ନଳିତା ଚାଷରୁ ମୁହଁ ଫେରାଇଲେଣି ଚାଷୀ

ବାଲିଆପାଳ,୨।୬: ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳର ସୁବର୍ଣ୍ଣରେଖା ନଦୀ ଅବବାହିକାର ମୃତ୍ତିକା ଓ ଜଳବାୟୁ ନଳିତା ଚାଷ ପାଇଁ ବେଶ୍‌ ଅନୁକୂଳ। ପୂର୍ବରୁ ଏଠାରେ ଏତେ ପରିମାଣରେ ନଳିତା ଚାଷ ହେଉଥିଲା ଯେ ତାହା କୃତ୍ରିମ ଜଙ୍ଗଲର ଭ୍ରମ ସୃଷ୍ଟି କରୁଥିଲା। ଏହାକୁ ନଜରରେ ରଖି ୩୦ ବର୍ଷ ପୂର୍ବେ କେନ୍ଦ୍ର ସରକାରଙ୍କ ଝୋଟ ନିଗମ ପକ୍ଷରୁ ଏକ ଝୋଟ କ୍ରୟ କେନ୍ଦ୍ର ଖୋଲାଯାଇଥିଲା। ୧୬/୧୭ ବର୍ଷ ପର୍ଯ୍ୟନ୍ତ ନିଗମ ପ୍ରତିବର୍ଷ ଚାଷୀଙ୍କଠାରୁ ସରକାରୀ ଧାର୍ଯ୍ୟମୂଲ୍ୟରେ ଝୋଟ କିଣୁଥିଲା। ଫଳରେ ଝୋଟଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବୃଦ୍ଧି ପାଇବା ସହ ଉଚିତ୍‌ ମୂଲ୍ୟ ମଧ୍ୟ ପାଉଥିଲେ। ୨୦୦୭ରୁ ଏହି ନିଗମ ବନ୍ଦ ରହି ଏଠାରୁ ସମ୍ପୂର୍ଣ୍ଣ ଉଠିଯାଇଛି। ଫଳରେ ଚାଷୀମାନେ ଉତ୍ପାଦନ କରୁଥିବା ଝୋଟକୁ କମ୍‌ ଦାମ୍‌ରେ ବାହାର ରାଜ୍ୟର ଦଲାଲଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବଜାର ସୁବିଧା ଓ ପ୍ରୋତ୍ସାହନ ଅଭାବରୁ ଝୋଟ ଚାଷୀମାନେ ଦିନକୁ ଦିନ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଉଛନ୍ତି।
ଜିଲାରେ ସର୍ବବୃହତ୍‌ ଝୋଟ ଉତ୍ପାଦନକାରୀ ବ୍ଲକ ଭାବେ ବାଲିଆପାଳ ତା’ର ପରିଚୟ ସୃଷ୍ଟି କରିଥିଲା। ସୁବର୍ଣ୍ଣରେଖା ନଦୀ ଅବବାହିକାରେ ଥିବା ବାଲିଆପାଳ ବ୍ଲକର କୁମ୍ଭାରୀ, ନିଖିରା, ଶ୍ରୀରାମପୁର, ଦେଭୋଗ, ଘଣ୍ଟୁଆ, ଅସ୍ତି, ବାଲିଆପାଳ, ବିଷ୍ଣୁପୁର, ମଧୁପୁରା, ଜାମକୁଣ୍ଡା ଆଦି ପଞ୍ଚାୟତର ହଜାର ହଜାର ହେକ୍ଟର ଜମିରେ ନଳିତା ଚାଷ ହେଉଥିଲା। ଝୋଟରେ କାର୍ପେଟ୍‌, ଅଖା ବ୍ୟାଗ୍‌, ରଶି ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ପ୍ରସ୍ତୁତ କରାଯାଏ। ସେହିପରି ଏଥିରୁ ବାହାରୁଥିବା କାଉଁରିଆକୁ ଗ୍ରାମାଞ୍ଚଳରେ ପ୍ରମୁଖ ଜାଳେଣି ଭାବେ ବ୍ୟବହାର କରାଯାଏ। ଏହାକୁ ଦୃଷ୍ଟିରେ ରଖି ୮୦ ଦଶକରେ ତତ୍କାଳୀନ ବିଧାୟକ ସ୍ବର୍ଗତ ଗଦାଧର ଗିରି ବାଲିଆପାଳରେ ସମବାୟ ସମିତି ଭିତ୍ତିରେ ଏକ ଝୋଟ ମିଲ୍‌ ସ୍ଥାପନର ସ୍ବପ୍ନ ଦେଖିଥିଲେ। ତାଙ୍କର ଅକାଳ ବିୟୋଗ ପରେ ଏହି ସ୍ବପ୍ନ ଅଧୁରା ରହିଗଲା। ତେବେ ବାଲିଆପାଳରେ ପର୍ଯ୍ୟାପ୍ତ ପରିମାଣର ଝୋଟକୁ ଦେଖି କେନ୍ଦ୍ର ସରକାରଙ୍କ ଝୋଟ ନିଗମ ପକ୍ଷରୁ ଏକ ଝୋଟ କ୍ରୟ କେନ୍ଦ୍ର ଖୋଲାଯିବା ପରେ ଚାଷୀଙ୍କ ମନରେ ଆଶା ସଞ୍ଚାର ହୋଇଥିଲା। ୨୦୦୭ରୁ ତାହା ବନ୍ଦ ହୋଇଯିବାପରେ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ଏପରି କି ଝୋଟର ସରକାରୀ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ରୁ ୩୨୦୦ ଟଙ୍କା ରହିଥିବା ବେଳେ ମାତ୍ର ୨୦୦୦ରୁ ୨୨୦୦ ଟଙ୍କାରେ ଚାଷୀ ବିକ୍ରି କରୁଛନ୍ତି। ଜାତିସଂଘ ପ୍ଲାଷ୍ଟିକ୍‌ ବଦଳରେ ପରିବେଶ ସୁରକ୍ଷା ପାଇଁ ଝୋଟ ତିଆରି ସାମଗ୍ରୀ ଉପରେ ଗୁରୁତ୍ୱ ଦେଉଛି। ଝୋଟର ଅଭାବୀ ବିକ୍ରି ବାଲିଆପାଳ ଅଞ୍ଚଳର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଉଛି। ରାଜ୍ୟ ସରକାର କୃଷକମାନଙ୍କ ଆୟ ବଢ଼ାଇବା ପାଇଁ କୃଷି ବଜେଟ, କୃଷି କ୍ୟାବିନେଟ ଭଳି ଅନେକ ପଦକ୍ଷେପ ନେଉଛନ୍ତି। ଧାନଚାଷ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ମାତ୍ର ଏହି ଅର୍ଥକରୀ ଫସଲ ପାଇଁ ବଜେଟ କିମ୍ବା କୃଷିନୀତିରେ ସେପରି କୌଣସି ବ୍ୟବସ୍ଥା ନାହିଁ। ଚାରବସ୍ତକାରୁଇ ଗ୍ରାମର ଚାଷୀ ସନ୍ନ୍ୟାସୀ ସାହୁ ଓ ଚୌଧୁରୀକୁଦ ଗ୍ରାମର ଚାଷୀ ପଞ୍ଚାନନ ସାହୁ କୁହନ୍ତି, ଏବେ ନଳିତା ଚାଷ ଏକ ଖର୍ଚ୍ଚବହୁଳ ହୋଇଯାଇଛି। ଏହି ଚାଷରେ ଯେତିକି ଖର୍ଚ୍ଚ ହେଉଛି ସେହି ତୁଳନାରେ ଲାଭ ମିଳୁ ନ ଥିବାରୁ ପୂର୍ବାପେକ୍ଷା ଚାଷକୁ କମାଇ ଦେଇଛୁ।
କୃଷି ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୫ବର୍ଷ ହେବ ବାଲିଆପାଳ ଅଞ୍ଚଳରେ ଝୋଟଚାଷ କମି କମି ଯାଉଛି। ୧୯୭୦ରୁ ୨୦୦୦ ପର୍ଯ୍ୟନ୍ତ ଉକ୍ତ ବ୍ଲକରେ ୧ହଜାର ହେକ୍ଟରରୁ ଅଧିକ ଜମିରେ ନଳିତା ଚାଷ ହେଉଥିଲା। ୨୦୦୦ ପରଠାରୁ ଏହା କମି କମି ଗତବର୍ଷ ୨୦୦ ହେକ୍ଟର ଜମିରେ ଚାଷ ହୋଇଥିବା ବେଳେ ଚଳିତବର୍ଷ ମାତ୍ର ୧୫୦/୧୮୦ ହେକ୍ଟର ଜମିରେ ଚାଷ ହୋଇଛି। ଫଳରେ ଧୀରେ ଧୀରେ ଏହି ଚାଷ ଉଭାନ ହୋଇଯାଉଛି। ସରକାରୀ ସ୍ତରରେ ଚାଷୀଙ୍କୁ ପ୍ରୋତ୍ସାହନ ସହ ସ୍ଥାୟୀ ବଜାର ସୁବିଧା ଯୋଗାଇଦେଲେ ବାଲିଆପାଳ ବ୍ଲକ ସମେତ ଜିଲା ଓ ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ଝୋଟଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବୃଦ୍ଧି ପାଇପାରନ୍ତା। ଏ ସମ୍ପର୍କରେ କୃଷି ଅଧିଦର୍ଶକ କାର୍ତ୍ତିକ ଜେନା କହିଛନ୍ତି, ବାଲିଆପାଳରେ ଝୋଟ ବିକ୍ରି ପାଇଁ ବଜାର ସୁବିଧା ନାହିଁ। ଚାଷୀମାନେ ଯେତିକି ଅର୍ଥ ଖର୍ଚ୍ଚ କରୁଛନ୍ତି, ସେହି ଅନୁସାରେ ଲାଭ ପାଉନାହାନ୍ତି। ଆଗାମୀ ଦିନରେ ସରକାରୀ ସୁବିଧା ମିଳିଲେ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri