ଧାନବିକ୍ରି ପଞ୍ଜୀକରଣରେ ନୂଆନୀତି, ମୁହଁ ଫେରାଉଛନ୍ତି ଚାଷୀ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ):ରାଜ୍ୟରେ ଭାଜପା ସରକାର ଶାସନକୁ ଆସିବା ପରେ ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ, ଧାନ କୁଇଣ୍ଟାଲ ପ୍ରତି ୮୦୦ଟଙ୍କା ଇନପୁଟ୍‌ ଆସିଷ୍ଟାଣ୍ଟ ପ୍ରଦାନ କରୁଛି। ଏଥିରେ ଚାଷୀମାନେ ଖୁସି ପ୍ରକଟ କରିଛନ୍ତି। କିନ୍ତୁ ଧାନବିକ୍ରିରେ ଯେଭଳି ଗୋଟିଏ ପରେ ଗୋଟିଏ କଟକଣା ଲାଗୁ ହେଉଛି, ତାହା ଚାଷୀଙ୍କ ଦୁଃଖ ବଢ଼ାଇ ଦେଇଛି। ଶାସନକୁ ଆସିବା ପରେ ସରକାର ପ୍ରଥମେ ଧାନ ଗୁଣମାପ ପରୀକ୍ଷା ପାଇଁ ମଣ୍ଡିରେ ଆନାଲାଇଜର ମେଶିନ ସ୍ଥାପନ କଲେ। ତାକୁ ନେଇ ଅସନ୍ତୋଷ ଥମି ନଥିବାବେଳେ ଏବେ ଚାଷୀ ପଞ୍ଜୀକରଣରେ ନୂଆଁନୀତି ଅଡୁଆ ସ୍ଥିତି ସୃଷ୍ଟି କରିଛି। ସରକାରଙ୍କ ଏଭଳି ନୀତି ନିୟମରୁ ସରକାରଙ୍କ ଉପରୁ ଭରସା ତୁଟିବ ସହିତ ସେଥିପ୍ରତି ଚାଷୀମାନେ ମୁହଁ ଫେରାଉଥିବା ପରିଲକ୍ଷିତ ହୋଇଛି। ବର୍ତ୍ତମାନ ନୂଆ ନୀତି, ନିୟମରେ ଚାଲିଥିବା ଚାଷୀ ପଞ୍ଜୀକରଣରୁ ଏହା ସ୍ପଷ୍ଟ ହୋଇଛି।
ସାଧାରଣତଃ ରବି ତୁଳନାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଅଧିକ ଚାଷୀ ପଞ୍ଜୀକୃତ ହୋଇଥାନ୍ତି। ଗତବର୍ଷ ଖରିଫରେ ବରଗଡ଼ ଜିଲାରେ ୧ଲକ୍ଷ ୫୨ହଜାର ଚାଷୀ ପଞ୍ଜୀକୃତ ହୋଇଥିଲେ। ତେବେ ଏଥର ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଗତ ଜୁଲାଇ ମାସ ୧୯ତାରିଖରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ସୁଦ୍ଧା ଗତ ୨୭ତାରିଖ ପର୍ଯ୍ୟନ୍ତ ଜିଲାର ୫୮ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ ମାତ୍ର ୪୭୨୦ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସେଥିମଧ୍ୟରୁ ଅଡ଼ଗାଁ ପ୍ରାଥମିକ କୃଷି ସମବାୟ ସମିତିରେ ୬୩, ଆଗଲପୁରରେ ୧୪, ଅତାବିରାରେ ୧୬୧, ବଡ଼ବାଉଁଶେନରେ ୪, ବରିକେଲରେ ୧୭, ବରପାଲିରେ ୯୭, ଭଟଲିରେ ୧୨୨, ଭେଡ଼େନରେ ୨୫୯, ଭୁକ୍ତାରେ ୨୭, ବିଜେପୁରରେ ୫୦, ବୁଡ଼େନରେ ୭, ଚଢ଼େଇଗାଁରେ ୭୨, ଦହିଗାଁରେ ୮୫, ଡାଙ୍ଗବାହାଲରେ ଜଣେ, ଡଭାରେ ୧୯୪, ଗାଇସିଲେଟରେ ଜଣେ, ଘେଁସରେ ୧୪୩, ଗୋବିନ୍ଦପୁରରେ ୬୨ଜଣ ଚାଷୀ ରହିଛନ୍ତି। ସେହିପରି ଜମଲାରେ ୮୭, ଜାମସେଠରେ ୨୨, ଝାରବନ୍ଧରେ ୨୪୦, ଝିଲିମିଣ୍ଡାରେ ୧୮୦, କଣ୍ଡପଲାରେ ୨୧, କନସିଂହାରେ ୪୭, କଟାବାହାଲରେ ୨, କଟାପାଲି(ବରପାଲି)ରେ ୪୩, କଟାପାଲି(ବରଗଡ଼)ରେ ୬୮, କଠଉମାଲରେ ୨, କେଶେଇପାଲିରେ ୧୦୫, କୁମ୍ଭାରୀରେ ୧୩୪, କୁଣ୍ଡାଖାଇରେ ୩୧, ଲହଣ୍ଡାରେ ୨୧୫, ଲଖନପୁରରେ ୯, ଲଖମରାରେ ୧୬, ଲରମ୍ଭାରେ ୧୯୧, ଲଉଡ଼ିଦର୍ହାରେ ୧୦୦, ଲାଉମୁଣ୍ଡାରେ ୩୮, ମେଲଛାମୁଣ୍ଡାରେ ୩୫, ଏମ. ଶ୍ରୀଗିଡ଼ାରେ ୧୯, ନାରାୟଣ ଏସ୍‌ସିଏସରେ ୨୮, ପଦ୍ମପୁରରେ ୩୮, ପାହାଡ଼ଶ୍ରୀଗିଡ଼ାରେ ୮୯, ପାଇକମାଳରେ ୧୦୭, ପଲସଦାରେ ୬୨, ପାଣିମୋରାରେ ୧୧୮ ଚାଷୀ ରହିଛନ୍ତି। ସେହିପରି ରେମଣ୍ଡାରେ ୩୬, ରୁଷୁଡ଼ାରେ ୬୬, ସାଇପାଲିରେ ୪୫, ସମ୍ବଳ ସମିତିରେ ୨, ଶନିମାଲରେ ୭୫, ସଂକ୍ରୀଡ଼ାରେ ୧୪୧, ସରକଣ୍ଡାରେ ୧୯୧, ସରସରାରେ ୧୬୬, ସିଆଲଖଣ୍ଡହଥାରେ ୬୫, ସୋହେଲାରେ ୧୨୦, ଟାମ୍ପରସାରେ ୨୩୩, ତୋରାରେ ୧୨୭ ଏବଂ ଉର୍ଦ୍ଦୁନାରେ ପ୍ରାଥମିକ କୃଷି ସମବାୟ ସମିତିରେ ୮୭ଚାଷୀ ପଞ୍ଜୀକରଣ କରିଛନ୍ତି। ତେବେ ଏହା କେବଳ ବରଗଡ଼ ଜିଲାର ଚିତ୍ର ଅଟେ। ସାରାରାଜ୍ୟରେ ଏଭଳି ସମସ୍ୟା ଉପୁଜିଛି। ଗତବର୍ଷ ଖରିଫରେ ରାଜ୍ୟରେ ୧୯ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଥିଲେ। କିନ୍ତୁ ଏଥର ଗତ ୨୭ତାରିଖ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୪୯ହଜାର ୫୫୬ଚାଷୀ ପଞ୍ଜୀକୃତ ହୋଇଥିବା ସୂଚନା ମିଳିଛି।
ପଞ୍ଜୀକରଣରେ ରାଜ୍ୟ ସରକାର ଏଥର ଧାନବିକ୍ରି ପାଇଁ ଆଣିଥିବା କଟକଣା ଏହାର କାରଣ ସାଜିଛି। ଏଥର ପଞ୍ଜୀକରଣରେ ବଂଶୀୟ ସହମତି, ପଞ୍ଜୀକୃତ କେନ୍ଦ୍ରରେ ଅଂଶୀଦାରଙ୍କ ଉପସ୍ଥିତି, ଚକ୍ଷୁସ୍କାନ, ସହମତି ପ୍ରଦାନ ଆଦିକୁ ବାଧ୍ୟତାମୂଳକ କରାଯାଇଛି। ଏଭଳି ନିୟମ ପ୍ରଣୟନ ଦ୍ୱାରା ଜିଲାର ୭୦ପ୍ରତିଶତ ଚାଷୀ ବଞ୍ଚିତ ହେବେ ବୋଲି ଚାଷୀ ସଙ୍ଗଠନ ଗୁଡ଼ିକ ଅଭିଯୋଗ କରିଥିବାବେଳେ ବିରୋଧୀ ବିଜେଡି ଏବଂ କଂଗ୍ରେସ ମଧ୍ୟ ଚାଷୀଙ୍କ ସହିତ ସ୍ବର ମିଲାଇଛି ଏବଂ ନୂତନ ନିୟମ ପ୍ରତ୍ୟାହାର କରିବା ସହିତ ପୁରୁଣା ପଦ୍ଧତିରେ ଧାନ କିଣିବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ସୋମବାର ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ପଞ୍ଜୀକରଣ ନୂଆନୀତିକୁ ବିରୋଧ କରି ଜିଲାର ୪୧ ପ୍ରାଥମିକ କୃଷି ସମବାୟ ସମିତିରେ ସ୍ଥାନୀୟ ସମିତି ସମ୍ପାଦକମାନଙ୍କୁ ଦାବିପତ୍ର ପ୍ରଦାନ କରି ନୂଆନୀତିକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଝାରବନ୍ଧ ଲଉଡ଼ିଦର୍ହା, ଲଖମରା, ପଲସଦା, ପଦ୍ମପୁର, ବରିକେଲ, ବୁଡ଼େନ, ଦହିଗାଁ, ଜମଲା, କନସିହା, ଗାଇସିଲେଟ, କୁଣ୍ଡାଖାଇ, ଡାଙ୍ଗବାହାଲ, ବିଜେପୁର, ଏମ. ଶ୍ରୀଗିଡ଼ା, ମେଲଛାମୁଣ୍ଡା, ଶନିମାଲ, ଘେଁସ, ସରକଣ୍ଡା, ବରପାଲି, ଆଗଲପୁର, ସତଲମା, କୁମ୍ଭାରୀ, କଟାପାଲି(ବରଗଡ଼), ଚଢ଼େଇଗାଁ, ଉର୍ଦ୍ଦୁନା, କେଶେଇପାଲି, ଭଟଲି, ଭୁକ୍ତା, କଣ୍ଡପଲା, ଲଖନପୁର, ଅଡ଼ଗାଁ, କଟାପାଲି(ବରପାଲି), ଗୋବିନ୍ଦପୁର, ସରସରା, ତୋରା, ସିଆଲଖଣ୍ଡହଥା, ରେମଣ୍ଡା, ରୁଷୁଡ଼ା, ସଂକ୍ରୀଡ଼ା ଏବଂ ଭେଡ଼େନ ପ୍ରାଥମିକ କୃଷି ସମବାୟ ସମିତିରେ ସଂଗଠନର ପ୍ରତିନିଧିମାନେ ଏଭଳି ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ପୂରଣ ନ ହେଲେ ଚାଷୀମାନେ ଦୁର୍ବାର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଦାବିପତ୍ରରେ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri