ମାଣ୍ଡିଆ ଚାଷୀଙ୍କ ପ୍ରୋତ୍ସାହନ ରାଶି ମିଳିନି

ନୂଆପଡ଼ା,୨୬।୬(ମକାରୁ ବେମାଲ): ନୂଆପଡା ଜିଲାରେ ଚାଷୀମାନେ ମାଣ୍ଡିଆ ଚାଷକରି ଆସୁଥିଲେ। ତାହା ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ସିମିତ ହୋଇ ରହିଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ମିଲେଟ ମିଶନ ହେବା ପରେ ଜିଲାରେ ମାଣ୍ଡିଆ ଚାଷ ବିପୁଳ ମାତ୍ରାରେ ବଢି ଚାଳିଛି। ବର୍ତ୍ତମାନ ବର୍ଷା ଦିନିଆ ମାଣ୍ଡିଆ ଚାଷ ଅପେକ୍ଷା ଖରାଟିଆ ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହେଉଛି। ହେଲେ କୋମନା ବ୍ଲକ ଅନ୍ତର୍ଗତ ରଜନା ପଞ୍ଚାୟତ ବେଳଗାଁ ଚାଷୀ ଖରାଟିଆ ମାଣ୍ଡିଆ ଚାଷ କରି ମଣ୍ଡିରେ ବିକ୍ରୟ କରି ପାରି ନାହାନ୍ତି କି ତାଙ୍କର ପ୍ରୋତ୍ସାହନ ରାଶି ଏଯାଏଁ ଆକାଉଣ୍ଟରେ ପଡିନାହିଁ। ସୁଚନା ମୁତାବକ ଜିଲା କୃଷି ବିଭାଗ ପକ୍ଷରୁ ନୂଆପଡା ବ୍ଲକର ୯୫ ହେକ୍ଟର ଚାଷୀ ଓ କୋମନା ବ୍ଲକରେ ୧୫୫ ହରକ୍ଟର ଜମିରେ ଚଳିତବର୍ଷ ଏଲଟିଆଇ ଓ ଏସଏମଆଇ ପଦ୍ଧତିରେ ମାଣ୍ଡିଆ ଚାଷ ହୋଇ ଅମଳ ମଧ୍ୟ ଭଲ ହୋଇଛି। ହେଲେ ମାଣ୍ଡିଆ ମଣ୍ଡି ଏପ୍ରିଲ ୩୦ରେ ବନ୍ଦ ହୋଇଯିବାରୁ ଅଧିକାଂଶ ଚାଷୀ ମାଣ୍ଡିଆ ବିକ୍ରୟ କରି ପାରିନାହାନ୍ତି। ବେଳଗଁାର ଚମାର କରୁଆ, କୁନ୍ତି କରୁଆ, କାଶି କରୁଆ, ମିତ୍ରଭାନୁ କରୁଆ, ରୁପସିଂ ମାଝି, ସୁକ୍ତ ମାଝି, ରାଜେନ୍ଦ୍ର ଦଳ, ଇନ୍ଦ୍ର ଦଳ, ଡୋଳାମଣି କରୁଆ, ପୀତାମ୍ବାର ମାଝି, ଲୋକନାଥ ମାଝି, ସୁଚିନ୍ଦ୍ର ଦଳ, ପ୍ରମେଶ୍ୱର ଦଳ, ପୂର୍ଣ୍ଣମୀ ଦଳ, ପଦ୍ମନୀ ଦଳ, ଜୁଗେଶ୍ୱର ମାଝି, ଶ୍ୟାବ ମାଝି, ପଦ୍ମ ଲୋଚନ ମାଝି, ଶାନ୍ତି ମାଝି, ପୁଷ୍ପା କରୁଆ, ମଞ୍ଜୁଳତା ମାଝି, କୋଶଲ୍ୟା ମାଝି ପ୍ରମୁଖ ୨୨ଜଣ ଚାଷୀ ଖରାଟିଆ ମାଣ୍ଡିଆ ଚାଷ କରି ପାଖାପାଖି ୮୦ କୁଇଣ୍ଟାଲ ମାଣ୍ଡିଆ ବିକ୍ରୟ କରି ପାରିନାହାନ୍ତି। ଚାଷ କରି ହଳ, ସାର, ଶ୍ରମିକ ପାଉଣା ଦେଇ ପାରୁ ନାହାନ୍ତି। ମାଣ୍ଡିଆ ଚାଷ ଅମଳ ଜୁନ ମାସରେ ହୋଇଛ। ହେଲେ ଏପ୍ରିଲ ମାସରେ ମାଣ୍ଡିଆ ମଣ୍ଡି ବନ୍ଦ ହୋଇ ଯାଇଥିବାରୁ ଚାଷୀ ମାଣ୍ଡିଆ ବିକ୍ରୟ କରି ପାରିନାହାନ୍ତି। ମାଣ୍ଡିଆ ବିକ୍ରୟ କରିବା ପାଇଁ ଚାଷୀଙ୍କୁ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡିବ। କୃଷି ବିଭାଗ ପକ୍ଷରୁ ପ୍ରୋତ୍ସାହନ ରାଶି ମିଳିଲେ ସାର କିମ୍ବା ଶ୍ରମିକ ପାଉଣା ଦେଇ ପାରନ୍ତେ। ହେଲେ ଚାଷ ହୋଇ ଅମଳ ସରି ଯାଇଥିଲେ ମଧ ପ୍ରାତ୍ସାହନ ରାଶି ପଡି ନ ଥିବାରୁ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ କୃଷି ଅଧିକାରୀ ହିମାଂଶୁ ମହାପାତ୍ରଙ୍କୁ ପଚାରିବାରୁ ଜିଲାର ସବୁ ଚାଷୀଙ୍କ ତାଲିକା ଆସି ନାହିଁ। ଆସିଲା ପରେ ଗୋଟିଏ ସପ୍ତାହ ମଧ୍ୟରେ ସମସ୍ତଙ୍କ ଆକାଉଣ୍ଟରେ ପ୍ରୋତ୍ସାହନ ରାଶି ଜମା ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri