ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର ଲକ୍ଷ୍ମୀଟକିଜଛକ, ଅଇଁଠାପାଲିଛକ, କଚେରୀଛକ ଆଦି ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ଆଦି ବ୍ଯବସାୟିକ ଅନୁଷ୍ଠାନ ସହିତ ସ୍କୁଲ, କଲେଜ ଆଦିକୁ ବନ୍ଦ କରିଛନ୍ତି । ଦିନ ଗଡ଼ିବା ସାଙ୍ଗକୁ ଚାଷୀମାନେ ପିକେଟିଂ କରି ବସ ଚଳାଚଳ, ସମସ୍ତ ସରକାରୀ ଓ ବେସରକାରୀ, ବ୍ଯାଙ୍କ, ବୀମା, ଅଦାଲତ ଆଦିକୁ ମଧ୍ଯ ସମ୍ପୂର୍ଣ ବନ୍ଦ କରିଛନ୍ତି । ସହରରେ ସମସ୍ତ ପେଟ୍ରୋଲ ଟାଙ୍କି ମଧ୍ୟ ବନ୍ଦ ରହିଛି। ହେଲେ ଜାତୀୟ ରାଜପଥ, ଟ୍ରେନଯାତ୍ରାକୁ ବନ୍ଦକୁ ବାଦ ଦିଆଯାଇଛି।

ସେହିପରି ସରକାରୀ ଓ ଘରୋଇ ଡାକ୍ତରଖାନାରେ ସ୍ବାଭାବିକ ଭାବେ ରୋଗିସେବା ଅବ୍ଯାହତ ରହିଥିବା ବେଳେ, ଔଷଧ ଦୋକାନ ଖୋଲା ରହିଛି ଓ ଆମ୍ବୁଲାନ୍ସ, ଦମକଳ, ଦୁଇଚକିଆ ଓ ଛୋଟ ଚାରିଚକିଆ ଯାନ ସ୍ବାଭାବିକ ଭାବେ ଚଳାଚଳ କରୁଥିବା ଦେଖା ଯାଇଛି । ସମସ୍ତ ଜରୁରୀକାଳୀନ ସେବାକୁ ଛାଡି ଦେଲେ ସହରରେ ସବୁ ବନ୍ଦ ରହିଛି। ପୂର୍ବରୁ ଚାଷୀ ଦୁଇ ଦୁଇ ଥର ଜାତୀୟ ରାଜପଥ ବନ୍ଦ କରିଥିଲେ ସେଥିପାଇଁ ଆଉ ଜାତୀୟ ରାଜପଥ ବନ୍ଦ କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ।

ସେପଟେ ଏହି ବନ୍ଦକୁ ସମର୍ଥନ କରି ସହରର ବିଭିନ୍ନ ସଙ୍ଗଠନ ସହ ବିଜେଡି ଓ କଂଗ୍ରେସ ମଧ୍ୟ ବନ୍ଦରେ ସାମିଲ ହେଇଛନ୍ତି । ଚାଷୀମାନେ ସମ୍ବଲପୁର ସହର ସହ ସହର ଉପକଣ୍ଠସ୍ଥ ସିନ୍ଦୁରପଙ୍କ ତଥା ଜିଲ୍ଲାର କୁଚିଣ୍ଡା, ରେଢ଼ାଖୋଲ, ଜମନକିରା, ପଡ଼ିଆବାହାଲ, ଗୋଶାଲା ଅଞ୍ଚଳରେ ମଧ୍ୟ ବନ୍ଦ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ବ୍ଯାପକ ପୋଲିସ ସୁରକ୍ଷା ବାହିନୀଙ୍କୁ ମୁତୟନ କରାଯାଇଛି। ଏପରିକି ଜିଲା ପ୍ରଶାସନ ଓ ପୋଲିସ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri