ବିଦ୍ୟୁତ୍‌ ସଂସ୍ପର୍ଶରେ ଚାଷୀଙ୍କ ଜୀବନଗଲା

ଭୋଗରାଇ,୧୭ା୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ନଥିପୁର ଗ୍ରାମର ଜଣେ ଚାଷୀଙ୍କ ବିଦ୍ୟୁତ୍‌ ଆଘାତରେ ମତ୍ୟୁ ଘଟିଛି। ସେ ହେଲେ ରାମଚନ୍ଦ୍ର ମୁଖୀ (୬୧)।
ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ରାମଚନ୍ଦ୍ର ଧାନଜମିକୁ ପାଣି ମଡ଼ାଇବାକୁ ଯାଇଥିଲେ। ସେଠାରେ ପାଣିପମ୍ପକୁ ସଂଯୋଗ ହୋଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ପାଖ ଜମିରେ କାମ କରୁଥିବା ଅନ୍ୟ ଚାଷୀମାନେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କମର୍ଦ୍ଦା ଥାନା ଭାରପ୍ରାପ୍ତ ଅଧିକାରିଣୀ ଲୋପାମୁଦ୍ରା ପଣ୍ଡା ଡାକ୍ତରଖାନାରେ ପହଞ୍ଚତ୍ ମୃତଦେହଜବତ କରିଛନ୍ତି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ. ୩/୨୩) ରୁଜୁ ହୋଇଛି।