ବରଗଡ଼ରେ ମହଜୁତ ଅଛି ରନ୍ଧନ ଗ୍ୟାସ, କଳାବଜାର କଲେ ଦୃଢ କାର୍ଯ୍ୟାନୁଷ୍ଠାନ କହିଲେ ଜିଲାପାଳ

ବରଗଡ଼,୧୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଲିକୁଇଫାଇଡ୍ ପେଟ୍ରୋଲିୟମ ଗ୍ୟାସ (ଏଲପିଜି), ପେଟ୍ରୋଲ ଏବଂ ଡିଜେଲ୍ ଯୋଗାଣ ଓ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା ପାଇଁ ଶନିବାର ଜିଲାସ୍ତରୀୟ ନିରୀକ୍ଷଣ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଆୟୋଜିତ ଏହି ବୈଠକରେ ଜିଲାପାଳ ଆଦିତ୍ୟ ଗୋୟଲ ଅଧ୍ୟକ୍ଷତା କରିଥିଲେ ।

ଜିଲାରେ ପେଟ୍ରୋଲିୟମ ଗ୍ୟାସ, ଡିଜେଲ ଏବଂ ପେଟ୍ରୋଲର ଉପଲବ୍ଧତା, ଯୋଗାଣ ପ୍ରଣାଳୀ ଓ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ। ଏହା ସହିତ ସମସ୍ତ ଏଲପିଜି ଏଜେନ୍ସି ଓ ପେଟ୍ରୋଲ ପମ୍ପଗୁଡ଼ିକର କାର୍ଯ୍ୟପ୍ରଣାଳୀ ସମୀକ୍ଷା କରିଥିଲେ। ସାଧାରଣ ଲୋକମାନଙ୍କୁ କୌଣସି ଅସୁବିଧା ନହେବା ପାଇଁ ପର୍ଯ୍ୟାପ୍ତ ପରିମାଣରର ଉପଲବ୍ଧତା ରଖି ସମୟୋପଯୁକ୍ତଭାବେ ଇନ୍ଧନ ବଣ୍ଟନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ ଯୋଗାଣ ଓ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ କଠୋର ନିରୀକ୍ଷଣ ରଖିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ ଜିଲାପାଳ ସମସ୍ତ ରନ୍ଧନ ଗ୍ୟାସ ଓ ତୈଳ ଯୋଗାଣ କମ୍ପାନୀର ଯୋଗାଣ ଅଧିକାରୀଙ୍କୁ ଜିଲାରେ ଉପଲବ୍ଧ ପେଟ୍ରୋଲ ଡିଜେଲ ଏବଂ ଏଲପିଜି ଗ୍ୟାସର ଆବଶ୍ୟକତା ତଥା ଉପଲବ୍ଧତା ବିଷୟରେ ସମୀକ୍ଷା କରିବା ପରେ ଖାଉଟିମାନେ ଅଯଥା ପାନିକ ବୁକିଂ ନ କରିବାକୁ ପରାମର୍ଶ ଦେଇଥିଲେ ।

ଜିଲାପାଳ କହିଥିଲେ, ଜିଲାର ଆବଶ୍ୟକତା ଅନୁଯାୟୀ ରନ୍ଧନ ଗ୍ୟାସ, ପେଟ୍ରୋଲ ଏବଂ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି । ତେଣୁ ଖାଉଟିମାନେ ଅଯଥା ଆତଙ୍କିତ କିମ୍ବା ଚିନ୍ତିତ ହେବାର ଆବଶ୍ୟକତା ନାହିଁ। କଳାବଜାର ରୋକିବା ପାଇଁ ଜିଲୀ ପ୍ରଶାସନ ତରଫରୁ ଜିଲାସ୍ତରୀୟ ମନିଟରିଙ୍ଗ କମିଟି, ଦୁଇଟି ଉପଖଣ୍ଡ ସ୍ତରରେ ଟାସ୍କ ଫୋର୍ସ ସ୍କ୍ୱାର୍ଡ ଗଠନ ସହିତ ପ୍ରତି ବ୍ଳକ ସ୍ତରରେ ସମସ୍ତ ତହସିଲଦାର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୈଠକରେ ସୂଚନା ଦିଆଯାଇଥିଲା । କଳାବଜାରୀରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ମଧ୍ୟ ଜିଲାପାଳ ଗୋୟଲ ସୂଚାଇ ଦେଇଥିଲେ । ସେହିପରି ଖାଉଟିଙ୍କ ଆପତ୍ତି ଅଭିଯୋଗ ଶୁଣିବା ନିମନ୍ତେ ଜିଲା ଯୋଗାଣ ବିଭାଗ ତରଫରୁ ଏକ ନିୟନ୍ତ୍ରଣ କକ୍ଷ ଖୋଲିବା ସହ ହେଲ୍ପ ଲାଇନ ନମ୍ବର ୦୬୬୪୬–୨୩୩୦୩୩ ଜାରି କରାଯାଇଛି । ଆବଶ୍ୟକ ସ୍ଥଳେ ଖାଉଟିମାନେ ଏହି ହେଲ୍ପ ଲାଇନ ନମ୍ବର କମ୍ବା ଜିଲ୍ଲାର ସମସ୍ତ ତୈଳ ଯୋଗାଣ କମ୍ପାନୀର ଅଧିକାରୀ ତଥା ଏଚପିସିଏଲ୍ ଯୋଗାଣ ଅଧିକାରୀ (ମୋବାଇଲ ନଂ- ୮୩୫୬୮୪୫୭୮୯), ବିପିସିଏଲ୍ ଯୋଗାଣ ଅଧିକାରୀ (ମୋବାଇଲ ନଂ- ୯୯୩୮୦୬୦୭୮୫) ଏବଂ ଆଇଓସିଏଲ୍ ଯୋଗାଣ ଅଧିକାରୀ (ମୋବାଇଲ ନଂ- ୮୨୪୯୧୪୧୫୫୪)ଙ୍କୁ ଯୋଗାଯୋଗ କରିବା ପାଇଁ ଜିଲାପାଳ ଅନରୋଧ କରିଛନ୍ତି ।

ବୈଠକରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହାଙ୍କ ସମେତ ମୁଖ୍ୟ ଜିଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲା ଶିକ୍ଷା ଅଧିକାରୀ, ଜିଲା ମଙ୍ଗଳ ଅଧିକାରୀ, ଜିଲା ସାମାଜିକ କଳ୍ୟାଣ ଅଧିକାରୀ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଲିଗାଲ ମେଟ୍ରୋଲୋଜିର ଯୁଗ୍ମ ନିୟନ୍ତ୍ରକ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?