ଦଲାଲଙ୍କୁ ଧାନ ବିକି ଋଣ ଶୁଝୁଛନ୍ତି ଚାଷୀ

ଜଳେଶ୍ୱର, ୮ା୧୨(ଡି.ଏନ.ଏ.): ଉତ୍ତର ବାଲେଶ୍ୱରର ଭାତହାଣ୍ଡି କୁହାଯାଉଥିବା ଜଳେଶ୍ୱରର ପ୍ରାୟ ୪୦ଭାଗ ଜମିର ଧାନ ଅମଳ ସରିଲାଣି। କିନ୍ତୁ ଧାନମଣ୍ଡି ଖୋଲା ଯାଇ ନ ଥିବାରୁ ଚାଷୀମାନେ ଧାନର ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛନ୍ତି । ଉପାନ୍ତ ଅଞ୍ଚଳରେ ପ୍ରତିଗାଁରେ ପଶ୍ଚିମବଙ୍ଗର ଦଲାଲମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ସକ୍ରିୟ ହୋଇ ଧାନଖଟି ଖୋଲିିଛନ୍ତି । ତେଣୁ ସରକାରୀ ମୂଲ୍ୟଠାରୁ ୪୫୦ ଟଙ୍କା କମ୍‌ ମୂଲ୍ୟରେ ଚାଷୀ ଧାନ ବିକ୍ରି କରି ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି ।

ଚଳିତବର୍ଷ ଖରିଫ ଋତୁରେ ୧୯ହଜାର ହେକ୍ଟର ଜମିରେ ଧାନଚାଷ ହେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ୧୮ହଜାର ହେକ୍ଟର ଜମିରେ ରୁଆପୋତା ଶେଷ ହୋଇଥିଲା। ସୁବର୍ଣ୍ଣରେଖାର ବନ୍ୟା ଓ ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷା ପାଣି ଯୋଗୁ ୧୨୫୦ ହେକ୍ଟର ଜମିରେ ଧାନଚାଷ ନଷ୍ଟ ହୋଇଥିବା କୃଷି ବିଭାଗ ଦର୍ଶାଇଛି । ଏବେ ପ୍ରାୟ ତେଣୁ ୧୭, ୭୫୦ ହେକ୍ଟର ଜମିରେ ଧାନ ଅମଳ ହେବାକୁ ଯାଉଛି । ରାଇବଣିଆ ଅଞ୍ଚଳରେ ପ୍ରାୟ ୮୦ଭାଗ ଧାନ ଅମଳ ଶେଷ ହୋଇଥିବା ବେଳେ ଜଳେଶ୍ୱର ଅଞ୍ଚଳରେ ମଧ୍ୟ ୨୦ଭାଗରୁ ଅଧିକ ଜମିରେ ଧାନ ଅମଳ ସରିଛି। ମଜୁରୀ ଓ ଧାନକଟା ମେଶିନ ଖର୍ଚ୍ଚ ନେଇ ଚାଷୀ ଅଡୁଆରେ ପଡିଛି। ଗତ ଖରିଫ ଋତୁରେ ଧାର କରଜ କରି ଚାଷୀ ପ୍ରତିକୂଳ ପାଗରେ ଧାନ ଚାଷ କରିଥିଲା। ଧାନ ଅମଳ ପରେ ଧାର କରଜ ପରିଶୋଧ ଓ ଅମଳରେ ଖର୍ଚ୍ଚ ଲାଗି ଧାନ ବିକ୍ରିକୁ ଅନାଇ ବସିଛି । ଏହି ବ୍ଲକରେ ୧୯ଟି ଧାନ ମଣ୍ଡି(ପ୍ୟାକ୍ସ) ଜରିଆରେ ଧାନ କ୍ରୟ କରାଯାଇଥାଏ । କିନ୍ତୁ ଧାନ ମଣ୍ଡି ଡିସେମ୍ବର ୨୦ରେ ଖୋଲିବାକୁ ଥିବା ବେଳେ ଏବେ ପଶ୍ଚିମବଙ୍ଗର ଦଲାଲ ହିଁ ଏକମାତ୍ର ଭରସା । ଉପାନ୍ତ ଗ୍ରାମଞ୍ଚଳରେ ପଶ୍ଚିମବଙ୍ଗର ଧାନ ଦଲାଲ ଖଟି ଖୋଲି ବସିଛି । ଏବେ ଚାଷୀ କୁଇଣ୍ଟାଲ ପ୍ରତି ୧୪ଶହ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଥିବାରୁ ପ୍ରାୟ ୪୫୦ଟଙ୍କା କ୍ଷତିର ସମ୍ମୁଖୀନ ହେଉଛି। ପୂର୍ବରୁ ପ୍ରଚଳିତ ମୂଲ୍ୟ ୧୮୬୮ ଟଙ୍କା ଥିବା ବେଳେ ଚଳିତବର୍ଷ ଧାନର ସହାୟକ ମୂଲ୍ୟ ବଢିବା ସମ୍ପର୍କରେ କୁହାଯାଇଛି। ଏବେ ଲଗାଲଗି ହୋଇ ୩ଟି ବାତ୍ୟାର ସୂଚନା ମିଳିବା ପରେ ଚାଷୀମାନେ ଆତଙ୍କିତ ହୋଇ କଞ୍ଚାଧାନ ଧାନ କାଟି ବିକ୍ରି କରୁଥିବା ଦେଖିବାକୁ ମିଳିଛି। ତେଣୁ ସରକାର ଶୀଘ୍ର ଧାନମଣ୍ଡି ଖୋଲିବାକୁ ବହୁ କୃଷକ ନେତା, କୃଷକ ସଙ୍ଗଠନ ଓ କେତେକ ଉଠିଆ ଚାଷୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri