କୃଷକ ଓ ବିଧେୟକ

ସୁୟାଶ ତିଓ୍ବାରୀ/ଆଦିତ୍ୟ କୁମାର

 

କୃଷି ସମ୍ପର୍କିତ ୩ଟି ବିଧେୟକ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଗୃହୀତ ହୋଇଛି। ସେଗୁଡିକ ହେଲା ଦି ଫାର୍ମର୍ସ ପ୍ରଡ୍ୟୁସ ଟ୍ରେଡ୍‌ ଆଣ୍ଡ୍‌ କମର୍ସ (ପ୍ରମୋଶନ ଆଣ୍ଡ୍‌ ଫାସିଲିଟେଶନ ବିଲ୍‌ ୨୦୨୦ ବା କୃଷି ଉତ୍ପାଦନର ବ୍ୟବସାୟ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁଗମୀକରଣ) ବିଧେୟକ ୨୦୨୦, ଦି ଫାର୍ମର୍ସ (ଏମ୍‌ପାଓ୍ବାରମେଣ୍ଟ ଆଣ୍ଡ୍‌ ପ୍ରୋଟେକ୍ସନ) ଏଗ୍ରିମେଣ୍ଟ ଅନ୍‌ ପ୍ରାଇସ ଆସ୍ୟୁରାନ୍ସ ଆଣ୍ଡ୍‌ ଫାର୍ମ ସର୍ଭିସେସ ବିଲ୍‌ ୨୦୨୦ ବା କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ମୂଲ୍ୟଧାର୍ଯ୍ୟ ଲାଗି ରାଜିନାମା ଓ କୃଷିସେବା ବିଧେୟକ ୨୦୨୦ ଏବଂ ଏସେନ୍‌ସିଆଲ କମୋଡିଟିଜ୍‌ ଆକ୍ଟ ଆମେଣ୍ଡ୍‌ମେଣ୍ଟ (ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଧେୟକ) ୨୦୨୦। ଉତ୍ପାଦନର ବ୍ୟବସାୟ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁଗମୀକରଣ) ବିଧେୟକ ୨୦୨୦ ଅନୁସାରେ କୃଷକମାନେ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ସେମାନଙ୍କ ଉତ୍ପାଦକୁ ବିକ୍ରି କରିପାରିବେ। ଏଥିରେ ଏଗ୍ରିକଲ୍‌ଚର ପ୍ରଡ୍ୟୁସ ମାର୍କେଟିଂ କମିଟି (ଏପିଏମ୍‌ସି) ଏପିଏମ୍‌ସି ରହିଲେ ବି ଚାଷୀମାନେ ଏହାଦ୍ୱାରା କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ତାଲିକାଭୁକ୍ତ କୃଷି ଉତ୍ପାଦ (ରାଜ୍ୟର ଏପିଏମ୍‌ସି ଆକ୍ଟ ଅନୁସାରେ ନିୟନ୍ତ୍ରିତ) ଲାଗି ଏକ ଇଲେକ୍ଟ୍ରୋନିକ ଟ୍ରେଡିଂ ଆଣ୍ଡ୍‌ ଟ୍ରାଞ୍ଜାକ୍‌ଶନ ପ୍ଲାଟଫର୍ମ ଗଠନ କରାଯାଇ ଇଲେକ୍ଟ୍ରୋନିକ ଡିଭାଇସ ଓ ଇଣ୍ଟରନେଟ ଦ୍ୱାରା ଉତ୍ପାଦର କିଣାବିକା କରାଯାଇପାରିବ। ଯେଉଁ କମ୍ପାନୀ, ଭାଗୀଦାରି ଫାର୍ମ କିମ୍ବା ପଞ୍ଜୀକୃତ ସୋସାଇଟିର ଇନ୍‌କମ୍‌ ଟ୍ୟାକ୍ସ ଆକ୍ଟ, ୧୯୬୧ ଅନୁଯାୟୀ ସ୍ଥାୟୀ ଆକାଉଣ୍ଟ ଥିବ କିମ୍ବା କେନ୍ଦ୍ର ସରକାରଙ୍କ ଅଧିସୂଚିତ ଯେ କୌଣସି କାଗଜପତ୍ର ରହିଥିବ ସେମାନେ ଏହି ପ୍ଲାଟଫର୍ମ ଗଠନ କରି ତାହାର ପରିଚାଳନା କରିପାରିବେ। ଫାର୍ମର୍ସ ପ୍ରଡ୍ୟୁସର ସଂସ୍ଥା କିମ୍ବା କୋ-ଅପରେଟିଭ ସୋସାଇଟି ବି ଏହା କରିପାରିବେ। ସରକାର କୌଣସି ବଜାର ଶୁଳ୍କ, ସେସ୍‌ କୃଷକ, ବ୍ୟବସାୟୀ ଏବଂ ଇଲେକ୍ଟ୍ରୋନିକ ଟ୍ରେଡିଂ ପ୍ଲାଟଫର୍ମ ଉପରେ ଲଗାଇପାରିବେ ନାହିଁ।
ଦ୍ୱିତୀୟ ବିଧେୟକ ଦ୍ୱାରା ଫସଲର ମୂଲ୍ୟକୁ ସୁରକ୍ଷିତ କରିବା ସହିତ ବଜାରର ଅନିଶ୍ଚିତତା ଜନିତ କ୍ଷତିରୁ ରକ୍ଷାପାଇବା ପାଇଁ କୃଷକ ଗ୍ରାହକଙ୍କ ମଧ୍ୟରେ ବିନା ମଧ୍ୟସ୍ଥରେ କୃଷି ଉତ୍ପାଦ ସମ୍ପର୍କରେ ଚୁକ୍ତି କରାଯାଇପାରିବ। ଗୋଟିଏ ଫସଲ ଋତୁ ପାଇଁ କିମ୍ବା ଗୃହପାଳିତ ପଶୁଙ୍କ ଗୋଟିଏ ପ୍ରଡକ୍ସନ ସାଇକେଲ୍‌ (ଉତ୍ପାଦନ ଚକ୍ର) ପାଇଁ ଚୁକ୍ତିର ସର୍ବନିମ୍ନ ଅବଧି ରହିବ। ଏହି ଚୁକ୍ତି ସର୍ବାଧିକ ୫ ବର୍ଷ ପାଇଁ କରାଯାଇପାରିବ। ଚୁକ୍ତିରେ କୃଷି ଉତ୍ପାଦର ମୂଲ୍ୟ ଉଲ୍ଲେଖ ରହିବ। ମୂଲ୍ୟ କମ୍‌ ବେଶି ହେଲେ ଉତ୍ପାଦ ଲାଗି ଏକ ଗ୍ୟାରେଣ୍ଟେଡ୍‌ ମୂଲ୍ୟ ରଖାଯିବ ଏବଂ ଏହା ଉପରେ ଯଦି ମୂଲ୍ୟ ବୃଦ୍ଧି କରାଯାଏ ତେବେ କେତେ କରାଯିବ ତାହା ସ୍ପଷ୍ଟ ଭାବେ ଦର୍ଶାଯିବ। ପୁନଶ୍ଚ କେତେ ମୂଲ୍ୟ ନିର୍ଦ୍ଧାରଣ ହେବ ତାହା ଚୁକ୍ତିରେ ଉଲ୍ଲେଖ ରହିବାର ବ୍ୟବସ୍ଥା ରହିଛି। ଚୁକ୍ତି ଅନୁସାରେ ଏକ କନ୍‌ସିଲେଶନ ବୋର୍ଡ ରହିବ। କନସିଲେଶନ ପ୍ରୋସେସ୍‌ (ସମାଧାନ ପ୍ରକ୍ରିୟା)ରେ ସମସ୍ୟାର ସମାଧାନ କରାଯିବ। ସମସ୍ୟାର ସମାଧାନ ଲାଗି ବୋର୍ଡକୁ ଯିବାକୁ ପଡ଼ିବ। ୩୦ ଦିନ ମଧ୍ୟରେ ବୋର୍ଡରେ ସମାଧାନ ହୋଇ ନ ପାରିଲେ ପକ୍ଷ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ପାଖକୁ ଯାଇପାରିବେ। ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ନିଷ୍ପତ୍ତି ବିରୋଧରେ ପକ୍ଷମାନେ ବି ଆପିଲେଟ ଅଥରିଟି(ଜିଲାପାଳ କିମ୍ବା ଉପଜିଲାପାଳ)ଙ୍କୁ ଅଭିଯୋଗ କରିପାରିବେ। ପରେ ଉଭୟ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ ଏବଂ ଆପିଲେଟ ଅଥରିଟିଙ୍କୁ ୩୦ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ହେବ। ଯେଉଁ ପକ୍ଷ ଚୁକ୍ତି ଭଙ୍ଗ କରୁଥିବେ ସେମାନଙ୍କ ଉପରେ ମାଜିଷ୍ଟ୍ରେଟ ଏବଂ ଆପିଲେଟ ଅଥରିଟି ଜରିମାନା ଲଗାଇପାରିବେ। କିନ୍ତୁ ଚାଷୀଙ୍କଠାରୁ ଟଙ୍କା ଅସୁଲ କରିବା ଲାଗି ତାଙ୍କ ଚାଷଜମି ଉପରେ କୌଣସି ପଦକ୍ଷେପ ନିଆଯାଇପାରିବ ନାହିଁ।
ତୃତୀୟଟି ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ ୨୦୨୦। ଦି ଏସେନ୍‌ସିଆଲ କମୋଡିଟିଜ ଆକ୍ଟ ,୧୯୫୫ ବଳରେ କେନ୍ଦ୍ର ସରକାର ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡିକର ଉତ୍ପାଦ, ଯୋଗାଣ, ବଣ୍ଟନ, ବ୍ୟବସାୟ ଏବଂ ବାଣିଜ୍ୟକୁ ନିୟନ୍ତ୍ରଣ କରିପାରିବେ କିମ୍ବା ପ୍ରତିବନ୍ଧକ ଲଗାଇପାରିବେ। ଏହି ବିଧେୟକ ଅନୁସାରେ ଯୁଦ୍ଧ, ଦୁର୍ଭିକ୍ଷ କିମ୍ବା ଅତ୍ୟଧିକ ଦରବୃଦ୍ଧି ଭଳି ସ୍ଥିତି ନ ଉପୁଜିଲେ ଅତ୍ୟାବଶ୍ୟକ ବିବେଚିତ ହେଉଥିବା ଖାଦ୍ୟଶସ୍ୟ ମହଜୁଦ କରି ରଖିବାର ସୀମା ନେଇ କୌଣସି ପ୍ରତିବନ୍ଧକ ରହିବ ନାହିଁ।
ଭାରତରେ କୃଷି ବଜାର ମୁଖ୍ୟତଃ ଏପିଏମ୍‌ସି ନିୟମ ଦ୍ୱାରା ନିୟନ୍ତ୍ରିତ। କୃଷିଜାତ ଦ୍ରବ୍ୟର ଭଲ ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ବିକ୍ରେତା ଓ ଗ୍ରାହକଙ୍କ ମଧ୍ୟରେ ସ୍ବଚ୍ଛ କାରବାର ସୁନିଶ୍ଚିତ କରିବା ଓ ମାର୍କେଟଗୁଡ଼ିକୁ ଭଲ ଭିତ୍ତିଭୂମି ଯୋଗାଇ ଦେବା ଏହାର ଲକ୍ଷ୍ୟ। କିନ୍ତୁ ଦି ଷ୍ଟାଣ୍ଡିଂ କମିଟି ଅନ୍‌ ଏଗ୍ରିକଲଚର (୨୦୧୮-୨୦୧୯)ର ଅନୁଧ୍ୟାନରୁ ଜଣାପଡିଥିଲା ଯେ, ଏପିଏମ୍‌ସି ନିୟମ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉନାହିଁ ଓ ଏଥିରେ ଶୀଘ୍ର ସଂସ୍କାର ଅଣାଯିବା ଦରକାର। ଅଧିକାଂଶ ଏପିଏମ୍‌ସିର ସୀମିତ ବ୍ୟବସାୟ ଫଳରେ ବ୍ୟବସ୍ଥା ଆଗକୁ ବଢିପାରୁନାହିଁ। ବ୍ୟବସାୟୀ, ଦଲାଲ ଏବଂ ଅନ୍ୟ ସଂସ୍ଥା ଏଥିରେ ସାମିଲ ହେବାଦ୍ୱାରା ନୂଆ ବ୍ୟକ୍ତି ସହଜରେ ବଜାରକୁ ପ୍ରବେଶ କରିପାରୁନାହାନ୍ତି। ଏହାଦ୍ୱାରା ପ୍ରତିଦ୍ୱନ୍ଦ୍ୱିତା ପଛକୁ ହଟିଯାଉଛି। ଏହାବାଦ୍‌ କୃଷିଜାତ ଉତ୍ପାଦର ବ୍ୟବସାୟ ବିନା ବାଧାରେ ବିଭିନ୍ନ ମାର୍କେଟିଂ ବ୍ୟବସ୍ଥାରେ ବଢ଼ାଇବା ଲାଗି ୨୦୧୭-୧୮ରେ କେନ୍ଦ୍ର ସରକାର ମଧ୍ୟ ଏପିଏମ୍‌ସି ମଡେଲ ଏବଂ କଣ୍ଟାକ୍ଟ ଫାର୍ମିଂ ଆକ୍ଟ ମଧ୍ୟ ଆଣିଥିଲେ। କିନ୍ତୁ ୨୦୧୮-୧୯ ଷ୍ଟାଣ୍ଡିଂ କମିଟି ଦର୍ଶାଇଲେ ଯେ, ଏହି ମଡେଲ ଆକ୍ଟ ସୁପାରିସ କରିଥିବା ବହୁ ସଂସ୍କାରକୁ ରାଜ୍ୟଗୁଡିକ କାର୍ଯ୍ୟକାରୀ କରିନାହାନ୍ତି। କୃଷି ବଜାରର ବ୍ୟବସ୍ଥା ଲାଗି ଏକ ବୈଧାନିକ ଢାଞ୍ଚା ପାଇଁ ସବୁ ରାଜ୍ୟର କୃଷି ମନ୍ତ୍ରୀମାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ ଏହା ପରାମର୍ଶ ଦେଇଥିଲା। ଜୁଲାଇ, ୨୦୧୯ରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ବି ଗଠନ କରାଯାଇଥିଲା। ମଡେଲ ଆକ୍ଟକୁ ରାଜ୍ୟମାନେ ଠିକ୍‌ ସମୟରେ ଲାଗୁ କରିବା ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ, ୧୯୫୫କୁ ପରିବର୍ତ୍ତନ କରିବାକୁ ଏହା ସୁପାରିସ କରିଥିଲା। ଏହା ମଧ୍ୟ ଦର୍ଶାଇଥିଲା ଯେ, ଗାଁର ଛୋଟ ଛୋଟ ହାଟଗୁଡିକୁ ପର୍ଯ୍ୟାପ୍ତ ଭିତ୍ତିଭୂମି ଯୋଗାଇଦେଲେ ସେଗୁଡିକ କୃଷି ବଜାରର ବିକଳ୍ପ ଭାବେ ଆଗକୁ ଆସିପାରିବେ। ଏହି ଷ୍ଟାଣ୍ଡିଂ କମିଟି ଗ୍ରାମୀଣ ଏଗ୍ରିକଲଚର ମାର୍କେଟ୍‌ସ ସ୍କିମ୍‌ ଲାଗି ସୁପାରିସ କରିଥିଲା। ଏହାର ଲକ୍ଷ୍ୟ ଦେଶରେ ୨୨,୦୦୦ ଗ୍ରାମୀଣ ହାଟର ଭିତ୍ତିଭୂମି ବିକାଶ ଓ ସୁବିଧା ସୁଯୋଗ ଉପଲବ୍ଧ କରିବା। ଏହାକୁ ଏକ କେନ୍ଦ୍ରୀୟ ଯୋଜନା ଭାବେ ଗ୍ରହଣ କରି ସରକାର ଏଥିପାଇଁ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇଦେବା ଉଚିତ ଏବଂ ପ୍ରତି ପଞ୍ଚାୟତରେ ଗୋଟିଏ ହାଟ ଯେମିତି ରହିବ ତାହା ସୁନିଶ୍ଚିତ କରିବା ଦରକାର। ଷ୍ଟାଣ୍ଡିଂ କମିଟି ଉଲ୍ଲେଖ କରିଥିଲା ଯେ, ସ୍ବଚ୍ଛ ଓ ସହଜ ମାର୍କେଟିଂ ବ୍ୟବସ୍ଥା ଉପଲବ୍ଧ ହେଲେ କୃଷକମାନେ ଲାଭ ପାଇପାରିବେ। କିନ୍ତୁ ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯାହାଙ୍କ ପାଖରେ ଦେଶର ୮୬% ଚାଷଜମି ରହିଛି ସେମାନେ ଏପିଏମ୍‌ସି ମାର୍କେଟରେ ଉତ୍ପାଦ ବିକ୍ରି କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପିଏମ୍‌ସିର ମାର୍କେଟ ହାରାହାରି ଏରିଆ ୪୯୬ ବର୍ଗ କି.ମି. ଏରିଆରେ ସେବା ଯୋଗାଉଛି। କିନ୍ତୁ ୨୦୦୬ରେ ଡ. ଏମ୍‌.ଏସ୍‌. ସ୍ବାମୀନାଥନଙ୍କ ଅଧ୍ୟକ୍ଷତାରେ ଗଠିତ ନ୍ୟାଶନାଲ କମିଶନ ଅନ୍‌ ଫାର୍ମର୍ସ ସୁପାରିସ ଅନୁଯାୟୀ ଏହାର ସେବା ଯୋଗାଇବା ସୀମା ୮୦ ବର୍ଗ କି.ମି. ହେବା ଦରକାର। ଏସବୁଗୁଡିକୁ ଲକ୍ଷ୍ୟ ରଖି କୃଷକଙ୍କୁ ଲାଭ ଦେବା ପାଇଁ ସରକାର ଏବକାର ବିଧେୟକ ଆଣିଛନ୍ତି ତେବେ ଏହାର ସୁଫଳ ମିଳିବ କେବେ ତାହା ଦେଖିବାକୁ ପଡ଼ିବ।
କହିବାକୁ ଗଲେ ଏହିସବୁ ବିଧେୟକ ଦ୍ୱାରା ବେପାରକୁ ସରଳୀକରଣ ଏବଂ ଗ୍ରାହକ ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଥିବାବେଳେ ଏପିଏମ୍‌ସି ଛାଡି ଏହା ଅଧିକ ଗ୍ରାହକଙ୍କୁ ଆକର୍ଷିତ କରି ନ ପାରେ। ଏହାର ଏକ ଉଦାହରଣ ନିଆଯାଇପାରେ। ଗ୍ରାହକ ଓ ନିବେଶକମାନଙ୍କୁ ଆକର୍ଷିତ କରିବା ପାଇଁ ୨୦୦୬ରେ ବିହାର ସରକାର ଏପିଏମ୍‌ସି ଆକ୍ଟ ପୂରା ବନ୍ଦ କରିଦେଇ ସେହି ଅଞ୍ଚଳର ସବ୍‌ଡିଭିଜନାଲ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ। ଏହା କିନ୍ତୁ ସଫଳ ହୋଇପାରି ନ ଥିଲା। କୃଷକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବଜାର ପରିଚାଳନା ଓ ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ଏକ ବୈଧାନିକ ଓ ସଂସ୍ଥାଗତ ଢାଞ୍ଚାର ଆବଶ୍ୟକତା ରହିଛି ବୋଲି ୨୦୧୦ରେ ରାଜ୍ୟର ମନ୍ତ୍ରୀମାନଙ୍କୁ ନେଇ ଗଠିତ କମିଟି ଦର୍ଶାଇଥିଲା। ଏହା ମଧ୍ୟ ସ୍ପଷ୍ଟ ଯେ, ଯେଉଁ ରାଜ୍ୟରେ ଏପିଏମ୍‌ସି ମାର୍କେଟ ନାହଁି (ବିହାର, କେରଳ, ମଣିପୁର ଓ କେତେକ କେନ୍ଦ୍ରଶାସିତ ଅଞ୍ଚଳରେ) ସେଠାରେ ଏକ ବଜାର ଭିତ୍ତିଭୂମି ବିକାଶ କରିବା ଲାଗି ଷ୍ଟାଣ୍ଡିଂ କମିଟି ଅନ୍‌ ଏଗ୍ରିକଲଚର(୨୦୧୮-୨୦୧୯) ସୁପାରିସ କରିଥିଲା। ଏହିସବୁ ଘଟଣାକୁ ଦୃଷ୍ଟିରେ ରଖି ଏହି ବିଧେୟକଗୁଡିକ ବିହାର ଭଳି ଏବକାର ଏପିଏମ୍‌ସି ନିୟମକୁ ଲୋପ କରି ନ ଦେଇ ଏହାର ମାର୍କେଟ ପରିସରକୁ ନିୟନ୍ତ୍ରଣ କରିବ। ଏହି ସବୁ ବିଧେୟକ ମାର୍କେଟିଂ ପାଇଁ ମୂଲ୍ୟଯୁକ୍ତ ସେବା ଯୋଗାଇ ଦେବା ଲାଗି ଏପିଏମ୍‌ସିଗୁଡିକ ଅଧିକ କ୍ରିୟାଶୀଳ କରିପାରିବ। ଏହାଦ୍ୱାରା କୃଷକମାନେ ଅଧିକ ଲାଭ ପାଇପାରିବେ ବୋଲି ଆଶା କରିବା।
suyash@prsindia.org


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri