ଟାର୍ଗେଟକୁ ଚାହିଁ ରହିଛନ୍ତି ଚାଷୀ

ଖଇରା,୧୮।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକରେ ଧାନ କିଣାରେ ମନ୍ଥର ଯୋଗୁ ୧୪ଟି ସେବା ସମବାୟ ସମିତି ଅଧୀନ ଚାଷୀମାନେ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି। ଟାର୍ଗେଟ ଆସୁ ନ ଥିବାରୁ ହଜାର ହଜାର ଚାଷୀ ଟୋକନ ଧରି ସରକାରଙ୍କ ନିଷ୍ପତ୍ତିକୁ ଚାହିଁ ରହିଛନ୍ତି। ଅନ୍ୟପକ୍ଷେ ଏକାଧିକ ଟୋକନରେ ଧାନ କିଣାକୁ ନେଇ ଯୋଗାଣ ବିଭାଗ ଅଙ୍କୁଶ ଲଗାଇ ଥିବାରୁ ଅଧିକାଂଶ ଚାଷୀଙ୍କର ଟୋକନର ଅତିରିକ୍ତ ସମୟ ସୀମା ଅତିକ୍ରାନ୍ତ ହୋଇ ସାରିିଲାଣି। ଚାଷୀଙ୍କ ପ୍ରତି ସରକାରଙ୍କ ଏଭଳି ବୈମାତୃକ ମନୋଭାବ ଯୋଗୁ ବିତସ୍ପୃହ ଓ ହତାଶ ହୋଇ ପଡ଼ିଥିବା ଚାଷୀ ବାଧ୍ୟହୋଇ ଚାଷ ଛାଡ଼ିବେ ବୋଲି ଚେତାବନୀ ଦେଇଛନ୍ତି।
୧୪ଟି ସେବା ସମବାୟ ସମିତିର ୯୩୩୮ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିଲେ। ଯାଞ୍ଚ ପରେ ୯୨୪୯ ଚାଷୀ ଧାନ ବିକ୍ରି କରିବାକୁୁ ଯୋଗ୍ୟ ବିବେଚିତ ହୋଇଥିଲେ। ଫେବୃଆରୀ ୧୬ ସୁଦ୍ଧା ମାତ୍ର ୪୭୧୧ଚାଷୀ ୧ଲକ୍ଷ୯୯ହଜାର୧୪୬କୁଇଣ୍ଟାଲ ଧାନ ବିକ୍ରି କରିବାକୁ ସକ୍ଷମ ହୋଇଛନ୍ତି। ଅଢ଼େଇ ମାସରେ ମାତ୍ର ୫୦ ପ୍ରତିଶତ ଚାଷୀ ଧାନବିକ୍ରି କରି ପାରିଛନ୍ତି। ଯାହା ଅନ୍ୟ ବର୍ଷ ତୁଳନାରେ ବହୁତ କମ୍‌ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅରୁଆ ଉଷୁନା କଳି ଯୋଗୁ ଚାଷୀମାନଙ୍କୁ ଏହାର ଫଳ ଭୋଗିବାକୁ ପଡ଼ୁଥିବା ଗନ୍ଧାଳି ଗ୍ରାମର ଚାଷୀ ସଞ୍ଜୟ ବେହେରା କହିଛନ୍ତି। ବର୍ତ୍ତମାନ ଧାନ କିଣା ବନ୍ଦ ହେବାକୁ ଆଉ ମାତ୍ର କିଛି ଦିନ ବାକିଥିବା ବେଳେ ଟୋକନ ଧରି ଟାର୍ଗେଟ ଆସିବା ଦିନକୁ ଅପେକ୍ଷା କରି ରହିଛନ୍ତି। ରାଜ୍ୟ ଯୋଗାଣ ବିଭାଗ ଏକ ସମୟରେ ଲାଗ୍‌ଲାଗ୍‌ ସବୁ ଟୋକନ ଇସ୍ୟୁ କରୁଥିବା ବେଳେ ଜିଲା ଯୋଗାଣ ବିଭାଗ ଏକାଧିକ ଟୋକନରେ ଧାନ ବିକ୍ରି ଉପରେ କଟକଣା ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟପୂଣ୍ଣର୍ର୍ ବୋଲି ଚାଷୀ ଶଙ୍କୁନ୍ତଳା ବାରିକ କହିଛନ୍ତି। ପ୍ରକୃତ ଚାଷୀ ଅଦ୍ୟାବଧି ମଣ୍ଡିରେ ଧାନ ପକାଇବାକୁ ସମର୍ଥ ହୋଇ ନ ଥିବା କଇଥଗଡ଼ିଆର ବିଶିଷ୍ଟ ଚାଷୀ ରଘୁନାଥ ନାୟକ କହିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲା ଯୋଗାଣ ବିଭାଗ ଅଧିକାରୀ ଅଜୟ ମଲ୍ଲିକଙ୍କୁ ପଚାରିବାରୁ ମାର୍ଚ୍ଚ ୨୧ପର୍ଯ୍ୟନ୍ତ ଧାନକିଣା ଚାଲିବ। ଟାର୍ଗେଟ ଭୁବନେଶ୍ୱରରୁ ଆସିବା ପରେ ବିଭିନ୍ନ ସମିତିକୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

ଦ୍ୱିତୀୟ ସ୍ତ୍ରୀଙ୍କୁ ଏସିଡ ମାଡ଼କରି ମାରିଥିଲେ ସ୍ବାମୀ: କୋର୍ଟ ଶୁଣାଇଲେ ଏମିତି ରାୟ 

ବାଲେଶ୍ବର,୧୩।୨(ବାଞ୍ଛାନିଧି ଦେ): ୨୦୨୩ରେ  ବାଲେଶ୍ୱର ସହଦେବଖୁଣ୍ଟା ଥାନା ଭୀମପୁରା ଅଞ୍ଚଳର ମହିଳା ବନିତା ସିଂଙ୍କୁ ଏସିଡ୍‌ ପକାଇ ହତ୍ୟା  ମାମଲାର  ଶୁକ୍ରବାର ରାୟ ପ୍ରକାଶ ପାଇଛି ।…

ଅଧାରେ ରହିଗଲା ତୀର୍ଥଯାତ୍ରା; ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ଉପରେ ଝୁଲିଲା ବସ୍, ୪୦ ଜଣ ଯାତ୍ରୀ…

ବାହାନଗା, ୧୩। ୨(ଅରୂପ କୁମାର ଦାସ ): ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ଓଭର ବ୍ରିଜ ଉପରେ ତ୍ରୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ…

ପ୍ରତିବାଦ ସମୟରେ ବାମପନ୍ଥୀ ନେତାଙ୍କୁ ଧକ୍କା ଦେଲା କାର୍‌, ଜିଲାପାଳଙ୍କ ଅଫିସରେ ଧସେଇ ପଶିଲେ…

ବାଲେଶ୍ୱର,୧୨ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଷ୍ଟେଶନରେ ଗୁରୁବାର ଟ୍ରେଡ୍‌ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ ଟ୍ରେନ୍‌କୁ ଅଟକାଇ ପ୍ରତିବାଦ କରାଯାଇଛି। ଏଥିସହ ସହରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri