ଖୋଲା ବଜାରରୁ ବିହନ କିଣୁଛନ୍ତି ଚାଷୀ

ରସୁଲପୁର,୧୧।୧୧(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ଚିନାବାଦାମ ଚାଷ ଆରମ୍ଭ ହେଲାଣି। ତେବେ ସରକାରୀ ବିହନ ମିଳୁ ନ ଥିବାରୁ ଚାଷୀ ଖୋଲା ବଜାର ଉପରେ ନିର୍ଭର କରୁଛନ୍ତି। ଏଥିଲାଗି ଆର୍ଥିକ ବୋଝର ଶିକାର ହେଉଛନ୍ତି। ତେଣେ ରବି ଋତୁକୁ ନେଇ ଏଯାଏ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଯୋଜନା ପ୍ରସ୍ତୁତ ବୈଠକ ବସିନାହିଁ। ଚିନାବାଦାମ ଫସଲକୁ ନେଇ ଜିଲାସ୍ତରରେ କୌଣସି ଅଟକଳ ପ୍ରସ୍ତୁତ ହୋଇନାହିଁ। ଏଭଳି ସ୍ଥିତିରେ ବ୍ଲକ ଅଞ୍ଚଳ ଚିନାବାଦାମ ଚାଷୀଙ୍କୁ ସରକାରୀ ବିହନ ମିଳିବା ନେଇ ଅନିଶ୍ଚିତତା ଦେଖାଦେଇଛି।
ରବି ଋତୁରେ ଅଞ୍ଚଳର ଚାଷୀ ପନିପରିବା ଓ ଚିନାବାଦାମ ଚାଷକୁ ପ୍ରାଧାନ୍ୟ ଦେଇଥାନ୍ତି। ବ୍ଲକ ଅଞ୍ଚଳରେ ୧୨ହଜାର ହେକ୍ଟର ଚାଷ ଜମି ରହିଛି। ସେଥିରୁ ୧୦ ହଜାର ହେକ୍ଟର ଜମିରେ ରବି ଫସଲ କରାଯାଉଛି। ଶତକଡ଼ା ୬୫ ଭାଗ ଜମି ଅର୍ଥାତ ୬,୫୦୦ ହେକ୍ଟର କ୍ଷେତରେ ଚିନାବାଦାମ କରାଯାଉଛି। ଅନ୍ୟକ୍ଷେତରେ ପନିପରିବା, ବିରି, ସୋରିଷ, କୋଳଥ, ମୁଗ, ଫେଶୀ, ହରଡ଼ ଭଳି ଡାଲିଜାତୀୟ ଫଲସ ଚାଷ ହେଉଛି। ତେବେ ଚିନାବାଦାମକୁ ଅଗ୍ରଣୀ ଚାଷ ଭାବରେ କରାଯାଉଛି। ଏହି ଚାଷର ଅବଧି ନଭେମ୍ବରରୁ ଆରମ୍ଭ ହୋଇ ମାର୍ଚ୍ଚରେ ଶେଷ ହୁଏ। ସେହି ହିସାବରେ ଚାଷ ଆରମ୍ଭ ହୋଇଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୦୦ ହେକ୍ଟରରୁ ଊର୍ଦ୍ଧ୍ୱ କ୍ଷେତରେ ଚିନାବାଦାମ ଚାଷ କରାଯାଉଛି। ଢିପ ଜମିର ଆର୍ଦ୍ରତା କମି ଯାଉଥିବାରୁ ଚାଷୀ ବାଦାମ ଲଗାଇବା ଆରମ୍ଭ କରିଛନ୍ତି। ଏବେ ବଜାରରେ ଓଡ଼ିଶାର ଅନୁଗୋଳ, ବରଗଡ଼, ଆଠଗଡ଼ ଆଦି ଅଞ୍ଚଳରୁ ଚିନାବାଦାମ ଆମଦାନୀ ହେଉଥିବା ବେଳେ ବାହାର ରାଜ୍ୟ ଗୁଜରାଟରୁ ଜି-୫ ଓ ୬୬ କିସମର ଚିନାବାଦମ ବିହନ ଉତ୍ପାଦନ ହେଉଛି। ଚାଷୀଙ୍କ ରାଜ୍ୟ ବାହର ବିହନ ଉପରେ ଅଧିକ ଚାହିଦା ରହୁଛି। ଚାଷୀଙ୍କୁ ବିହନ କୁଇଣ୍ଟାଲ ପିଛା ୮,୫୦୦ଟଙ୍କା ବ୍ୟୟ କରିବାକୁ ପଡୁଛି। ଗୋଟିଏ କୁଇଣ୍ଟାଲ ବିହନରୁ ୬୦ ଶତକଡା ମଞ୍ଜି ବ୍ୟବହାର ଯୋଗ୍ୟ ହେଉଛି। ସେହି ହାରରେ ଚିନାବାଦାମ ଚାଷ ପାଇଁ ଚାଷୀଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ପ୍ରତିବର୍ଷ ବାଦାମ ଚାଷ ପାଇଁ ସରକାରଙ୍କ ପକ୍ଷରୁ ରିହାତି ଦରରେ ବିହନ ଯୋଗାଇ ଦିଆଯାଏ। ଚଳିତଥର ଏବେ ସୁଦ୍ଧା ବାଦାମ ଚାଷ ପାଇଁ ଅଟକଳ ହୋଇ ନ ଥିବାରୁ ଚାଷୀଙ୍କୁ ସରକାରୀ ସହାୟତା ମିଳିବା ସମ୍ଭବପର ମନେ ହେଉନାହିଁ। ଚାଷ ସରିବା ପରେ ବିହନ ଆସିଲେ ଅଣଚାଷୀ ଓ ବ୍ୟବସାୟୀଙ୍କୁ ଫାଇଦା ହେବ ବୋଲି ଆଶଙ୍କା କରାଯାଉଛି। ଏହାଛଡ଼ା ବ୍ଲକ ଅଞ୍ଚଳରେ ପ୍ରତିବର୍ଷ ସରକାରୀ ଭାବେ ଚକୱାରି ଚିନାବାଦାମ ଚାଷ କରାଯାଏ। ଏଥିପାଇଁ କୃଷି ବିଭାଗ ପକ୍ଷରୁ ଚାଷ ହେଉଥିବା ଚକ ଚିହ୍ନଟ ଏଯାଏ କରାଯାଇ ନାହିଁ। କେତେ ବିହନ ଆବଶ୍ୟକ ଓ କେଉଁ ପଞ୍ଚାୟତରେ କେତେ ଚାଷୀଙ୍କୁ ଏହି ସୁବିଧା ମିଳିବ ସେ ସମ୍ପର୍କରେ କୃଷି ବିଭାଗ ପାଖରେ କୌଣସି ସୂଚନା ନାହିଁ। ଏହାକୁ ନେଇ ଚାଷୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଏନେଇ ବ୍ଲକ କୃଷି ଅଧିକାରୀ ବିଶ୍ୱଜୟୀ ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଚିନାବାଦାମ ଚାଷ ନେଇ ଜିଲାରେ ମିଟିଂ ବସିନାହିଁ। ମିଟିଂରେ ଜିଲାସ୍ତରରୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ। ସେ ନିଜସ୍ବ ଇଚ୍ଛାରେ କିଛି କରିପାରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଷ୍ଟେଶନରୁ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌: ବାପା ହିଁ ରଚିଥିଲେ ଷଡଯନ୍ତ୍ର: ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନିରାକାରପୁର,୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳଷ୍ଟେଶନରେ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌। ଶିଶୁ ଚୋରି କାହାଣୀ ବାପା ନିଜେ ରଚିଥିବା…

ରାସ୍ତା-ଡ୍ରେନ୍‌ ନିର୍ମାଣ ନ ହେଲେ ଭୋଟ୍‌ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ

କେନ୍ଦୁଝର,୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବନାଯୋଡ଼ି ଗ୍ରାମର ଭୁରୁଡ଼ିସାହିରେ ରାସ୍ତା ଓ ଡ୍ରେନ ନିର୍ମାଣ ନ ହେଲେ ଗ୍ରାମବାସୀ ଆଗାମୀ…

ହର୍ମୁଜ ପ୍ରଣାଳୀରେ ବଡ଼ ଗେମ୍‌ ଖେଳିବ ଭାରତ, ବାଧା ସୃଷ୍ଟି କରିପାରିବେନି ଆମେରିକା-ଇରାନ, ଧଡ଼ାଧଡ଼ ଆସିବ…

ନୂଆଦିଲ୍ଲୀ,୯।୪: ଇରାନ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ଉପସାଗରୀୟ ଅଞ୍ଚଳରେ ଫସି ରହିଥିବା ଏହାର ଜାହାଜ ଏବଂ ନାବିକମାନଙ୍କୁ ସୁରକ୍ଷିତ ଭାବରେ…

ତେଲଙ୍ଗାନାରେ ବର୍ବରତାର ସୀମାପାର୍, ଅଙ୍ଗନୱାଡି ଶିକ୍ଷୟିତ୍ରୀଙ୍କୁ ଗଛରେ ବାନ୍ଧି….

ହାଇଦ୍ରାବାଦ,୯।୪: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର କାଙ୍ଗଟି ମଣ୍ଡଳରେ ଅବସ୍ଥିତ ରାସୋଲ ଗାଁରୁ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।…

ସତ ହେଲା ଭାରତର କଥା: ଇରାନ ଯୁଦ୍ଧରେ ଦଲାଲ ବାହାରିଲା ପାକିସ୍ତାନ!

ଓ୍ବାଶିଂଟନ୍‌,୯।୪: ପାକିସ୍ତାନ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ନିଜକୁ ଏକ ଶାନ୍ତି ଦୂତ ଭାବରେ ଉପସ୍ଥାପନ କରୁଛି। ଏହା ଶାନ୍ତି ଆଲୋଚନା ଆୟୋଜନ କରିବା…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri