ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା ବିଜେପୁର ଅଞ୍ଚଳରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଆଧାର ଡାଟାବେସର ଗୁରୁତର ତ୍ରୁଟି ଯୋଗୁଁ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ପିପିଲିପାଲି ଗ୍ରାମର ଜଣେ ଚାଷୀ ଟଙ୍କଧର ଗିରି ନିଜ ଅମଳ ଧାନ ବିକ୍ରି କରି ନ ପାରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି  । ସମ୍ପୃକ୍ତ ଚାଷୀ ଜୀବିତ ଅଛନ୍ତି । କିନ୍ତୁ ଆଧାରରେ ‘deceased status’ ଦର୍ଶାଯାଉଥିବାରୁ ଚାଷୀ ଗଭୀର ଆର୍ଥିକ ଓ ମାନସିକ ସଙ୍କଟରେ ପଡ଼ିଛନ୍ତି ।
ପିପିଲିପାଲି ଗ୍ରାମର ଚାଷୀ ଟଙ୍କଧର ଗିରି (ଆଧାର ନଂ– ୯୮୬୬୮୩୭୧୪୦୪୫) ଟୋକନ ନମ୍ବର ୨୯୬୧୬୦ ଅନୁଯାୟୀ ୨୮କ୍ୱିଣ୍ଟାଲ ୮୬କେଜି ଧାନ ବିକ୍ରି ପାଇଁ ବୁଡ଼ାପାଲି ଧାନ କ୍ରୟ କେନ୍ଦ୍ରକୁ ଧାନ ଆଣିଥିଲେ । କିନ୍ତୁ ଆଖି ସ୍କାନ ସମୟରେ ସିଷ୍ଟମରେ ଆଧାର ସମ୍ପର୍କିତ ତ୍ରୁଟି ଦର୍ଶାଯିବାରୁ ଧାନକ୍ରୟ ସମ୍ଭବ ହୋଇ ନଥିଲା । ଚାଷୀଙ୍କ କହିବାନୁସାରେ, ସେ ଜୀବିତ ଓ ସମସ୍ତ କାଗଜପତ୍ର ସଠିକ୍ ଥିବା ସତ୍ତ୍ବେ ଆଧାର ଡାଟାବେସରେ ତାଙ୍କ ନାମରେ ‘deceased status’ ଦର୍ଶାଯାଉଛି।

ଜାନୁଆରୀ ୩ ତାରିଖରେ ଟୋକନର ଶେଷ ସମୟ ସମାପ୍ତ ହୋଇଯାଇଥିଲେ ମଧ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ହୋଇନଥିଲା।
ବିଜେପୁର ଆଧାର କେନ୍ଦ୍ରରେ ଯାଞ୍ଚ ପରେ ‘Aadhaar deactivated due to deceased status’ ବୋଲି ସୂଚନା ଦିଆଯାଇ ଭୁବନେଶ୍ୱରକୁ ଯିବାକୁ ପରାମର୍ଶ ମିଳିଥିଲା। ଚାଷୀ ଜିଲାପାଳ ଓ ଭୁବନେଶ୍ୱର ଆଧାର କେନ୍ଦ୍ରରେ ସମସ୍ତ କାଗଜପତ୍ର ଦାଖଲ କରିଥିଲେ । ସମୟ ଭିତରେ ସମାଧାନ ନ ମିଳିବାରୁ ଶେଷରେ ମଣ୍ଡିରୁ ଧାନ ଘରକୁ ଫେରାଇ ଆଣିବାକୁ ବାଧ୍ୟ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣା ଧାନ କ୍ରୟ ବ୍ୟବସ୍ଥାର ପ୍ରାଯୁକ୍ତିକ ତ୍ରୁଟିକୁ ସାମ୍ନାକୁ ଆଣିଥିବା ବେଳେ ଚାଷୀଙ୍କ ଆର୍ଥିକ କ୍ଷତି ପାଇଁ ଦାୟୀ କିଏ ବୋଲି ସଂଯୁକ୍ତ କୃଷକ ସଙ୍ଗଠନ ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି । ଆହୁରି ଏନେକ ଚାଷୀଙ୍କ ଏହିପରି ମଣ୍ଡିରେ ଧାନ ପକାଇ ସରକାରଙ୍କ ତ୍ରୁଟିପୂର୍ଣ୍ଣ କେନ୍ଦ୍ରୀକରଣ ବ୍ୟବସ୍ଥା କାରଣରୁ ଟୋକନ ଅବଧି ସରିଛି । ଏଣୁ ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନ ନେଲେ ଆନ୍ଦୋଳତ୍ମକ ପନ୍ଥା ଅବଲମ୍ବନ କରିବା ପାଇଁ ବାଧ୍ୟ ହେବୁ ବୋଲି ସେ ଚେତାବନୀ ଦେଇଛନ୍ତି ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶର୍ଜିଲ ଇମାମ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୯ା୩: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ଏକ ଅଦାଲତ ସୋମବାର ଆକ୍ଟିଭିଷ୍ଟ ଶର୍ଜିଲ ଇମାମ୍‌ଙ୍କୁ ୧୦ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଭାଇ ବାହାଘରରେ ଯୋଗଦେବା…

ଚିତା ସଂଖ୍ୟା ବୃଦ୍ଧି: କୁନୋ ଜାତୀୟ ଉଦ୍ୟାନରେ ଜ୍ୱାଲାର ୫ ଛୁଆ ଜନ୍ମ

ନୂଆଦିଲ୍ଲୀ,୯ା୩: ନାମିବ୍ୟାରୁ ଅଣାଯାଇଥିବା ଚିତା ଜ୍ୱାଳା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସୋମବାର ୫ ଶାବକ ଜନ୍ମ କରିବାରୁ ଭାରତରେ ଚିତାସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ଭାରତର…

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ଦିନ ଦ୍ବିପ୍ରହରରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା) ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯିବା ସମୟରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।…

ନେପାଳରେ RSPର ଜବରଦସ୍ତ ବିଜୟ: ମୋଦି କହିଲେ…

କାଠମାଣ୍ଡୁ,୯।୩: ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (RSP) ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି। ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ନେତୃତ୍ୱରେ RSP ପୂର୍ବତନ ପ୍ରଧାନମନ୍ତ୍ରୀ କେପି…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ଇରାନରେ ଏସିଡ୍‌ ବର୍ଷା: ତୈଳ ଡିପୋ ଉପରେ ବୋମାମାଡ଼ ପରେ…

ତେହରାନ,୯ା୩:ଇରାନ ରାଜଧାନୀ ତେହରାନରେ ଥିବା ୩୦ଟି ତୈଳ ଡିପୋ ଉପରେ ଇସ୍ରାଏଲ୍‌ର ଆକ୍ରମଣ କରିବାରୁ ରବିବାର ସେଠାରେ କଳା ଏସିଡ୍‌ ବର୍ଷା ହୋଇଛି। ତୈଳ ଡିପୋଗୁଡ଼ିକ ଜଳୁଥିବାରୁ…

ଅଷ୍ଟମ ବେତନ କମିଶନ ଲାଗି ଚିଠି

ଭୁବନେଶ୍ୱର,୯।୩: ଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri