ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଫରହାନ-ଶିବାନୀ

ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଶନିବାର ବିବାହ ବନ୍ଧନରେ ବାନ୍ଧି ହେବେ। ମହାରାଷ୍ଟ୍ରୀୟ ପାରମ୍ପରିକ ରୀତିନୀତିରେ ଆଜି ଦୁହେଁ ବିବାହ କରିବେ। ଏହାପୂର୍ବରୁ ଗୁରୁବାର ଶିବାନୀଙ୍କ ହଳଦୀ ସମାରୋହ ଆୟୋଜିତ ହୋଇଥିଲା। ଯେଉଁଥିରେ ତାଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକ ସାମିଲ ଥିବାର ଦେଖିବାକୁ ମିଳିଥିଲା। ଯାହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର ହୋଇଥିଲା। ଏହି ବିବାହ ଉତ୍ସବରେ କେବଳ ପରିବାର ଓ ଘନିଷ୍ଠ ସର୍ମ୍ପକୀୟ ହିଁ ସାମିଲ ହେବେ। ତେବେ ଦୁହିଁଙ୍କର ବିବାହ କେଉଁଠି ହେବ ସେନେଇ କୌଣସି ସୂଚନା ନାହିଁ। ବିବାହ ପରେ ଫରହାନ ଓ ଶିବାନୀ ମିଶି ଏକ ଗ୍ରାଣ୍ଡ ରିସେପଶନ ପାର୍ଟି ଦେବେ ବୋଲି ଜଣାପଡିଛି। ଏଥିରେ ପରିବାର ଲୋକ, ଘନିଷ୍ଠ ବନ୍ଧୁ ଓ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ସେଲିବ୍ରିଟି ସାମିଲ ହେବେ ।

Share