ମଣ୍ଡି ନେଉନି ଧାନ: ରାସ୍ତାରେ ଧାନବସ୍ତା ରଖି ଅବିରୋଧ କଲେ ଚାଷୀ

ପୁରୁଷୋତ୍ତମପୁର,୨୮ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡବରଗାଁର ଚାଷୀମାନେ ଅମଳ ଧାନକୁ ରାସ୍ତା ଉପରେ ରଖି  ଆନ୍ଦୋଳନ କରିଛନ୍ତି।  ଆଛୁଲି-କୋଦଳା ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇପଡ଼ିଛି । ଆନ୍ଦୋଳନରତ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ଗତ ଲଗାଣ ବର୍ଷାରେ ଧାନଫସଲ ନଷ୍ଟ ହୋଇଯାଇଥିବା ବେଳେ କିଛି ଧାନ ଅମଳ ହୋଇଛି। ଏହି ଅମଳ ଧାନକୁ ମଣ୍ଡି ନେଉନାହିଁ । ମିଲରମାନେ ଚାଷୀଙ୍କୁ ବସ୍ତା ୭୫ କେଜି ବଦଳରେ ୮୦ କେଜି ଦାବି କରି ଶୋଷଣ କରୁଥିବା ଅଭିଯୋଗ ହୋଇଛି। ଏଥିନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଯୋଗାଣ ବିଭାଗ ଗୁରୁତ୍ୱ ଦେଉନାହିଁ । ଅମଳ ଧାନ ଜମିରେ ପଡ଼ି ରହି ବାର୍‌ହା ଖାଇ ନଷ୍ଟ କରିଦେଲେଣି। କରଜ କିପରି ଶୁଝିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ତୁରନ୍ତ ଉପଯୁକ୍ତ ଓଜନ ଓ ମୂଲ୍ୟରେ ମଣ୍ଡି , ମିଲର ଧାନ କିଣିବା ଲାଗି ଚାଷୀମାନେ ଦାବି କରିଛନ୍ତି।