ଟ୍ରାକ୍ଟର ଧକ୍କାରେ ଚାଷୀ ଗୁରୁତର

ଦିଗପହଣ୍ଡି,୧୬ା୯(ଡି.ଏନ୍‌.ଏ.): ଶନିବାର ଦିପଗହଣ୍ଡି-ବ୍ରହ୍ମପୁର ରାସ୍ତା ଅନଙ୍ଗପୁର ବନ୍ଧ ନିକଟରେ ଏକ ଟ୍ରାକ୍ଟର ଧକ୍କା ଦେବାରୁ ଜଣେ ଚାଷୀ ଗୁରୁତର ହୋଇଛନ୍ତି। ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଥିବା ବେଳେ ବାମ ହାତରେ ମଧ୍ୟ ଶକ୍ତ ଆଗାତ ଲାଗିଛି। ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲ୍‌ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଚାଷୀ ଜଣକ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନଙ୍ଗପୁର ଗ୍ରାମର ବି.ଭାସ୍କର ରେଡ୍ଡୀ(୬୨)। ସେ ଆଜି ସକାଳୁ ନିଜ ଜମିକୁ ଯାଇ ପନିପରିବା ତୋଳି ସାଇକେଲ୍‌ ଯୋଗେ ଘରକୁ ଫେରୁଥିବା ବେଳେ ଅନଙ୍ଗପୁର ବନ୍ଧ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ଭାସ୍କରଙ୍କୁ ଧକ୍କା ଦେଇଥିଲା।