ବିଦାୟ ନେଲା ବିଶ୍ୱର ସବୁଠାରୁ ଦୁଃଖି ହାତୀ

ମନିଲା,୧।୧୨: ଫିଲିପାଇନ୍ସର ମନିଲା ପ୍ରାଣୀ ଉଦ୍ୟାନରେ ରହୁଥିବା ବିଶ୍ୱର ସବୁଠାରୁ ଦୁଃଖି ହାତୀର ମଙ୍ଗଳବାର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ବିଶ୍ୱ ମାଲି କିମ୍ବା ମାଲି ନାମକ ଏହି ମାଇ ହାତୀ ପ୍ରାଣୀ ଉଦ୍ୟାନରେ ଏକୁଟିଆ ରହୁଥିଲା। ୪୦ବର୍ଷରୁ ଅଧିକ ସମୟ ଏକାକୀ ରହୁଥିବା ମାଲିଙ୍କୁ ଚ୍ୟାରିଟି ପିପୁଲ୍ସ ଫର ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲ୍ସ (ପେଟା) ଦ୍ୱାରା ‘ବିଶ୍ୱର ସବୁଠାରୁ ଦୁଃଖି ହାତୀ’ ବୋଲି ବର୍ଣ୍ଣନା କରାଯାଇଥିଲା।

ମେୟର ହନି ଲକୁନା କହିଛନ୍ତି ଯେ ମଙ୍ଗଳବାର ଅପରାହ୍ନ ୪ଟା ୪୫ରେ ମାଲିର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ତା’ର ପ୍ରକୃତ ବୟସ ଜଣା ପଡିନାହିଁ, କିନ୍ତୁ ମୃତ୍ୟୁ ବେଳକୁ ତାକୁ ୪୩ ବର୍ଷ ହୋଇଥିବା ଅନୁମାନ କରାଯାଉଛି। ଏକ ଫେସବୁକ ପୋଷ୍ଟରେ ଲକୁନା ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିବା ସମୟରେ ତାଙ୍କର ପିଲାଦିନର ସ୍ମୃତି ବାଣ୍ଟିଥିଲେ।
ସେ କହିଛନ୍ତି, ମାଲି ଆମ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ସେ ମାନିଲା ପ୍ରାଣୀ ଉଦ୍ୟାନରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା। ସେ ଆଉ ନାହିଁ ଜାଣିବା ଅତ୍ୟନ୍ତ ଦୁଃଖଦାୟକ।
ଏଥିସହିତ ପ୍ରାଣୀ ଉଦ୍ୟାନର ମୁଖ୍ୟ ପ୍ରାଣୀ ଚିକିତ୍ସକ ଡକ୍ଟର ହେନେରିକ ପାଟ୍ରିକ ପେନା-ଡୋମିଙ୍ଗୋ ଦେଖିଲେ ଯେ ମାଲି ଏକ କାନ୍ଥରେ ଘଷି ହେଉଥିଲା। ଯାହା ଦର୍ଶାଉଥିଲା ଯେ ସେ ଯନ୍ତ୍ରଣା ଅନୁଭବ କରୁଛି। ମଙ୍ଗଳବାର ତା’ର ସ୍ବାସ୍ଥାବସ୍ଥା ବିଗିଡି ଯାଇ ସେ ତଳେ ପଡ଼ିଯାଇଥିଲା। ଡାକ୍ତରମାନେ ତାଙ୍କୁ ଆଣ୍ଟିହାଇଷ୍ଟାମାଇନ ଏବଂ ଭିଟାମିନ ଦେଇଥିଲେ, କିନ୍ତୁ ଅପରାହ୍ନରେ ତା’ର ମୃତ୍ୟୁ ହୋଇଥିଲା। ତେବେ ହାତୀଟଇର କର୍କଟ ରୋଗ ଜନିତ ମୃତ୍ୟୁ ହୋଇଥିବା କୁହାଯାଇଛି।
ଏକ ରିପୋର୍ଟ ଅନୁଯାୟୀ, ମାଲି ନାମକ ମହିଳା ହାତୀ ମୂଳତଃ ଶ୍ରୀଲଙ୍କାରୁ ୧୯୮୧ରେ ଫିଲିପାଇନ୍ସର ପୂର୍ବତନ ପ୍ରଥମ ଲେଡି ଇମେଲଡା ମାର୍କୋସଙ୍କୁ ଶ୍ରୀଲଙ୍କା ସରକାର ଉପହାର ଦେଇଥିଲେ। ପ୍ରାଣୀ ଉଦ୍ୟାନରେ ମାଲିର ଜଣେ ବନ୍ଧୁ ଥିଲେ ଶିବ, କିନ୍ତୁ ୧୯୯୦ରେ ଶିବର ମୃତ୍ୟୁ ହୋଇଥିଲେ, ଯାହା ପରେ ସେ ଏଠାରେ ଏକୁଟିଆ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri