ନଦୀରେ ବନ୍ଧ ବାନ୍ଧି ଜମିକୁ ପାଣି ମଡ଼ାଇଲେ ଚାଷୀ

ପଦ୍ମପୁର, ୧୨।୧୧(ଡି.ଏନ.ଏ.):  ଚଳିତବର୍ଷ ଧାନ ବିହନର ଅଭାବୀ ବିକ୍ରି, ବିହନ ଗଜା ନ ହେବା ସହ ବନ୍ୟାଜଳ ତଳିରେ ମାଡ଼ିଯିବା ଆଦି ସମସ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଧାନଚାଷୀ। ବହୁ ଘାତ ପ୍ରତିଘାତକୁ ସାମ୍ନା କରି ବର୍ଷକର ଦାନା ଓ ସାହୁକାର, ବ୍ୟାଙ୍କର କରଜ ପୈଠ କରିବା ପାଇଁ ଆଶା ବାନ୍ଧି ଚାଷ କରିଥିଲେ। ହେଲେ ଧାନ ଅମଳ ହେବା ସମୟରେ ଅଭାବୀ ବର୍ଷା ଦାଉ ସାଧିଲା। କିଛି ସଅଳ କିସମର ଧାନ ବିନା ପାଣିରେ ପାଚିବା ଅବସ୍ଥାରେ। ବିଳମ୍ବରେ ଚାଷ ହୋଇଥିବା ଧାନବିଲରେ ଥୋଡ଼ ମଞ୍ଜ ବାହାରିବା ବେଳେ ଜମି ଫାଟି ଅଁା କଲାଣି। ଜଳକୁ ଅଟକାଇବା ପାଇଁ ଥିବା ସ୍ଲୁଇସ୍‌ ଗେଟ୍‌ ଅଚଳ ହୋଇପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ ଗେଟ୍‌ ଭାଙ୍ଗିରୁଜି ଯିବା ସହ ପାଣି ଅଟକାଇବାରେ ସହାୟକ ହେଉନାହିଁ। ଫଳରେ ଉପର ମୁଣ୍ଡରୁ ଆସୁଥିବା ଜଳ ଚାଷୀଙ୍କ ବିଲକୁ ଯିବା ପରିବର୍ତ୍ତେ ନଦୀକୁ ବହିଯାଉଛି। ଜଳସେଚନ କିମ୍ବା କୃଷି ବିଭାଗର ଏଥିପାଇଁ ତତ୍ପରତା ନାହିଁ। ଧାନ ଗଛ ମରିଯିବା ଭୟରେ ଚାଷୀମାନେ ନଦୀରେ ବାଉଁଶ ବନ୍ଧ ଓ ଜେସିବି ଲଗାଇ ମାଟି ପକାଇ ପାଲ ବାନ୍ଧି ପାଣିକୁ ଅଟକାଇବା ସହ ଚାଷଜମିରେ ମଡ଼ାଇଛନ୍ତି। ବାସୁଦେବପୁର ବ୍ଲକର ପଦ୍ମପୁର ପଞ୍ଚାୟତରେ ଏଭଳି ଦେଖିବାକୁ ମିଳିଛି।
ବ୍ଲକର ୩୨ହଜାର ହେକ୍ଟର ଧାନ ଚାଷ ଜମି ଥିବାବେଳେ ପ୍ରାୟ ୩୦ ହଜାର ହେକ୍ଟର ଜମିରେ ଚାଷ ହୋଇଛି। ସେଥିରୁ ପାଖାପାଖି ୧୫ ହଜାର ହେକ୍ଟର ଜମିରେ ଧାନ ହେବା ପାଇଁ ପାଣି ଆବଶ୍ୟକ ହେଲେ ବ୍ଲକର ଥିବା ଉଠା ଜଳସେଚନର ଅର୍ଦ୍ଧାଧିକ ପଏଣ୍ଟ ବିଭିନ୍ନ କାରଣରୁ ଅଚଳ ହୋଇପଡ଼ିଥିବା ବେଳେ ନଦୀ ଓ ହଦଗଡ଼ ଡ୍ୟାମ୍‌ ଭରସା। ହଦଗଡ଼ ଡ୍ୟାମ୍‌ ରାଣୀତାଲ ଦେଇ ଭଦ୍ରକ ସଦର ବ୍ଲକର ବ୍ରହ୍ମପୁର, ଗୋରାମାଟି, ସାହାଡ଼ା, ଏରେଇଁ, କୋଡ଼ବରୁଅଁା, ଏରଡ଼ା ଦେଇ ବାସୁଦେବପୁର ବ୍ଲକର ସୁଗୋ, ପଦ୍ମପୁର, ଏଡ଼ତାଳ, ଲୁଙ୍ଗା ଓ ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଜଳ ଯୋଗାଇଥାଏ। ପଦ୍ମପୁର ପଞ୍ଚାୟତର ଦଧିବାମନପୁରଠାରେ କଞ୍ଚୁଡ଼ି ଓ ହଦଗଡ଼ ଡ୍ୟାମ୍‌ର ଜଳ ମନ୍ତେଇ ନଦୀରେ ମିଶିଥାଏ। ମଧୁର ପାଣି ହୋଇଥିବାରୁ ମନ୍ତେଇ ନଦୀରେ ମିଶି ଏହି ଜଳ ବ୍ଲକର ଅର୍ଦ୍ଧାଧିକ ପଞ୍ଚାୟତର ଚାଷୀମାନଙ୍କର ଜଳର ଉତ୍ସ ପାଲଟିଥାଏ। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଏହି ଜଳକୁ ଅଟକାଇବା ପାଇଁ ପଦ୍ମପୁର ମେଳକସାହିଠାରେ ନିର୍ମିତ ସ୍ଲୁଇସ୍‌ ଗେଟ୍‌ ଅଚଳ ହୋଇପଡ଼ିଛି। ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଏକାଠି ହୋଇ ନିଜ ଖର୍ଚ୍ଚରେ ଗତ ୩ ଦିନ ଧରି ଆବଶ୍ୟକ ଉପକରଣ ଯୋଗାଡ଼ କରି କଞ୍ଚୁଡ଼ି ନଦୀରେ ବନ୍ଧ ବାନ୍ଧିଛନ୍ତି। ଫଳରେ ତଳୁଆ ଅଞ୍ଚଳର କିଛି ଚାଷଜମିକୁ ଜଳ ଯୋଗାଇବା ସମ୍ଭବ ହୋଇଥିବା ବେଳେ ଉପରମୁଣ୍ଡରେ ଥିବା ଧାନଜମିକୁ ପାଣି ଯାଇପାରୁ ନାହିଁ। ଏଥିପାଇଁ ଚାଷୀମାନେ ହଜାରରୁ ଊର୍ଦ୍ଧ୍ୱ ଫୁଟ୍‌ର ପ୍ଲାଷ୍ଟିକ ପାଇପ୍‌ ଯୋଗାଡ଼ କରି ପମ୍ପସେଟ ସାହାଯ୍ୟରେ ପାଣି ନେଉଛନ୍ତି। ସ୍ଥାନୀୟ ଚାଷୀ ଦେବେନ୍ଦ୍ର ନାୟକ, ସୁବାସ ନାୟକ, ବୃନ୍ଦାବନ ସେଠୀ, ବିଭୁରଞ୍ଜନ ନାୟକ, ଭାଗୀରଥି ବେହେରା, ଅଚ୍ୟୁତାନନ୍ଦ ଦଳେଇ, ପୀତାମ୍ବର ନାୟକ, ପ୍ରଶାନ୍ତ ନାୟକ, ନାରାୟଣ ନାୟକଙ୍କ ସମେତ ଶତାଧିକ ଚାଷୀ ଏଥିରେ ସହଯୋଗ କରିଛନ୍ତି। ଏନେଇ ପଦ୍ମପୁର ସରପଞ୍ଚ ରାଜେନ୍ଦ୍ର ନାରାୟଣ ନାୟକ କହିଛନ୍ତି, ଗତବର୍ଷ ଚାଷୀମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସ୍ଲୁଇସ୍‌ ଗେଟ୍‌କୁ ମରାମତି କରି ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେବେ ଅଚଳ ସ୍ଲୁଇସ୍‌ ଗେଟ୍‌ ପୁନଃ ମରାମତି ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ଭେଟି ଆଲୋଚନା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri