ଅଧିକାରୀଙ୍କୁ ଫାଇଦା ଚାଷୀଙ୍କ ଅଭିଯୋଗ

ଯାଜପୁର ଅଫିସ,୧୩ା୫: ଯାଜପୁର ଜିଲାର କେତେକ ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ)ରେ ଦୁର୍ନୀତି ଏବଂ ତାକୁ ଘଣ୍ଟ ଘୋଡାଇବାକୁ ଯାଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନ କରିବା ସାଧାରଣ କଥା ହୋଇଛି। ଚାଷୀଙ୍କ ପକ୍ଷରୁ କୌଣସି ଅଭିଯୋଗ ହେଲେ ତଦନ୍ତକାରୀ ଅଧିକାରୀଙ୍କୁ ସୁହାଉଥିବା ମନେ ହେଉଛି। ଅଭିଯୋଗକୁ ଭିତ୍ତିକରି ତଦନ୍ତକାରୀ ଅଧିକାରୀ ଓ ଦୁର୍ନୀତିଗ୍ରସ୍ତ ପାକ୍ସ କର୍ମଚାରୀଙ୍କ ମଧ୍ୟରେ ସଲାସୁତୁରା ହୋଇ ବଡଧରଣର ମୁଲଚାଲ ହେଉଥିବା ସନ୍ଦେହ କରାଯାଉଛି। ଫଳରେ ତଦନ୍ତ ନିର୍ଦ୍ଦେଶ ବହୁ ବର୍ଷ ଧରି କାଗଜକଲମରେ ସୀମିତ ରହୁଛି ବୋଲି ମତପ୍ରକାଶ ପାଇଛି। ଏହି କାରବାରରେ କେତେଜଣ ରାଜନେତାଙ୍କ ସହଯୋଗ ରହିଥିବାରୁ ଦୁର୍ନୀତି ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଚାପି ହୋଇଯାଇଛି। ସମ୍ପୃକ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଏଥିରେ କୌଣସି କ୍ଷତି ହେଉ ନାହିଁ। ବରଂ ଅସହାୟ ଚାଷୀ ଦହଗଞ୍ଜ ହେଉଛନ୍ତି ବୋଲି ମତ ପ୍ରକାଶ ପାଇଛି।
ଗତ ୪ ମାସ ହେଲା କୋରେଇ ବ୍ଲକ ଅନ୍ତର୍ଗତ ଧନେଶ୍ୱର ଓ ବରୁଣେଇ ପାକ୍ସରେ ଧାନ ସଂଗ୍ରହରେ ଅନିୟମିତତା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରିନାହିଁ। ଏହି କ୍ରମରେ ରାଜ୍ୟ ସମବାୟ ସମିତିର ଉପନିବନ୍ଧକ ୭ଦିନ ମଧ୍ୟରେ ଅଭିଯୋଗର ତଦନ୍ତ କରି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ରିପୋର୍ଟ ଦାଖଲ କରିବାକୁ କଟକ ଡିଭିଜନ-୨ର ଡିଆରସିଏସ୍‌ (ଡେପୁଟି ରେଜିଷ୍ଟ୍ରାର ଅଫ୍‌ କୋପରେଟିଭ ସୋସାଇଟି)ଙ୍କୁ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ବଡ଼ଚଣା ପାକ୍ସରେ ଟୋକନ ନମ୍ବର ଜାଲିଆତି ଏବଂ ରଖିଦେଈପୁର ପାକ୍ସରେ ଚାଷୀଙ୍କ ନାମ ପଞ୍ଜୀକରଣରେ ଦୁର୍ନୀତି ଅଭିଯୋଗ ଉପରେ ଏଭଳି କେତେକ ନିର୍ଦ୍ଦେଶ ଫାଇଲରେ ସୀମିତ ରହୁଥିବାରୁ ଚାଷୀଙ୍କ ନ୍ୟାୟ ପାଇବା ଆଶା ମଉଳି ଯାଉଛି ବୋଲି ଚର୍ଚ୍ଚା ହେଉଛି।
ଅଭିଯାଗ ଅନୁଯାୟୀ, ବରୁଣ୍ଡେଇ ଓ ଧନେଶ୍ୱର ପାକ୍ସରେ ଧାନ କିଣାରେ ଅନିୟମିତତା ଏବଂ ଚାଷୀମାନେ ଧାନ ଦେଇ ସରକାରୀ ଦରରେ ଟଙ୍କା ନ ପାଇ ମିଲ ଦରରେ ୧୩୮୦ ଟଙ୍କାରେ ପ୍ରାପ୍ୟ ଦିଆଯାଇଥିବା ନେଇ ଚାଷୀ ବଳରାମ ରାଉତ ସମିତିର ରେଜିଷ୍ଟ୍ରାରଙ୍କୁ ୨୭ା୧୨ା୨୦୨୧ରେ ଲିଖିତ ଭାବେ ଜଣାଇଥିଲେ। ଏହାସହ ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବାକୁ ସେ ଅନୁରୋଧ କରିଥିଲେ। ଏହି ଅଭିଯୋଗ ଉପରେ ଅନୁରୂପ ଭାବେ ପଦକ୍ଷେପ ନେବାକୁ କଟକ ଡିଭିଜନ-୨ର ଡିଆରସିଏସ୍‌ଙ୍କୁ ଗତ ୧୭ା୧ା୨୦୨୨ରେ ନିର୍ଦ୍ଦେଶ ଦେଇଥିଲେ, ହେଲେ ଆଜି ପର୍ଯ୍ୟନ୍ତ ସେହି ନିର୍ଦ୍ଦେଶ ଉପରେ କୌଣସି ତଦନ୍ତ ରିପୋର୍ଟ ନିର୍ଦ୍ଦେଶାଳୟକୁ ମିଳିନାହିଁ ବୋଲି ସମବାୟ ସମିତିର ଉପନିବନ୍ଧକ ତାଙ୍କ ପତ୍ରରେ ଦର୍ଶାଇଛନ୍ତି। ଯାହାକି ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ଅବମାନନା ଏବଂ କର୍ତ୍ତବ୍ୟରେ ଅବହେଳାକୁ ଇଙ୍ଗିତ କରୁଛି। ସେହିପରି ଗତ ନଭେମ୍ବରରେ ଧର୍ମଶାଳା ବ୍ଲକ ରଖିଦେଈପୁର ପାକ୍ସ ଅଧୀନସ୍ଥ କବାଟବନ୍ଧ ଗ୍ରାମର ଚାଷୀ ଅନୁପମା ସାହୁ ପ୍ରତିବର୍ଷ ରଖିଦେଈପୁର ପାକ୍ସର ସମ୍ପାଦକ ଚାଷୀ ପଞ୍ଜୀକରଣ ପାଇଁ ୫୦୦ ଟଙ୍କା ନେଇଥାନ୍ତି ବୋଲି ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ଆବଶ୍ୟକ ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସମବାୟ ସମିତି (କ୍ରେଡିଟ)ର ଡେପୁଟୀ ରେଜିଷ୍ଟ୍ରାର ନିର୍ଦ୍ଦେଶ ଜାରି କରିଥିଲେ। ସେହିପରି ଗତ ୫ା୪ା୨୦୨୧ରେ ବଡଚଣା ପ୍ୟାକ୍ସର ଭାରପ୍ରାପ୍ତ ସମ୍ପାଦକ ୧୨୫, ୨୪୫, ୭୭, ୧୮୯, ୪୨୫, ୪୮୭, ୧୦, ୩୯, ୧୦୨, ୧୬୮, ୨୮୪, ୩୪୬, ୩୮୫, ୧୮୭, ୧୨୧, ୨୪୩, ୨୯୯, ୧୫୫, ୩୧, ୭୨ ଇତ୍ୟାଦି ଟୋକନ ନମ୍ବର ଜାଲିଆତି କରିଥିବା ନେଇ ଚାଷୀମାନେ ଅଭିଯୋଗ କରିଥିଲେ। ପୈତୃକ ଚାଷଜମିକୁ ଜାଲିଆତି କରି କେତେଜଣ ଲୋକଙ୍କ ନାମରେ ଅନ୍‌ଲାଇନ ନାମ ପଞ୍ଜୀକରଣ କରାଇ ସେମାନଙ୍କଠାରୁ ଧାନ କିଣାଯାଇ ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିଲା। ଏହି ଅଭିଯୋଗ ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ ଏକାଧିକ ଥର ନିର୍ଦ୍ଦେଶ ହୋଇଥିଲା। ଯାହାକି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ।
ଏ ସଂକ୍ରାନ୍ତରେ ଯାଜପୁର ସିଆରସିଏସ୍‌ ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, ଧନେଶ୍ୱର ଓ ବରୁଣ୍ଡେଇ ପାକ୍ସରେ ଦୁର୍ନୀତି ଅଭିଯୋଗ ମାମଲାର ତଦନ୍ତ ଚାଲିଛି। ସେହିପରି ବଡ଼ଚଣା ପାକ୍ସରେ ଟୋକନ ଜାଲିଆତି ଅଭିଯୋଗ ଉପରେ ତଦନ୍ତ ରିପୋର୍ଟ ଦାଖଲ ହୋଇ ସାରିଛି । ବଡଚଣା ପାକ୍ସରେ ଦୁର୍ନୀତି ମାମଲାକୁ ୧ ବର୍ଷ ଅତିକ୍ରାନ୍ତ ହୋଇ ସାରିଛି। ହେଲେ ସରକାରୀ ତଦନ୍ତର କେବେ ପୂର୍ଣ୍ଣଛେଦ ପଡିବ ସେନେଇ ଚାଷୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri