ଟାର୍ଗେଟକୁ ଚାହିଁ ରହିଛନ୍ତି ଚାଷୀ

ଖଇରା,୧୮।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକରେ ଧାନ କିଣାରେ ମନ୍ଥର ଯୋଗୁ ୧୪ଟି ସେବା ସମବାୟ ସମିତି ଅଧୀନ ଚାଷୀମାନେ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି। ଟାର୍ଗେଟ ଆସୁ ନ ଥିବାରୁ ହଜାର ହଜାର ଚାଷୀ ଟୋକନ ଧରି ସରକାରଙ୍କ ନିଷ୍ପତ୍ତିକୁ ଚାହିଁ ରହିଛନ୍ତି। ଅନ୍ୟପକ୍ଷେ ଏକାଧିକ ଟୋକନରେ ଧାନ କିଣାକୁ ନେଇ ଯୋଗାଣ ବିଭାଗ ଅଙ୍କୁଶ ଲଗାଇ ଥିବାରୁ ଅଧିକାଂଶ ଚାଷୀଙ୍କର ଟୋକନର ଅତିରିକ୍ତ ସମୟ ସୀମା ଅତିକ୍ରାନ୍ତ ହୋଇ ସାରିିଲାଣି। ଚାଷୀଙ୍କ ପ୍ରତି ସରକାରଙ୍କ ଏଭଳି ବୈମାତୃକ ମନୋଭାବ ଯୋଗୁ ବିତସ୍ପୃହ ଓ ହତାଶ ହୋଇ ପଡ଼ିଥିବା ଚାଷୀ ବାଧ୍ୟହୋଇ ଚାଷ ଛାଡ଼ିବେ ବୋଲି ଚେତାବନୀ ଦେଇଛନ୍ତି।
୧୪ଟି ସେବା ସମବାୟ ସମିତିର ୯୩୩୮ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିଲେ। ଯାଞ୍ଚ ପରେ ୯୨୪୯ ଚାଷୀ ଧାନ ବିକ୍ରି କରିବାକୁୁ ଯୋଗ୍ୟ ବିବେଚିତ ହୋଇଥିଲେ। ଫେବୃଆରୀ ୧୬ ସୁଦ୍ଧା ମାତ୍ର ୪୭୧୧ଚାଷୀ ୧ଲକ୍ଷ୯୯ହଜାର୧୪୬କୁଇଣ୍ଟାଲ ଧାନ ବିକ୍ରି କରିବାକୁ ସକ୍ଷମ ହୋଇଛନ୍ତି। ଅଢ଼େଇ ମାସରେ ମାତ୍ର ୫୦ ପ୍ରତିଶତ ଚାଷୀ ଧାନବିକ୍ରି କରି ପାରିଛନ୍ତି। ଯାହା ଅନ୍ୟ ବର୍ଷ ତୁଳନାରେ ବହୁତ କମ୍‌ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅରୁଆ ଉଷୁନା କଳି ଯୋଗୁ ଚାଷୀମାନଙ୍କୁ ଏହାର ଫଳ ଭୋଗିବାକୁ ପଡ଼ୁଥିବା ଗନ୍ଧାଳି ଗ୍ରାମର ଚାଷୀ ସଞ୍ଜୟ ବେହେରା କହିଛନ୍ତି। ବର୍ତ୍ତମାନ ଧାନ କିଣା ବନ୍ଦ ହେବାକୁ ଆଉ ମାତ୍ର କିଛି ଦିନ ବାକିଥିବା ବେଳେ ଟୋକନ ଧରି ଟାର୍ଗେଟ ଆସିବା ଦିନକୁ ଅପେକ୍ଷା କରି ରହିଛନ୍ତି। ରାଜ୍ୟ ଯୋଗାଣ ବିଭାଗ ଏକ ସମୟରେ ଲାଗ୍‌ଲାଗ୍‌ ସବୁ ଟୋକନ ଇସ୍ୟୁ କରୁଥିବା ବେଳେ ଜିଲା ଯୋଗାଣ ବିଭାଗ ଏକାଧିକ ଟୋକନରେ ଧାନ ବିକ୍ରି ଉପରେ କଟକଣା ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟପୂଣ୍ଣର୍ର୍ ବୋଲି ଚାଷୀ ଶଙ୍କୁନ୍ତଳା ବାରିକ କହିଛନ୍ତି। ପ୍ରକୃତ ଚାଷୀ ଅଦ୍ୟାବଧି ମଣ୍ଡିରେ ଧାନ ପକାଇବାକୁ ସମର୍ଥ ହୋଇ ନ ଥିବା କଇଥଗଡ଼ିଆର ବିଶିଷ୍ଟ ଚାଷୀ ରଘୁନାଥ ନାୟକ କହିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲା ଯୋଗାଣ ବିଭାଗ ଅଧିକାରୀ ଅଜୟ ମଲ୍ଲିକଙ୍କୁ ପଚାରିବାରୁ ମାର୍ଚ୍ଚ ୨୧ପର୍ଯ୍ୟନ୍ତ ଧାନକିଣା ଚାଲିବ। ଟାର୍ଗେଟ ଭୁବନେଶ୍ୱରରୁ ଆସିବା ପରେ ବିଭିନ୍ନ ସମିତିକୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri