ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା ବିଜେପୁର ଅଞ୍ଚଳରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଆଧାର ଡାଟାବେସର ଗୁରୁତର ତ୍ରୁଟି ଯୋଗୁଁ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ପିପିଲିପାଲି ଗ୍ରାମର ଜଣେ ଚାଷୀ ଟଙ୍କଧର ଗିରି ନିଜ ଅମଳ ଧାନ ବିକ୍ରି କରି ନ ପାରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି  । ସମ୍ପୃକ୍ତ ଚାଷୀ ଜୀବିତ ଅଛନ୍ତି । କିନ୍ତୁ ଆଧାରରେ ‘deceased status’ ଦର୍ଶାଯାଉଥିବାରୁ ଚାଷୀ ଗଭୀର ଆର୍ଥିକ ଓ ମାନସିକ ସଙ୍କଟରେ ପଡ଼ିଛନ୍ତି ।
ପିପିଲିପାଲି ଗ୍ରାମର ଚାଷୀ ଟଙ୍କଧର ଗିରି (ଆଧାର ନଂ– ୯୮୬୬୮୩୭୧୪୦୪୫) ଟୋକନ ନମ୍ବର ୨୯୬୧୬୦ ଅନୁଯାୟୀ ୨୮କ୍ୱିଣ୍ଟାଲ ୮୬କେଜି ଧାନ ବିକ୍ରି ପାଇଁ ବୁଡ଼ାପାଲି ଧାନ କ୍ରୟ କେନ୍ଦ୍ରକୁ ଧାନ ଆଣିଥିଲେ । କିନ୍ତୁ ଆଖି ସ୍କାନ ସମୟରେ ସିଷ୍ଟମରେ ଆଧାର ସମ୍ପର୍କିତ ତ୍ରୁଟି ଦର୍ଶାଯିବାରୁ ଧାନକ୍ରୟ ସମ୍ଭବ ହୋଇ ନଥିଲା । ଚାଷୀଙ୍କ କହିବାନୁସାରେ, ସେ ଜୀବିତ ଓ ସମସ୍ତ କାଗଜପତ୍ର ସଠିକ୍ ଥିବା ସତ୍ତ୍ବେ ଆଧାର ଡାଟାବେସରେ ତାଙ୍କ ନାମରେ ‘deceased status’ ଦର୍ଶାଯାଉଛି।

ଜାନୁଆରୀ ୩ ତାରିଖରେ ଟୋକନର ଶେଷ ସମୟ ସମାପ୍ତ ହୋଇଯାଇଥିଲେ ମଧ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ହୋଇନଥିଲା।
ବିଜେପୁର ଆଧାର କେନ୍ଦ୍ରରେ ଯାଞ୍ଚ ପରେ ‘Aadhaar deactivated due to deceased status’ ବୋଲି ସୂଚନା ଦିଆଯାଇ ଭୁବନେଶ୍ୱରକୁ ଯିବାକୁ ପରାମର୍ଶ ମିଳିଥିଲା। ଚାଷୀ ଜିଲାପାଳ ଓ ଭୁବନେଶ୍ୱର ଆଧାର କେନ୍ଦ୍ରରେ ସମସ୍ତ କାଗଜପତ୍ର ଦାଖଲ କରିଥିଲେ । ସମୟ ଭିତରେ ସମାଧାନ ନ ମିଳିବାରୁ ଶେଷରେ ମଣ୍ଡିରୁ ଧାନ ଘରକୁ ଫେରାଇ ଆଣିବାକୁ ବାଧ୍ୟ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣା ଧାନ କ୍ରୟ ବ୍ୟବସ୍ଥାର ପ୍ରାଯୁକ୍ତିକ ତ୍ରୁଟିକୁ ସାମ୍ନାକୁ ଆଣିଥିବା ବେଳେ ଚାଷୀଙ୍କ ଆର୍ଥିକ କ୍ଷତି ପାଇଁ ଦାୟୀ କିଏ ବୋଲି ସଂଯୁକ୍ତ କୃଷକ ସଙ୍ଗଠନ ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି । ଆହୁରି ଏନେକ ଚାଷୀଙ୍କ ଏହିପରି ମଣ୍ଡିରେ ଧାନ ପକାଇ ସରକାରଙ୍କ ତ୍ରୁଟିପୂର୍ଣ୍ଣ କେନ୍ଦ୍ରୀକରଣ ବ୍ୟବସ୍ଥା କାରଣରୁ ଟୋକନ ଅବଧି ସରିଛି । ଏଣୁ ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନ ନେଲେ ଆନ୍ଦୋଳତ୍ମକ ପନ୍ଥା ଅବଲମ୍ବନ କରିବା ପାଇଁ ବାଧ୍ୟ ହେବୁ ବୋଲି ସେ ଚେତାବନୀ ଦେଇଛନ୍ତି ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri