ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ଏପରି କି ଝୋଟର ସରକାରୀ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ରୁ ୩୨୦୦ ଟଙ୍କା ରହିଥିବା ବେଳେ ମାତ୍ର ୨୦୦୦ରୁ ୨୨୦୦ ଟଙ୍କାରେ ଚାଷୀ ବିକ୍ରି କରୁଛନ୍ତି। ଜାତିସଂଘ ପ୍ଲାଷ୍ଟିକ୍‌ ବଦଳରେ ପରିବେଶ ସୁରକ୍ଷା ପାଇଁ ଝୋଟ ତିଆରି ସାମଗ୍ରୀ ଉପରେ ଗୁରୁତ୍ୱ ଦେଉଛି। ଝୋଟର ଅଭାବୀ ବିକ୍ରି ବାଲିଆପାଳ ଅଞ୍ଚଳର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଉଛି। ରାଜ୍ୟ ସରକାର କୃଷକମାନଙ୍କ ଆୟ ବଢ଼ାଇବା ପାଇଁ କୃଷି ବଜେଟ, କୃଷି କ୍ୟାବିନେଟ ଭଳି ଅନେକ ପଦକ୍ଷେପ ନେଉଛନ୍ତି। ଧାନଚାଷ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ମାତ୍ର ଏହି ଅର୍ଥକରୀ ଫସଲ ପାଇଁ ବଜେଟ କିମ୍ବା କୃଷିନୀତିରେ ସେପରି କୌଣସି ବ୍ୟବସ୍ଥା ନାହିଁ। ଚାରବସ୍ତକାରୁଇ ଗ୍ରାମର ଚାଷୀ ସନ୍ନ୍ୟାସୀ ସାହୁ ଓ ଚୌଧୁରୀକୁଦ ଗ୍ରାମର ଚାଷୀ ପଞ୍ଚାନନ ସାହୁ କୁହନ୍ତି, ଏବେ ନଳିତା ଚାଷ ଏକ ଖର୍ଚ୍ଚବହୁଳ ହୋଇଯାଇଛି। ଏହି ଚାଷରେ ଯେତିକି ଖର୍ଚ୍ଚ ହେଉଛି ସେହି ତୁଳନାରେ ଲାଭ ମିଳୁ ନ ଥିବାରୁ ପୂର୍ବାପେକ୍ଷା ଚାଷକୁ କମାଇ ଦେଇଛୁ।
କୃଷି ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୫ବର୍ଷ ହେବ ବାଲିଆପାଳ ଅଞ୍ଚଳରେ ଝୋଟଚାଷ କମି କମି ଯାଉଛି। ୧୯୭୦ରୁ ୨୦୦୦ ପର୍ଯ୍ୟନ୍ତ ଉକ୍ତ ବ୍ଲକରେ ୧ହଜାର ହେକ୍ଟରରୁ ଅଧିକ ଜମିରେ ନଳିତା ଚାଷ ହେଉଥିଲା। ୨୦୦୦ ପରଠାରୁ ଏହା କମି କମି ଗତବର୍ଷ ୨୦୦ ହେକ୍ଟର ଜମିରେ ଚାଷ ହୋଇଥିବା ବେଳେ ଚଳିତବର୍ଷ ମାତ୍ର ୧୫୦/୧୮୦ ହେକ୍ଟର ଜମିରେ ଚାଷ ହୋଇଛି। ଫଳରେ ଧୀରେ ଧୀରେ ଏହି ଚାଷ ଉଭାନ ହୋଇଯାଉଛି। ସରକାରୀ ସ୍ତରରେ ଚାଷୀଙ୍କୁ ପ୍ରୋତ୍ସାହନ ସହ ସ୍ଥାୟୀ ବଜାର ସୁବିଧା ଯୋଗାଇଦେଲେ ବାଲିଆପାଳ ବ୍ଲକ ସମେତ ଜିଲା ଓ ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ଝୋଟଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବୃଦ୍ଧି ପାଇପାରନ୍ତା। ଏ ସମ୍ପର୍କରେ କୃଷି ଅଧିଦର୍ଶକ କାର୍ତ୍ତିକ ଜେନା କହିଛନ୍ତି, ବାଲିଆପାଳରେ ଝୋଟ ବିକ୍ରି ପାଇଁ ବଜାର ସୁବିଧା ନାହିଁ। ଚାଷୀମାନେ ଯେତିକି ଅର୍ଥ ଖର୍ଚ୍ଚ କରୁଛନ୍ତି, ସେହି ଅନୁସାରେ ଲାଭ ପାଉନାହାନ୍ତି। ଆଗାମୀ ଦିନରେ ସରକାରୀ ସୁବିଧା ମିଳିଲେ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri