Posted inଜାତୀୟ

କୃଷକଙ୍କ ସଶକ୍ତିକରଣ ହିଁ ଆତ୍ମନିର୍ଭର ଭାରତର ମୂଳଦୁଆ: ମୋଦି

ନୂଆଦିଲ୍ଲୀ, ୨୭।୯: କୃଷକଙ୍କ ବିକାଶ ଦ୍ୱାରା ଦେଶର ବିକାଶ ସମ୍ଭବ। ତେଣୁ କୃଷକଙ୍କ ସଶକ୍ତି କରଣ ହିଁ ଆତ୍ମନିର୍ଭର ଭାରତର ମୂଳଦୁଆ ପଡ଼ିପାରିବ। ସେହିପରି ଗାଁର ସମୃଦ୍ଧି ମଧ୍ୟରେ ଦେଶର ବିକାଶ ଲୁଚି ରହିଛି। ଏବେ ଗାଁରେ ବାସ କରୁଥିବା କୃଷକ ନିଜ ଫସଲ ଯେକୌଣସି ସ୍ଥାନରେ ବିକ୍ରି କରିବାର ଅଧିକାର ପାଇଛନ୍ତି। ଏହା ଦ୍ୱାରା ଦୀର୍ଘ ଦିନର କଟକଣା ହଟିଯାଇଛି। ଅନ୍ନଦାତା ଏବେ ନିଜ ଫସଲ ସମ୍ପର୍କରେ ନିର୍ଣ୍ଣୟ ନେଇପାରିବେ। ପୂର୍ବରୁ ମଣ୍ଡି ବାହାରେ ଅମଳ ହୋଇଥିବା ଫସଲ ବିକ୍ରି କରିବା କଷ୍ଟକର ହେଉଥିଲା। ମାତ୍ର ଏବେ ଆଉ ସେଭଳି ଅସୁବିଧା ହେବନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୬୯ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। କରୋନା ମହାମାରୀ ସଙ୍କଟ ସମୟରେ ନିଜ ନିଜ ପରିବାର ସହିତ ରହିବା ସହିତ ସାମାଜିକ ଦୂରତା ବଜାୟ ରଖିବା ଆବଶ୍ୟକ। ସେହିପରି ସଂକ୍ରମଣରୁ ଦୂରେଇ ରହିବା ଲାଗି ମାର୍ଗଦର୍ଶିକା ପାଳନ କରିବା ଅପରିହାର୍ଯ୍ୟ। କରୋନା ସଙ୍କଟ ଲୋକଙ୍କୁ ପରିବାର ସହିତ ରହିବା ସମ୍ପର୍କରେ ଶିଖାଇଥିବା ମୋଦି କହିଛନ୍ତି। ଗୋଟିଏ ପଟେ ଘର ବାହାରେ ୨ ଗଜ ସାମାଜିକ ଦୂରତା ବଜାୟ ରଖିବା ଅତ୍ୟାବଶ୍ୟକ ହୋଇଥିବାବେଳେ କରୋନା ଯୋଗୁ ପାରିବାରିକ ସଦସ୍ୟଙ୍କ ମଧ୍ୟରେ ନିବିଡ଼ତା ବଢ଼ିଛି। ଏବେ କରୋନା ସଙ୍କଟ ଯୋଗୁ ପରିବାରରେ କାହାଣୀ ଶୁଣାଇବାର ପୁରୁଣା ପରମ୍ପରା ପୁଣି ଫେରିପାରିଛି। ପ୍ରତି ସପ୍ତାହରେ ପରିବାରର ଛୋଟ ପିଲାଙ୍କୁ କାହାଣୀ ଶୁଣାଇବା ଏବଂ ନିଜ ପିଲାଦିନ ସମ୍ପର୍କରେ ବଖାଣିବା ଲାଗି ପ୍ରତି ଅଭିଭାବକ କିିଛି ସମୟ ବାହାର କରିବା ଆବଶ୍ୟକ। ଏହାଦ୍ୱାରା ଅତୀତ ସହିତ ବର୍ତ୍ତମାନର ପରିଚୟ ସମ୍ଭବ ହୋଇପାରିବ। କେବଳ ନିଜ ବିଷୟ ନୁହେଁ ଭାରତର ମହାପୁରୁଷ, ସ୍ବାଧୀନତା ସଂଗ୍ରାମ ଏବଂ ଐତିହ୍ୟ ସମ୍ପର୍କରେ ଛୋଟ ପିଲାଙ୍କୁ ଶିକ୍ଷାଦେବାର ଆବଶ୍ୟକତା ଉପରେ ମୋଦି ଗୁରୁତ୍ୱାରୋପ କରିଛନ୍ତି। ଏହାଦ୍ୱାରା ଭାରତୀୟ ସଂସ୍କୃତିର ପୁନରୁଦ୍ଧାର ହୋଇପାରିବ ବୋଲି ମୋଦି କହିଛନ୍ତି। ଜୀବନ ବ୍ୟାପି ଜଣେ ପରିବ୍ରାଜକ ଭାବେ ରହିଥିବା ମୋଦି ସୂଚନା ଦେଇଛନ୍ତି। ନୂଆ ନୂଆ ଅଞ୍ଚଳ ବୁଲିବା ଏବଂ ଜ୍ଞାନ ଆହରଣ କରିବା ତାଙ୍କର ମୂଳ ଲକ୍ଷ୍ୟ ଭାବେ ରହି ଆସିଛି। ଦେଶ ସ୍ବାଧୀନତା ଜୀବନ ଦେଇଥିବା ସଂଗ୍ରାମୀଙ୍କ ସମ୍ପର୍କରେ ଜାଣିବାର ଆବଶ୍ୟକତା ରହିଛି। ଭଗତ ସିଂଙ୍କ ଭଳି ୨୩ ବର୍ଷ ଯୁବକ କିଭଳି ଇଂରେଜ ସରକାରଙ୍କୁ ଭୟଭୀତ କରାଇ ପରବର୍ତ୍ତୀ ସମୟରେ ଭାରତବାସୀଙ୍କ ମଧ୍ୟରେ ପ୍ରେରଣା ସୃଷ୍ଟି କରିଥିଲେ ସେ ସମ୍ପର୍କରେ ମୋଦି ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri