ମାଟିଆଗୁଣ୍ଡି ପୋକ ପାଇଁ ଚାଷୀଙ୍କ ଚିନ୍ତା ବଢୁଛି

କେନ୍ଦ୍ରାପଡ଼ା, ୨ା୧୦(ଜଗନ୍ନାଥ ଧଳ):ଚଳିତବର୍ଷର ଲଗାଣ ବର୍ଷା, ବନ୍ୟା ପରେ ସାର ଓ ରାସାୟନିକ ଔଷଧର ଅଭାବ ଚାଷୀଙ୍କ ଚିନ୍ତାର କାରଣ ସାଜିଛି। ମାଟିଆଗୁଣ୍ଡି ପୋକ ଜିଲାର ସମସ୍ତ ବ୍ଲକ ଅଞ୍ଚଳର ଖରିଫ ଧାନ ଚାଷ ଉପରେ ପ୍ରଭାବ ପକାଇଥିବା ବେଳେ ସାରର ଅଭାବୀ ବିକ୍ରି ଚାଲିଛି। ୟୁରିଆ ବସ୍ତା ପ୍ରତି ୨୦୦ ଟଙ୍କା ଉଚ୍ଚ ଦରରେ ଚାଷୀ କିଣିବାକୁ ବାଧ୍ୟ ହେଉଛନ୍ତି।
ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ଚାଷୀଙ୍କ ପାଇଁ ଚଳିତବର୍ଷ ସଙ୍କଟମୟ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଥମେ ଲଗାଣ ବର୍ଷା ଓ ପରେ ବନ୍ୟା ଆସି ଖରିଫ ଚାଷକୁ ନଷ୍ଟ କରିଥିଲା। ତେବେ ଚାଷୀମାନେ ପୁଣି ଥରେ ଧାନ ରୋଇ ଜୀବିକା ନିର୍ବାହ କରିବାକୁ ଆଶା ବାନ୍ଧିଥିବା ବେଳେ କ୍ଷେତରେ ମାଟିଆଗୁଣ୍ଡି ପୋକ ଦେଖାଦେଇଛି। ସେହିପରି ଜିଲା ମଧ୍ୟରେ ଥିବା ୧୨୧ ପାକ୍ସ ମଧ୍ୟରୁ ୨୯ଟିରେ ୟୁରିଆ ସାର ପହଞ୍ଚି ନାହିଁ। ଫଳରେ କେତେଜଣ ସାର ବ୍ୟବସାୟୀ ଏହାର ଫାଇଦା ଉଠାଉଛନ୍ତି। କୃଷକ ନେତା ବିଧୁଭୂଷଣ ମହାପାତ୍ର କହିଛନ୍ତି, ପ୍ରତିବର୍ଷ ଖରିଫ ଧାନ ସମୟରେ ପୋକ ଲାଗିବା ଫଳରେ ୩୦ରୁ ୪୦ ପ୍ରତିଶତ ଚାଷ ନଷ୍ଟ ହେଉଛି। ଏ ନେଇ କୃଷି ବିଶେଷଜ୍ଞ ନିରୀକ୍ଷଣ କରି ଆବଶ୍ୟକ ପରାମର୍ଶ ସହ ରାସାୟନିକ ସାର ଓ ଔଷଧ ବ୍ୟବସ୍ଥା କରିବା କଥା। ସାର ଓ ଔଷଧ ପର୍ଯ୍ୟାପ୍ତ ପରିମାଣରେ ଜିଲାରେ ମିଳୁ ନ ଥିବାରୁ ଚାଷୀଙ୍କ କ୍ଷତିଭରଣା ସରକାର କରିବା ଆବଶ୍ୟକ। କେନ୍ଦ୍ରାପଡ଼ା ବ୍ଲକ ଦେପୁରା ଗ୍ରାମର ଚାଷୀ ଜଗଦୀଶ ପତି କହିଛନ୍ତି, ଚଳିତବର୍ଷ ଚାଷ ପାଇଁ ନିକଟସ୍ଥ ସମବାୟ ସମିତିରୁ ୩୦ ହଜାର ଟଙ୍କା ଋଣ କରିଛି। ତେବେ ସାରର ଅଭାବ ଓ ପୋକଙ୍କ ପାଦୁର୍ଭାବରେ ଚାଷ ଜମି ନଷ୍ଟ ହୋଇଛି। ଏପରିସ୍ଥିତିରେ ଋଣ ଶୁଝିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏ ସମ୍ପର୍କରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ପ୍ରଭଞ୍ଜନ ମିଶ୍ର କହିଛନ୍ତି, ଜିଲାର କେନ୍ଦ୍ରାପଡ଼ା ବ୍ଲକକୁ ଛାଡ଼ି ଅନ୍ୟ ୮ଟି ବ୍ଲକରେ ମାଟିଆଗୁଣ୍ଡି ପୋକ ଦେଖାଦେଇଛି। ଜମିରୁ ପାଣି ନିଷ୍କାସନ କରି ପୁନର୍ବାର ପାଣି ଭରିବା, ଏ ସମୟରେ ଯବକ୍ଷାରଯାନ ଜାତୀୟ ସାର ପ୍ରୟୋଗ ନ କରିବା, ଅନୁମୋଦିତ ଭାବେ ପଟାସ ସାର ପ୍ରୟୋଗ କରିବା ଆଦି କେତେକ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ଚାଷୀଙ୍କୁ ସତର୍କ କରାଯାଉଛି। ଏ ସଂକ୍ରାନ୍ତରେ ଜିଲା କୃଷି ଅଧିକାରୀ ତୁଷାରକାନ୍ତି ସାମଲ କହିଛନ୍ତି, ଗୋଟିଏ ପ୍ରକାର କୀଟନାଶକ ଔଷଧ ବ୍ୟବହାର ନ କରି ଅଦଳବଦଳ ପାଇଁ ପରାମର୍ଶ ଦିଆଯାଉଛି। ୫୦ ପ୍ରତିଶତ ରିହାତିରେ ରାସାୟନିକ ଔଷଧ ଚାଷୀଙ୍କ ପାଇଁ ଯୋଗାଇ ଦିଆଯାଉଥିବା ଓ ସାରର ଅଭାବୀ ବିକ୍ରିକୁ ରୋକା ଯାଉଛି ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri