ନୂଆଦିଲ୍ଲୀ,୧୨।୧: ପଞ୍ଜାବ-ହରିୟାଣାର ଖନୌରୀ ସୀମାରେ ଆନ୍ଦୋଳନରତ ୮୦ ବର୍ଷୀୟ ଚାଷୀ ଜଗା ସିଂଙ୍କର ଶନିବାର ପ୍ରବଳ ଶୀତରେ ମୃତ୍ୟୁ ଘଟିଛି। ଜଗାଙ୍କ ଘର ଫରିଦକୋଟ୍ ଜିଲାର ଗୋଦରା ଗ୍ରାମରେ। କୃଷକମାନଙ୍କ ସହ ୧୦ ମାସ ହେଲା ଆନ୍ଦୋଳନରେ ବସିଥିବା ଜଗାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯିବାରୁ ତାଙ୍କୁ ପଟିଆଲାର ରାଜିନ୍ଦ୍ର ସରକାରୀ ମେଡିକାଲ କଲେଜକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।
ଏହି ଘଟଣା ପରେ କୃଷକ ସଂଗଠନଗୁଡ଼ିକ ସୋମବାର ଏକ ଜରୁରୀ ବୈଠକ ଡାକିଛନ୍ତି। ସଂଯୁକ୍ତ କୃଷକ ମୋର୍ଚ୍ଚାର ୬ ଜଣିଆ ପ୍ରତିନିଧି ଅନ୍ୟ ୨ ସଂଗଠନର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଆମରଣ ଅନଶନରେ ଥିବା କୃଷକ ନେତା ଜଗଜିତ୍ ସିଂ ଡାଲଓ୍ବୋଲଙ୍କ ଅନଶନ ରବିବାର ୪୯ ଦିନରେ ପହଞ୍ଚି ଥିଲାବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଗୁରୁତର ରହିଛି।


