ଧାନବିକ୍ରି ପଞ୍ଜୀକରଣରେ ନୂଆନୀତି, ମୁହଁ ଫେରାଉଛନ୍ତି ଚାଷୀ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ):ରାଜ୍ୟରେ ଭାଜପା ସରକାର ଶାସନକୁ ଆସିବା ପରେ ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ, ଧାନ କୁଇଣ୍ଟାଲ ପ୍ରତି ୮୦୦ଟଙ୍କା ଇନପୁଟ୍‌ ଆସିଷ୍ଟାଣ୍ଟ ପ୍ରଦାନ କରୁଛି। ଏଥିରେ ଚାଷୀମାନେ ଖୁସି ପ୍ରକଟ କରିଛନ୍ତି। କିନ୍ତୁ ଧାନବିକ୍ରିରେ ଯେଭଳି ଗୋଟିଏ ପରେ ଗୋଟିଏ କଟକଣା ଲାଗୁ ହେଉଛି, ତାହା ଚାଷୀଙ୍କ ଦୁଃଖ ବଢ଼ାଇ ଦେଇଛି। ଶାସନକୁ ଆସିବା ପରେ ସରକାର ପ୍ରଥମେ ଧାନ ଗୁଣମାପ ପରୀକ୍ଷା ପାଇଁ ମଣ୍ଡିରେ ଆନାଲାଇଜର ମେଶିନ ସ୍ଥାପନ କଲେ। ତାକୁ ନେଇ ଅସନ୍ତୋଷ ଥମି ନଥିବାବେଳେ ଏବେ ଚାଷୀ ପଞ୍ଜୀକରଣରେ ନୂଆଁନୀତି ଅଡୁଆ ସ୍ଥିତି ସୃଷ୍ଟି କରିଛି। ସରକାରଙ୍କ ଏଭଳି ନୀତି ନିୟମରୁ ସରକାରଙ୍କ ଉପରୁ ଭରସା ତୁଟିବ ସହିତ ସେଥିପ୍ରତି ଚାଷୀମାନେ ମୁହଁ ଫେରାଉଥିବା ପରିଲକ୍ଷିତ ହୋଇଛି। ବର୍ତ୍ତମାନ ନୂଆ ନୀତି, ନିୟମରେ ଚାଲିଥିବା ଚାଷୀ ପଞ୍ଜୀକରଣରୁ ଏହା ସ୍ପଷ୍ଟ ହୋଇଛି।
ସାଧାରଣତଃ ରବି ତୁଳନାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଅଧିକ ଚାଷୀ ପଞ୍ଜୀକୃତ ହୋଇଥାନ୍ତି। ଗତବର୍ଷ ଖରିଫରେ ବରଗଡ଼ ଜିଲାରେ ୧ଲକ୍ଷ ୫୨ହଜାର ଚାଷୀ ପଞ୍ଜୀକୃତ ହୋଇଥିଲେ। ତେବେ ଏଥର ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଗତ ଜୁଲାଇ ମାସ ୧୯ତାରିଖରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ସୁଦ୍ଧା ଗତ ୨୭ତାରିଖ ପର୍ଯ୍ୟନ୍ତ ଜିଲାର ୫୮ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ ମାତ୍ର ୪୭୨୦ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସେଥିମଧ୍ୟରୁ ଅଡ଼ଗାଁ ପ୍ରାଥମିକ କୃଷି ସମବାୟ ସମିତିରେ ୬୩, ଆଗଲପୁରରେ ୧୪, ଅତାବିରାରେ ୧୬୧, ବଡ଼ବାଉଁଶେନରେ ୪, ବରିକେଲରେ ୧୭, ବରପାଲିରେ ୯୭, ଭଟଲିରେ ୧୨୨, ଭେଡ଼େନରେ ୨୫୯, ଭୁକ୍ତାରେ ୨୭, ବିଜେପୁରରେ ୫୦, ବୁଡ଼େନରେ ୭, ଚଢ଼େଇଗାଁରେ ୭୨, ଦହିଗାଁରେ ୮୫, ଡାଙ୍ଗବାହାଲରେ ଜଣେ, ଡଭାରେ ୧୯୪, ଗାଇସିଲେଟରେ ଜଣେ, ଘେଁସରେ ୧୪୩, ଗୋବିନ୍ଦପୁରରେ ୬୨ଜଣ ଚାଷୀ ରହିଛନ୍ତି। ସେହିପରି ଜମଲାରେ ୮୭, ଜାମସେଠରେ ୨୨, ଝାରବନ୍ଧରେ ୨୪୦, ଝିଲିମିଣ୍ଡାରେ ୧୮୦, କଣ୍ଡପଲାରେ ୨୧, କନସିଂହାରେ ୪୭, କଟାବାହାଲରେ ୨, କଟାପାଲି(ବରପାଲି)ରେ ୪୩, କଟାପାଲି(ବରଗଡ଼)ରେ ୬୮, କଠଉମାଲରେ ୨, କେଶେଇପାଲିରେ ୧୦୫, କୁମ୍ଭାରୀରେ ୧୩୪, କୁଣ୍ଡାଖାଇରେ ୩୧, ଲହଣ୍ଡାରେ ୨୧୫, ଲଖନପୁରରେ ୯, ଲଖମରାରେ ୧୬, ଲରମ୍ଭାରେ ୧୯୧, ଲଉଡ଼ିଦର୍ହାରେ ୧୦୦, ଲାଉମୁଣ୍ଡାରେ ୩୮, ମେଲଛାମୁଣ୍ଡାରେ ୩୫, ଏମ. ଶ୍ରୀଗିଡ଼ାରେ ୧୯, ନାରାୟଣ ଏସ୍‌ସିଏସରେ ୨୮, ପଦ୍ମପୁରରେ ୩୮, ପାହାଡ଼ଶ୍ରୀଗିଡ଼ାରେ ୮୯, ପାଇକମାଳରେ ୧୦୭, ପଲସଦାରେ ୬୨, ପାଣିମୋରାରେ ୧୧୮ ଚାଷୀ ରହିଛନ୍ତି। ସେହିପରି ରେମଣ୍ଡାରେ ୩୬, ରୁଷୁଡ଼ାରେ ୬୬, ସାଇପାଲିରେ ୪୫, ସମ୍ବଳ ସମିତିରେ ୨, ଶନିମାଲରେ ୭୫, ସଂକ୍ରୀଡ଼ାରେ ୧୪୧, ସରକଣ୍ଡାରେ ୧୯୧, ସରସରାରେ ୧୬୬, ସିଆଲଖଣ୍ଡହଥାରେ ୬୫, ସୋହେଲାରେ ୧୨୦, ଟାମ୍ପରସାରେ ୨୩୩, ତୋରାରେ ୧୨୭ ଏବଂ ଉର୍ଦ୍ଦୁନାରେ ପ୍ରାଥମିକ କୃଷି ସମବାୟ ସମିତିରେ ୮୭ଚାଷୀ ପଞ୍ଜୀକରଣ କରିଛନ୍ତି। ତେବେ ଏହା କେବଳ ବରଗଡ଼ ଜିଲାର ଚିତ୍ର ଅଟେ। ସାରାରାଜ୍ୟରେ ଏଭଳି ସମସ୍ୟା ଉପୁଜିଛି। ଗତବର୍ଷ ଖରିଫରେ ରାଜ୍ୟରେ ୧୯ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଥିଲେ। କିନ୍ତୁ ଏଥର ଗତ ୨୭ତାରିଖ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୪୯ହଜାର ୫୫୬ଚାଷୀ ପଞ୍ଜୀକୃତ ହୋଇଥିବା ସୂଚନା ମିଳିଛି।
ପଞ୍ଜୀକରଣରେ ରାଜ୍ୟ ସରକାର ଏଥର ଧାନବିକ୍ରି ପାଇଁ ଆଣିଥିବା କଟକଣା ଏହାର କାରଣ ସାଜିଛି। ଏଥର ପଞ୍ଜୀକରଣରେ ବଂଶୀୟ ସହମତି, ପଞ୍ଜୀକୃତ କେନ୍ଦ୍ରରେ ଅଂଶୀଦାରଙ୍କ ଉପସ୍ଥିତି, ଚକ୍ଷୁସ୍କାନ, ସହମତି ପ୍ରଦାନ ଆଦିକୁ ବାଧ୍ୟତାମୂଳକ କରାଯାଇଛି। ଏଭଳି ନିୟମ ପ୍ରଣୟନ ଦ୍ୱାରା ଜିଲାର ୭୦ପ୍ରତିଶତ ଚାଷୀ ବଞ୍ଚିତ ହେବେ ବୋଲି ଚାଷୀ ସଙ୍ଗଠନ ଗୁଡ଼ିକ ଅଭିଯୋଗ କରିଥିବାବେଳେ ବିରୋଧୀ ବିଜେଡି ଏବଂ କଂଗ୍ରେସ ମଧ୍ୟ ଚାଷୀଙ୍କ ସହିତ ସ୍ବର ମିଲାଇଛି ଏବଂ ନୂତନ ନିୟମ ପ୍ରତ୍ୟାହାର କରିବା ସହିତ ପୁରୁଣା ପଦ୍ଧତିରେ ଧାନ କିଣିବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ସୋମବାର ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ପଞ୍ଜୀକରଣ ନୂଆନୀତିକୁ ବିରୋଧ କରି ଜିଲାର ୪୧ ପ୍ରାଥମିକ କୃଷି ସମବାୟ ସମିତିରେ ସ୍ଥାନୀୟ ସମିତି ସମ୍ପାଦକମାନଙ୍କୁ ଦାବିପତ୍ର ପ୍ରଦାନ କରି ନୂଆନୀତିକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଝାରବନ୍ଧ ଲଉଡ଼ିଦର୍ହା, ଲଖମରା, ପଲସଦା, ପଦ୍ମପୁର, ବରିକେଲ, ବୁଡ଼େନ, ଦହିଗାଁ, ଜମଲା, କନସିହା, ଗାଇସିଲେଟ, କୁଣ୍ଡାଖାଇ, ଡାଙ୍ଗବାହାଲ, ବିଜେପୁର, ଏମ. ଶ୍ରୀଗିଡ଼ା, ମେଲଛାମୁଣ୍ଡା, ଶନିମାଲ, ଘେଁସ, ସରକଣ୍ଡା, ବରପାଲି, ଆଗଲପୁର, ସତଲମା, କୁମ୍ଭାରୀ, କଟାପାଲି(ବରଗଡ଼), ଚଢ଼େଇଗାଁ, ଉର୍ଦ୍ଦୁନା, କେଶେଇପାଲି, ଭଟଲି, ଭୁକ୍ତା, କଣ୍ଡପଲା, ଲଖନପୁର, ଅଡ଼ଗାଁ, କଟାପାଲି(ବରପାଲି), ଗୋବିନ୍ଦପୁର, ସରସରା, ତୋରା, ସିଆଲଖଣ୍ଡହଥା, ରେମଣ୍ଡା, ରୁଷୁଡ଼ା, ସଂକ୍ରୀଡ଼ା ଏବଂ ଭେଡ଼େନ ପ୍ରାଥମିକ କୃଷି ସମବାୟ ସମିତିରେ ସଂଗଠନର ପ୍ରତିନିଧିମାନେ ଏଭଳି ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ପୂରଣ ନ ହେଲେ ଚାଷୀମାନେ ଦୁର୍ବାର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଦାବିପତ୍ରରେ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri