ଅଧିକାରୀଙ୍କୁ ଫାଇଦା ଚାଷୀଙ୍କ ଅଭିଯୋଗ

ଯାଜପୁର ଅଫିସ,୧୩ା୫: ଯାଜପୁର ଜିଲାର କେତେକ ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ)ରେ ଦୁର୍ନୀତି ଏବଂ ତାକୁ ଘଣ୍ଟ ଘୋଡାଇବାକୁ ଯାଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନ କରିବା ସାଧାରଣ କଥା ହୋଇଛି। ଚାଷୀଙ୍କ ପକ୍ଷରୁ କୌଣସି ଅଭିଯୋଗ ହେଲେ ତଦନ୍ତକାରୀ ଅଧିକାରୀଙ୍କୁ ସୁହାଉଥିବା ମନେ ହେଉଛି। ଅଭିଯୋଗକୁ ଭିତ୍ତିକରି ତଦନ୍ତକାରୀ ଅଧିକାରୀ ଓ ଦୁର୍ନୀତିଗ୍ରସ୍ତ ପାକ୍ସ କର୍ମଚାରୀଙ୍କ ମଧ୍ୟରେ ସଲାସୁତୁରା ହୋଇ ବଡଧରଣର ମୁଲଚାଲ ହେଉଥିବା ସନ୍ଦେହ କରାଯାଉଛି। ଫଳରେ ତଦନ୍ତ ନିର୍ଦ୍ଦେଶ ବହୁ ବର୍ଷ ଧରି କାଗଜକଲମରେ ସୀମିତ ରହୁଛି ବୋଲି ମତପ୍ରକାଶ ପାଇଛି। ଏହି କାରବାରରେ କେତେଜଣ ରାଜନେତାଙ୍କ ସହଯୋଗ ରହିଥିବାରୁ ଦୁର୍ନୀତି ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଚାପି ହୋଇଯାଇଛି। ସମ୍ପୃକ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଏଥିରେ କୌଣସି କ୍ଷତି ହେଉ ନାହିଁ। ବରଂ ଅସହାୟ ଚାଷୀ ଦହଗଞ୍ଜ ହେଉଛନ୍ତି ବୋଲି ମତ ପ୍ରକାଶ ପାଇଛି।
ଗତ ୪ ମାସ ହେଲା କୋରେଇ ବ୍ଲକ ଅନ୍ତର୍ଗତ ଧନେଶ୍ୱର ଓ ବରୁଣେଇ ପାକ୍ସରେ ଧାନ ସଂଗ୍ରହରେ ଅନିୟମିତତା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରିନାହିଁ। ଏହି କ୍ରମରେ ରାଜ୍ୟ ସମବାୟ ସମିତିର ଉପନିବନ୍ଧକ ୭ଦିନ ମଧ୍ୟରେ ଅଭିଯୋଗର ତଦନ୍ତ କରି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ରିପୋର୍ଟ ଦାଖଲ କରିବାକୁ କଟକ ଡିଭିଜନ-୨ର ଡିଆରସିଏସ୍‌ (ଡେପୁଟି ରେଜିଷ୍ଟ୍ରାର ଅଫ୍‌ କୋପରେଟିଭ ସୋସାଇଟି)ଙ୍କୁ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ବଡ଼ଚଣା ପାକ୍ସରେ ଟୋକନ ନମ୍ବର ଜାଲିଆତି ଏବଂ ରଖିଦେଈପୁର ପାକ୍ସରେ ଚାଷୀଙ୍କ ନାମ ପଞ୍ଜୀକରଣରେ ଦୁର୍ନୀତି ଅଭିଯୋଗ ଉପରେ ଏଭଳି କେତେକ ନିର୍ଦ୍ଦେଶ ଫାଇଲରେ ସୀମିତ ରହୁଥିବାରୁ ଚାଷୀଙ୍କ ନ୍ୟାୟ ପାଇବା ଆଶା ମଉଳି ଯାଉଛି ବୋଲି ଚର୍ଚ୍ଚା ହେଉଛି।
ଅଭିଯାଗ ଅନୁଯାୟୀ, ବରୁଣ୍ଡେଇ ଓ ଧନେଶ୍ୱର ପାକ୍ସରେ ଧାନ କିଣାରେ ଅନିୟମିତତା ଏବଂ ଚାଷୀମାନେ ଧାନ ଦେଇ ସରକାରୀ ଦରରେ ଟଙ୍କା ନ ପାଇ ମିଲ ଦରରେ ୧୩୮୦ ଟଙ୍କାରେ ପ୍ରାପ୍ୟ ଦିଆଯାଇଥିବା ନେଇ ଚାଷୀ ବଳରାମ ରାଉତ ସମିତିର ରେଜିଷ୍ଟ୍ରାରଙ୍କୁ ୨୭ା୧୨ା୨୦୨୧ରେ ଲିଖିତ ଭାବେ ଜଣାଇଥିଲେ। ଏହାସହ ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବାକୁ ସେ ଅନୁରୋଧ କରିଥିଲେ। ଏହି ଅଭିଯୋଗ ଉପରେ ଅନୁରୂପ ଭାବେ ପଦକ୍ଷେପ ନେବାକୁ କଟକ ଡିଭିଜନ-୨ର ଡିଆରସିଏସ୍‌ଙ୍କୁ ଗତ ୧୭ା୧ା୨୦୨୨ରେ ନିର୍ଦ୍ଦେଶ ଦେଇଥିଲେ, ହେଲେ ଆଜି ପର୍ଯ୍ୟନ୍ତ ସେହି ନିର୍ଦ୍ଦେଶ ଉପରେ କୌଣସି ତଦନ୍ତ ରିପୋର୍ଟ ନିର୍ଦ୍ଦେଶାଳୟକୁ ମିଳିନାହିଁ ବୋଲି ସମବାୟ ସମିତିର ଉପନିବନ୍ଧକ ତାଙ୍କ ପତ୍ରରେ ଦର୍ଶାଇଛନ୍ତି। ଯାହାକି ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ଅବମାନନା ଏବଂ କର୍ତ୍ତବ୍ୟରେ ଅବହେଳାକୁ ଇଙ୍ଗିତ କରୁଛି। ସେହିପରି ଗତ ନଭେମ୍ବରରେ ଧର୍ମଶାଳା ବ୍ଲକ ରଖିଦେଈପୁର ପାକ୍ସ ଅଧୀନସ୍ଥ କବାଟବନ୍ଧ ଗ୍ରାମର ଚାଷୀ ଅନୁପମା ସାହୁ ପ୍ରତିବର୍ଷ ରଖିଦେଈପୁର ପାକ୍ସର ସମ୍ପାଦକ ଚାଷୀ ପଞ୍ଜୀକରଣ ପାଇଁ ୫୦୦ ଟଙ୍କା ନେଇଥାନ୍ତି ବୋଲି ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ଆବଶ୍ୟକ ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସମବାୟ ସମିତି (କ୍ରେଡିଟ)ର ଡେପୁଟୀ ରେଜିଷ୍ଟ୍ରାର ନିର୍ଦ୍ଦେଶ ଜାରି କରିଥିଲେ। ସେହିପରି ଗତ ୫ା୪ା୨୦୨୧ରେ ବଡଚଣା ପ୍ୟାକ୍ସର ଭାରପ୍ରାପ୍ତ ସମ୍ପାଦକ ୧୨୫, ୨୪୫, ୭୭, ୧୮୯, ୪୨୫, ୪୮୭, ୧୦, ୩୯, ୧୦୨, ୧୬୮, ୨୮୪, ୩୪୬, ୩୮୫, ୧୮୭, ୧୨୧, ୨୪୩, ୨୯୯, ୧୫୫, ୩୧, ୭୨ ଇତ୍ୟାଦି ଟୋକନ ନମ୍ବର ଜାଲିଆତି କରିଥିବା ନେଇ ଚାଷୀମାନେ ଅଭିଯୋଗ କରିଥିଲେ। ପୈତୃକ ଚାଷଜମିକୁ ଜାଲିଆତି କରି କେତେଜଣ ଲୋକଙ୍କ ନାମରେ ଅନ୍‌ଲାଇନ ନାମ ପଞ୍ଜୀକରଣ କରାଇ ସେମାନଙ୍କଠାରୁ ଧାନ କିଣାଯାଇ ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିଲା। ଏହି ଅଭିଯୋଗ ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ ଏକାଧିକ ଥର ନିର୍ଦ୍ଦେଶ ହୋଇଥିଲା। ଯାହାକି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ।
ଏ ସଂକ୍ରାନ୍ତରେ ଯାଜପୁର ସିଆରସିଏସ୍‌ ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, ଧନେଶ୍ୱର ଓ ବରୁଣ୍ଡେଇ ପାକ୍ସରେ ଦୁର୍ନୀତି ଅଭିଯୋଗ ମାମଲାର ତଦନ୍ତ ଚାଲିଛି। ସେହିପରି ବଡ଼ଚଣା ପାକ୍ସରେ ଟୋକନ ଜାଲିଆତି ଅଭିଯୋଗ ଉପରେ ତଦନ୍ତ ରିପୋର୍ଟ ଦାଖଲ ହୋଇ ସାରିଛି । ବଡଚଣା ପାକ୍ସରେ ଦୁର୍ନୀତି ମାମଲାକୁ ୧ ବର୍ଷ ଅତିକ୍ରାନ୍ତ ହୋଇ ସାରିଛି। ହେଲେ ସରକାରୀ ତଦନ୍ତର କେବେ ପୂର୍ଣ୍ଣଛେଦ ପଡିବ ସେନେଇ ଚାଷୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri