Posted inଖେଳ

ମାରାଡୋନାଙ୍କୁ ଅନ୍ତିମ ବିଦାୟ

ବୁଏନସଏରିଜ୍‌: ଶୋକାକୁଳ ପରିବେଶରେ ଗୁରୁବାର ଡିଏଗୋ ମାରାଡୋନାଙ୍କ ଶେଷକୃତ ସମ୍ପନ୍ନ ହୋଇଛି। ଫୁଟ୍‌ବଲପ୍ରେମୀମାନେ ସେମାନଙ୍କ ପ୍ରିୟ ଫୁଟ୍‌ବଲରଙ୍କୁ ଅନ୍ତିମ ବିଦାୟୀ ଜଣାଇବା ଲାଗି ପ୍ରବଳ ଭିଡ଼ ଜମାଇଥିଲେ। ବୁଏନସଏରିଜର କେନ୍ଦ୍ରସ୍ଥଳରେ ଅବସ୍ଥିତ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କାସା ରୋସାଡାଠାରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୋଲିସ ଓ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏପରିକିି ପୋଲିସକୁ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିବାକୁ ପଡ଼ିଥିଲା। ଶେଷ ଦର୍ଶନ ପାଇଁ ମାରାଡୋନାଙ୍କ କାଠ ନିର୍ମିତ କଫିନ୍‌ ପ୍ରେସିଡେନ୍‌ସିଆଲ ଅଫିସ୍‌ ମୁଖ୍ୟ ଲବିରେ ରଖାଯାଇଥିଲା। କଫିନ୍‌ ଉପରେ ଆର୍ଜେଣ୍ଟିନା ପତାକା ଓ ଜାତୀୟ ଦଳର ୧୦ ନମ୍ବର ଶାର୍ଟ ରଖାଯାଇଥିଲା। କେତେଜଣ ଦର୍ଶନକାରୀଙ୍କ ଆଖିରେ ଲୁହ ଆସିଯାଇଥିଲା। ସେମାନେ ବିଭିନ୍ନ ଫୁଟ୍‌ବଲ ଦଳର ଜର୍ସି କଫିନ୍‌ ଉପରକୁ ଫିଙ୍ଗିଥିଲେ। ମାରାଡୋନାଙ୍କର ବୁଧବାର ହୃଦ୍‌ଘାତରେ ପ୍ରାଣହାନୀ ଘଟିଛି। ପ୍ରଥମେ ଝିଅ ଓ ଘନିଷ୍ଠ ସମ୍ପର୍କିୟମାନେ ଶେଷ ଦର୍ଶନ କରିଥିଲେ। ପରେ ଓସ୍କାର ରୁଜେରିଙ୍କ ସମେତ ୧୯୮୬ ବିଶ୍ୱକପ୍‌ ବିଜୟୀ ଦଳର ଟିମ୍‌ମେଟ୍‌, ବୋକା ଜୁନିୟର୍ସର କାର୍ଲୋସ ଟେଭେଜ୍‌ଙ୍କ ସମେତ ଆର୍ଜେଣ୍ଟିନାର ଅନ୍ୟ ଫୁଟ୍‌ବଲମାନଙ୍କୁ ସୁଯୋଗ ଦିଆଯାଇଥିଲା। ମାରାଡୋନାଙ୍କ ମୃତ୍ୟୁ ଖବର ସ୍ପଷ୍ଟ ହେବାର ମାତ୍ର କିଛି ଘଣ୍ଟା ପରେ କାସା ରୋସାଡା ବାହାରେ ଲମ୍ବା ଧାଡ଼ି ଆରମ୍ଭ ହୋଇଯାଇଥିଲା। କାସା ରୋସାଡା ବାହାରେ ଏକ ବଡ଼ କଳା ରଙ୍ଗର ସ୍କ୍ରିନ୍‌ରେ ମାରାଡୋନାଙ୍କର ଐତିହାସିକ ଫଟୋମାନ ସ୍ଥାନ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ସୁରକ୍ଷିତ ଘରକୁ ଫେରିଛନ୍ତି ପିଭି ସିନ୍ଧୁ, ଏକ ଭାବପ୍ରବଣ ପୋଷ୍ଟରେ ଦେଲେ ସୂଚନା

ବେଙ୍ଗାଲୁରୁ,୩।୩: ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ବିଦେଶରେ ଥିବା ବ୍ୟାଟମିଣ୍ଟନ ତାରକା ପିଭି ସିନ୍ଧୁଙ୍କୁ ନେଇ ଆସିଛି ଏକ ଖୁସି ଖବର। ଦୁବଇରେ ଫସି ରହିଥିବା ଏହି ସଟଲର…

୨୦୨୬ ଟି-୨୦ ବିଶ୍ୱକପକୁ ସ୍ମରଣୀୟ କରିଦେଲା ସଞ୍ଜୁ ସାମସନଙ୍କ ଇନିଂସ

ନୂଆଦିଲ୍ଲୀ,୩।୩: ଟି-୨୦ ବିଶ୍ୱକପର ପ୍ରାରମ୍ଭିକ ମ୍ୟାଚରେ ପାନୀୟ ଗ୍ରହଣ କରିବା ପାଇଁ ଜଣାଶୁଣା ସଞ୍ଜୁ ସାମସନ ରବିବାର ରାତିରେ ଇଡେନ ଗାର୍ଡେନ୍ସରେ ଇତିହାସ ସୃଷ୍ଟି କରିଥିଲେ, ଯାହା…

ଫାଇନାଲକୁ ଯିବେ ଏହି ୨ ଦଳ: ଟି-୨୦ ବିଶ୍ୱକପ ଫାଇନାଲକୁ ନେଇ ବଡ଼ ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୩।୩: ପୂର୍ବତନ ଅଷ୍ଟ୍ରେଲିୟ ଦ୍ରୁତ ବୋଲର ଗ୍ଲେନ ମ୍ୟାକଗ୍ରା ଟି-୨୦ ବିଶ୍ୱକପ ସେମିଫାଇନାଲ ପୂର୍ବରୁ ଏକ ସାହସିକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ଭାରତ ଏବଂ…

ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଜିତିବ ୨୦୨୬ ଟି-୨୦ ବିଶ୍ୱକପ? ୨୦୦୭ ବିଶ୍ୱକପ ସହିତ ରହୁଛି ବିଶେଷ ସମ୍ପର୍କ

ନୂଆଦିଲ୍ଲୀ,୩।୩: ଭାରତୀୟ କ୍ରିକେଟ ଦଳ ୨୦୨୬ ଟି-୨୦ ବିଶ୍ୱକପ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଟିମ ଇଣ୍ଡିଆ ମାର୍ଚ୍ଚ ୫ ରେ ଇଂଲଣ୍ଡ ବିପକ୍ଷରେ ସେମାନଙ୍କର ସେମିଫାଇନାଲ…

କିଏ ଅସନ୍ତୋଷ ପ୍ରକାଶ କଲେ, ଆଉ କେହି ଏହାକୁ ଏକ ପ୍ରଦର୍ଶନ ବୋଲି ଭାବିଥିଲେ…, IND vs PAK ହାତ ମିଳାଇବା ବିବାଦକୁ ନେଇ କ୍ରିକେଟ ଜଗତ ଦୁଇ ଭାଗ

ନୂଆଦିଲ୍ଲୀ,୩।୩: ଯେତେବେଳେ ବି ଭାରତ ଏବଂ ପାକିସ୍ତାନ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁହାଁମୁହିଁ ହୁଅନ୍ତି, ସେତେବେଳେ ଉତ୍ତେଜନା ସ୍ତର ଶୀର୍ଷରେ ଥାଏ। ଉଭୟ ଦଳର ଖେଳାଳିମାନେ…

ଟି-୨୦ ବିଶ୍ୱକପରୁ ବାଦ୍‌ ପଡ଼ିବା ପରେ ପାକିସ୍ତାନୀ କ୍ରିକେଟ୍‌ ଟିମକୁ କଠୋର ଦଣ୍ଡ ଦେଲା PCB, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୩।୩: ଟି-୨୦ ବିଶ୍ୱକପରୁ ବାଦ୍‌ ପଡ଼ିବା ପରେ ପାକିସ୍ତାନୀ କ୍ରିକେଟ୍‌ ଟିମକୁ ବଡ଼ ଝଟକା ଲାଗିଛି। PCB ପାକିସ୍ତାନର ଟି-୨୦ ବିଶ୍ୱକପ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୫୦ଲକ୍ଷ…

ଟି-୨୦ରେ ନୂଆ ରେକର୍ଡ ସୃଷ୍ଟି କଲେ ସୂର୍ଯ୍ୟକୁମାର, ରୋହିତ ଶର୍ମାଙ୍କୁ ପକାଇଲେ ପଛରେ…

ନୂଆଦିଲ୍ଲୀ,୩।୩: ଭାରତୀୟ ଟି-୨୦ କ୍ରିକେଟରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି। ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏବେ ଭାରତର ସବୁଠାରୁ ସଫଳ ଟି-୨୦…

ବର୍ଷା ଯୋଗୁ ଯଦି ଭାରତ-ଇଂଲଣ୍ଡ ଟି-୨୦ ବିଶ୍ୱକପ ସେମିଫାଇନାଲ ବାତିଲ ହୁଏ, ତେବେ କିଏ ଯିବ ଫାଇନାଲକୁ? ଜାଣନ୍ତୁ କ’ଣ କହୁଛି ICC ନିୟମ

ନୂଆଦିଲ୍ଲୀ,୩।୩: ଭାରତ ଏବଂ ଇଂଲଣ୍ଡ ମାର୍ଚ୍ଚ ୫ରେ T20 ବିଶ୍ୱକପ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri