ଅମଳ ଖର୍ଚ୍ଚ ବି ଉଠାଇ ପାରୁନାହାନ୍ତି ଚାଷୀ, ଗଞ୍ଜାମରେ ଟମାଟୋ କିଲୋ ରହିଛି…

ଗଞ୍ଜାମ,୧୫ା୩(ବିଦ୍ୟାଧର ସାହୁ): ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ମାଟିରେ ମିଶୁଛି ଝାଳ ବୁହାଇ ଅମଳ କରିଥିବା ଟମାଟୋ। ବର୍ତ୍ତମାନ ବଜାରରେ ଟମାଟୋ ଦର ଏଭଳି ସ୍ତରକୁ ଖସି ଆସିଛି ଯେ, ଚାଷୀଟିଏ ତା’ର ଅମଳ ଖର୍ଚ୍ଚ ବି ଉଠାଇ ପାରୁନାହିଁ l ଏପରିକି ମଜୁରି ଦେବାକୁ ଅକ୍ଷମ ହେଉଥିବାରୁ ଚାଷୀ ଗଛରୁ ଟମାଟୋ ତୋଳିବାକୁ ବି ଅମଙ୍ଗ ହେଉଛନ୍ତି। ଏହି ଭଳି ଘଟଣା ଏବେ ଗଞ୍ଜାମ ବ୍ଲକ ସିପକୁଦା, ଝାରେଡ଼ି, ବିଞ୍ଛଣାପଲ୍ଲୀ ଆଦି ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ଅଧିକାଂଶ ଚାଷୀ ପନିପରିବା ଚାଷ ଉପରେ ନିର୍ଭର କରିଥାନ୍ତି। ବାରମାସ ଏଠାକାର ଲୋକ ଚାଷ ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି। ଟମାଟୋ ଦର ୨ ଟଙ୍କାରୁ ୫ ଟଙ୍କାକୁ ଖସି ଆସିଛି ଏବଂ ବେପାରୀ ନେବା ପାଇଁ ମଧ୍ୟ ଅମଙ୍ଗ ହେଉଛନ୍ତି । ଗୋଟେ ଟ୍ରେ’ରେ ୨୭ କିଲୋ ଟମାଟୋ ରହୁଥିବା ବେଳେ ୫୦ରୁ ୬୦ ଟଙ୍କାରେ ନେବା ପାଇଁ ଅମଙ୍ଗ ହେଉଛନ୍ତି ବେପାରୀ। ବିଲରୁ ଟମାଟୋ ତୋଳିବା ପାଇଁ ଯେତିକି ଶ୍ରମିକ ମଜୁରି ଲାଗୁଛି ବିକ୍ରି କରିବା ପରେ ବି ସେତିକି ଟଙ୍କା ମିଳୁ ନ ଥିବା ଚାଷୀ କହିଛନ୍ତି। ଏପରିକି ଅନେକ ଚାଷୀ ଗଛରୁ ଟମାଟୋ ତୋଳିବାକୁ ନାରାଜ ହେଉଥିବା ବେଳେ କିଛି ଚାଷୀ ରାସ୍ତାକଡ଼ରେ ଜମା କରିରଖିଥିବା ଦେଖିବାକୁ ମିଳିଛି। ଚାଷୀଙ୍କ କହିବା କଥା ଯଦି ଶୀତଳ ଭଣ୍ଡାର ରହିଥାନ୍ତା ତେବେ ତାହାକୁ ସେମାନେ ସଂରକ୍ଷଣ କରି ରଖିପାରିଥାନ୍ତେ। ଏହାର ଅଭାବ ହେତୁ ଚାଷୀ ତା’ର ଅମଳ ଟମାଟୋକୁ ସାଇତି ରଖିପାରୁନାହିଁ ଏବଂ ପଚିଯିବା ଭୟରେ କମ୍‌ ଦରରେ ବିକ୍ରି ପାଇଁ ବାଧ୍ୟ ହେଉଛନ୍ତି। ବିକ୍ରିର କିଛି ସୁବିଧା ନ ଥିବାରୁ ଚାଷୀ ସିଧାସଳଖ ଖାଉଟିଙ୍କ ପାଖକୁ ଯାଇପାରୁନାହାନ୍ତି। ଯାହାର ସୁଯୋଗ ନେଇ ମଧ୍ୟସ୍ଥିମାନେ ଶସ୍ତାରେ ମାଲ କିଣୁଛନ୍ତି। ହତାଶ ହୋଇପଡ଼ିଥିବା ଚାଷୀମାନେ ସରକାରଙ୍କ ନିକଟରେ କ୍ଷତିପୂରଣ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଦାବି ହୋଇଛି। ଯଦି ସରକାର ଆଗାମୀ ଦିନରେ ଚାଷୀଙ୍କଠାରୁ ସିଧାସଳଖ ଟମାଟୋ କିଣିବା ପାଇଁ ବ୍ୟବସ୍ଥା ନ କରନ୍ତି ତେବେ ଚାଷୀ ଆର୍ଥିକ କ୍ଷତିଗସ୍ତ ହେବେ। ଏହି ଅଞ୍ଚଳ ଚାଷୀମାନଙ୍କ ଏହା ଦୀର୍ଘଦିନର ଯନ୍ତ୍ରଣା।

ପ୍ରତିବର୍ଷ ଅଧିକ ଅମଳ ହେଉଥିଲେ ମଧ୍ୟ ସ୍ଥାନୀୟ ବଜାରରେ ଚାହିଦା ଅପେକ୍ଷା ଯୋଗାଣ ଅଧିକ ହେଉଥିବାରୁ ଦର କମ୍‌ ରହୁଛି। ଅଧିକାଂଶ ଚାଷୀ ମହାଜନମାନଙ୍କଠାରୁ ଋଣ ଆଣି ଚାଷ କାର୍ଯ୍ୟ କରିଥାନ୍ତି l କେମିତି ଶୁଝିବେ ଚାଷୀଙ୍କୁ ଏବେ ଚିନ୍ତା ଘାରିଛି। ସରକାର ଯଦି ବିକ୍ରିର ବ୍ୟବସ୍ଥା ଏବଂ ଶୀତଳଭଣ୍ଡାରର ବ୍ୟବସ୍ଥା କରିଥିଲେ ଚାଷୀ ପାଇଁ ଲାଭବାନ ହୋଇଥାନ୍ତା କିନ୍ତୁ ତାହା ବହୁବାର ଦାବି ହୋଇଆସୁଥିଲେ ବି ଫଳ ଶୂନ। କେବଳ ସିପକୁମା ନୁହେଁ ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷୀମାନେ ଅକ୍ଲାନ୍ତ ପରିଶ୍ରମ କରି ଟମାଟୋ ଚାଷ କରିଥାନ୍ତି l କିନ୍ତୁ ବିକ୍ରି ସମୟରେ ପୁଣି ସେହି ପୁରୁଣା ସମସ୍ୟା ଦେଖାଦେଉଛି। କ୍ଷେତରେ ଟମାଟୋ ପଡ଼ିରହିଛି କିନ୍ତୁ କିଣିବାକୁ ଗ୍ରାହକ ନାହାନ୍ତି କି ବେପାରୀ ବି ଆସୁନାହାନ୍ତି। ଏଠାରୁ ଅମଳ ହେଉଥିବା ଟମାଟୋକୁ ବାହାର ରାଜ୍ୟ କିମ୍ବା ବଡ଼ ସହରକୁ ପଠାଇବା ପାଇଁ କୌଣସି ବ୍ୟବସ୍ଥା ନାହ। ଶୀତଳଭଣ୍ଡାରର ଅଭାବ। ନଚେତ୍‌ ସରକାରୀସ୍ତରରେ ସିଧାସଳଖ କ୍ରୟ ବ୍ୟବସ୍ଥା କରାଗଲେ ଚାଷୀ ମଧ୍ୟସ୍ଥି କବଳରୁ ମୁକ୍ତି ପାଇ ଉଚିତ ଦର ପାଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ମହଜୁତ ଅଛି ରନ୍ଧନ ଗ୍ୟାସ, କଳାବଜାର କଲେ ଦୃଢ କାର୍ଯ୍ୟାନୁଷ୍ଠାନ କହିଲେ ଜିଲାପାଳ

ବରଗଡ଼,୧୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଲିକୁଇଫାଇଡ୍ ପେଟ୍ରୋଲିୟମ ଗ୍ୟାସ (ଏଲପିଜି), ପେଟ୍ରୋଲ ଏବଂ ଡିଜେଲ୍ ଯୋଗାଣ ଓ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା ପାଇଁ ଶନିବାର ଜିଲାସ୍ତରୀୟ ନିରୀକ୍ଷଣ…

ଭୟଙ୍କର ଘୂର୍ଣ୍ଣିଝଡ଼: ଉଡିଲା ଛପର-ନଦୀକୁ ପଶିଲା ଅଟୋ, ୨ମୃତ

ବାରିପଦା/କରଞ୍ଜିଆ,୧୫ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ/କବିତା ମହାନ୍ତ): ରବିବାର ଅପରାହ୍ନ ସାଢେ ୪ଟାରେ ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଳକ କଙ୍କଡା ଗ୍ରାମରେ କାଳବୈଶାଖୀର ଭୟଙ୍କର ତାଣ୍ଡବ ଦେଖାଯାଇଛି । ଏଥିରେ…

ଓଡିଶାର ଏହି ଜିଲାରେ ଅଣ୍ଡା ଗୋଟେ ୫ ଟଙ୍କା, ଜାଣନ୍ତୁ କେମିତି କମିଲା ଦାମ୍

ନନ୍ଦପୁର,୧୫ା୩(ତୁଷାର କାନ୍ତ ମହାନ୍ତି) : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଅଞ୍ଚଳରେ ଗ୍ୟାସ ଦରକୁ ମହଙ୍ଗା କରିଛି । ଡିଜେଲ ପେଟ୍ରୋଲ ଭଳି ତୈଳ ଦର ଓ ଉପଲବ୍ଧିତାକୁ…

ଓଲା ଗାଡିରେ ଯାଉଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ତାପରେ….

ଛତ୍ରପୁର,୧୫ା୩(ଦିଲ୍ଲୀପ ସାମଲ): ଚଳନ୍ତା ଓଲା ଗାଡିରେ ଲାଗିଗଲା ନିଆଁ । ଅଗ୍ନିକାଣ୍ଡରେ ଗାଡିଟି ନଷ୍ଟ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ଚାଳକ । ଏପରି ଦୃଶ୍ୟ ଦେଖିବାକୁ…

୧୫ ଜିଲାକୁ ୩ ଘଣ୍ଟିଆ ଓ୍ବାର୍ନିଂ, ଘଡ଼ଘଡ଼ି ସହ ହୋଇପାରେ ପ୍ରବଳ ବର୍ଷା

ଭୁବନେଶ୍ବର,୧୫ା୩: ୧୫ ଜିଲାକୁ ୩ ଘଣ୍ଟିଆ ଓ୍ବାର୍ନିଂ ଜାରି କଲା ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଘଡ଼ଘଡ଼ି ସହ ବର୍ଷା ଓ ୩୦ରୁ ୪୦ କିମି ପବନ…

ସେ ସ୍ବାମୀ ଚାହାଁନ୍ତି ନାହିଁ, ହେଲେ ତାଙ୍କ ଶୁକ୍ରାଣୁ ବ୍ୟବହାର କରି ଏକ ସନ୍ତାନ ଚାହାଁନ୍ତି – ଏହି ମାମଲା ଶୁଣି ବିସ୍ମିତ ହେଲେ ହାଇକୋର୍ଟ

ମୁମ୍ବାଇ,୧୫।୩: ମୁମ୍ବାଇର ଜଣେ ମହିଳାଙ୍କ ସହିତ ଜଡିତ ଏକ ଅନନ୍ୟ ଆଇନଗତ ବିବାଦ ଏବେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି। ୪୬ ବର୍ଷୀୟ ମହିଳା ତାଙ୍କ ସ୍ବାମୀଙ୍କଠାରୁ ଅଲଗା…

ଜେଲ ଭିତରୁ କଏଦୀଙ୍କ ଝୁଲନ୍ତା ମୃତଦେହ ଜବତ ଘଟଣା, ତଦନ୍ତ ଆରମ୍ଭ କଲେ ଜେଲ ଡିଆଇଜି

ବଲାଙ୍ଗୀର,୧୫।୩(ସୁନିଲ କୁମାର ମହାନ୍ତି ): ଶନିବାର ବଲାଙ୍ଗୀର ଜେଲ ଭିତରେ ଜଣେ କଏଦୀଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଥିଲା। ଏହି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ଜେଲ…

କୁମ୍ଭ ରାଶିରେ ସୃଷ୍ଟି ହେବ ଚତୁର୍ଗ୍ରହୀ ଯୋଗ, ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ପ୍ରଚୁର ଟଙ୍କା!

୧୬ ମାର୍ଚ୍ଚ ସନ୍ଧ୍ୟାରେ କୁମ୍ଭ ରାଶିରେ ଚତୁର୍ଗ୍ରହୀ ଯୋଗ ସୃଷ୍ଟି ହେବ । ରାହୁ, ମଙ୍ଗଳ ଏବଂ ବୁଧ ଗ୍ରହ କୁମ୍ଭ ରାଶିରେ ପୂର୍ବରୁ ଅବସ୍ଥିତ ରହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri