ଲକ୍ଷ୍ୟଠୁ ବହୁ ଦୂରରେ ପାଣି ପଞ୍ଚାୟତ, ଜଳସମ୍ପଦ ବିଭାଗ ପକ୍ଷରୁ ଆସନ୍ତାକାଲିଠୁ ଆରମ୍ଭ ହେବ…

ଭଞ୍ଜନଗର,୫।୧(ବାବୁଲା ପ୍ରଧାନ): ରାଜ୍ୟ ସରକାର ୨୦୦୨ରେ ପାଣି ପଞ୍ଚାୟତ ଗଠନ କରିଥିଲେ। ୨୦୦୩ରେ ଏହା କାର୍ଯ୍ୟକାରୀ ହୋଇଥିଲା। ପାଣି ପଞ୍ଚାୟତ ଗଠନର ମୂଳ ଲକ୍ଷ୍ୟ ଥିଲା କେନାଲ ଏବଂ ନଦୀରେ ଉପର ମୁଣ୍ଡରୁ ତଳ ମୁଣ୍ଡକୁ କିଭଳି ପାଣି ପହଞ୍ଚିବ, ଚାଷୀମାନଙ୍କ ବିକାଶ ହେବ। ଏଥିସହ ଭୂତଳ ଜଳସ୍ତର ବୃଦ୍ଧି, ପ୍ରତ୍ୟେକ ସଦସ୍ୟଙ୍କର ଅଧିକାର ଓ କର୍ତ୍ତବ୍ୟ ପ୍ରତି ସମ୍ମାନ ଦେଇ ଗଣତାନ୍ତ୍ରିକ ପଦ୍ଧତିରେ କାର୍ଯ୍ୟକରିବା। ସେମାନଙ୍କର ସଂଗଠନ ଗୁଡ଼ିକୁ କାର୍ଯ୍ୟକ୍ଷମ, ସବଳ ଓ ସୁଦୃଢ଼ କରିବା । ଦେୟ ଅସୁଲ କରିବା ଓ ସେମାନଙ୍କର ସମ୍ବଳକୁ ସମ୍ବନିତ ଉପାୟରେ ପୁଞ୍ଜିଲଗାଣ କରିବା ସହ ଦରକାରୀ, ଉତ୍ପାଦନକ୍ଷମ ଓ ଲାଭଜନକ ହେଲାଭଳି କାର୍ଯ୍ୟ କରିବା। ସରକାରଙ୍କ ବିଭିନ୍ନ ବିଭାଗ ତାହାର ଏଜେନ୍ସିଗୁଡ଼ିକ ସହିତ ଘନିଷ୍ଠ ସମନ୍ବୟ ରକ୍ଷାକରି କାର୍ଯ୍ୟ କରିବା ଉତ୍ପାଦନକ୍ଷମ ଭୂମି ଉପଯୋଗ ପଦ୍ଧତିକୁ ଅନୁସରଣ କରିବା। ମୃତ୍ତିକା କ୍ଷୟ ହେଉଥିବା ଅଞ୍ଚଳରେ ବୃକ୍ଷରୋପଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପ୍ରମୁଖ ଲକ୍ଷ୍ୟ ନେଇ ପାଣି ପଞ୍ଚାୟତ ଗଠନ ହୋଇଥିଲା । କିନ୍ତୁ ଅନେକ ଲକ୍ଷ୍ୟ ଆଜି ଯାଏ କାର୍ଯ୍ୟକାରୀ ହୋଇପାରିନାହିଁ । ଚାଷୀଙ୍କଠାରୁ ବିଭାଗୀୟ ଅଧିକାରୀମାନେ ଦୂରେଇ ଯାଉଛନ୍ତି। ପାଣି ପଞ୍ଚାୟତ ସଂଗଠନକୁ ଯେତିକି ସୁବିଧା ସୁଯୋଗ ଦିଆଯିବା କଥା ଦିଆଯାଉନାହିଁ। ତେଣୁ ପାଣି ପଞ୍ଚାୟତ ଗଠନ ହେବାର ଆଜକୁ ୨୩ ବର୍ଷ ବିତିଯାଇଥିଲେ ମଧ୍ୟ ଲକ୍ଷ୍ୟ ଠାରୁ ବହୁ ଦୂରରେ ରହିଯାଇଛି ପାଣି ପଞ୍ଚାୟତ ସଂଗଠନ। ଏହିଭଳି ପରିସ୍ଥିତିରେ ମଙ୍ଗଳବାର ଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଣି ପଞ୍ଚାୟତପକ୍ଷ ପାଳନ ହେବ। ଏଥିପାଇଁ ଜଳସମ୍ପଦ, କ୍ଷୁଦ୍ର ଜଳସେଚନ, କାଡ଼ା ପ୍ରମୁଖ ବିଭାଗ ପକ୍ଷରୁ ପାଣି ପଞ୍ଚାୟତପକ୍ଷ ପାଳନ ହେବ। ଏଥିପାଇଁ ସମସ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଛି। ରାଜ୍ୟରେ ହଜାର ହଜାର ପାଣି ପଞ୍ଚାୟତ ଗଠନ ହୋଇଛି। ପ୍ରତି ୩ ବର୍ଷକୁ ଥରେ ସେମାନଙ୍କ ନିର୍ବାଚନ ହୋଇଥାଏ। କିନ୍ତୁ ବିଭାଗୀୟ ଅବହେଳା, ଆଇନଗତ ପ୍ରମୁଖ କାରଣ ଯୋଗୁ ରାଜ୍ୟର ଅନେକ ପାଣି ପଞ୍ଚାୟତ ନିର୍ବାଚନ ବର୍ତ୍ତମାନ ସୁଧା ହୋଇନାହିଁ। ନିର୍ବାଚନ ନ ହେବା ଦ୍ବାରା ଉକ୍ତ ପାଣି ପଞ୍ଚାୟତ ଗୁଡ଼ିକ ଅଚଳ ହୋଇଅଛି । ପାଣି ପଞ୍ଚାୟତଗୁଡ଼ିକୁ ବିଗତ ସରକାର ଅନେକ ସୁବିଧା ସୁଯୋଗ ଦେବେ ବୋଲି ଅନେକ ଥର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିଗତ ସରକାର ତାହା ସଠିକ ଭାବେ କାର୍ଯ୍ୟକାରୀ କରିପାରିନଥିଲା। ଇତିମଧ୍ୟରେ ନୂଆଁ ସରକାର ଆସିଛି। ଚାଷୀମାନେ ନୂଆ ସରକାରଙ୍କ ଠାରୁ ଅନେକ ଆଶା ରଖିଛନ୍ତି। ତାହା ଆଗାମୀ ଦିନରେ କେତେଦୂର ସଫଳ ହେଉଛି ତାହାକୁ ନେଇ ଚାଷୀମାନେ ଅପେକ୍ଷା କରି ରହିଛନ୍ତି। ଏହିଭଳି ପରିସ୍ଥିତିରେ ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଜନ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ମଙ୍ଗଳବାର ବେଲଗୁଣ୍ଠା ବ୍ଲକ ମାଧବରିଡ଼ାଠାରେ ପାଣି ପଞ୍ଚାୟତ ପକ୍ଷ ଉଦ୍‌ଘାଟନ ଉତ୍ସବ ପାଳନ ହେବ। ଏଥିରେ ୫୫ ଟି ପାଣି ପଞ୍ଚାୟତର କର୍ମକର୍ତ୍ତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାଡ଼ଭଙ୍ଗା ଶୀତରେ ଥରୁଛି ରାଜ୍ୟ, ୧୦ ଡିଗ୍ରୀ ତଳେ ୨୩ ସହର

ଭୁବନେଶ୍ୱର,୭ା୧: ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ। ୨୩ ସହରର ପାରଦ ୧୦ ଡିଗ୍ରୀ ତଳେ ଥିବାବେଳେ ୩୮ସହରରେ ୧୨ ଡିଗ୍ରୀ ତଳେ ତାପମାତ୍ରା ରହିଛି।...

ଦୋକାନ ସାମଗ୍ରୀ କିଣିବାକୁ ଯାଇ ଆଉ ଫେରିଲେନି ଯୁବକ, ଖୋଜାଖୋଜି କରିବା ପରେ ଗଛରୁ ମିଳିଲା…

ପାଟଣାଗଡ଼ ୭।୧ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଥାନା ଧାତୁକ ପଞ୍ଚାୟତ ମଲ୍ଲିକମୁଣ୍ଡା ଗ୍ରାମର ଅନତି ଦୂରରେ ରାସ୍ତା କଡର ଏକ ଗଛରୁ ଜଣେ...

ବଙ୍ଗୋପସାଗରରେ ଅବପାତ ରୂପ ନେଲା ଲଘୁଚାପ, ୨୪ ଘଣ୍ଟାରେ…

ଭୁବନେଶ୍ୱର,୭।୧: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତ ରୂପ ନେଇଛି। ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତ ସମ୍ଭାବନା ରହିଛି। ଓଡ଼ିଶା ଉପରେ ପ୍ରଭାବ...

ପୂର୍ବତନ ସମିତିସଭ୍ୟାଙ୍କ ପରଲୋକ, ରାଜନୈତିକ କ୍ୟାରିୟରରେ…

ପାଟଣା,୭ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତ ପୂର୍ବସମିତି ସଭ୍ୟା ଯଶୋଦା ସେଠୀଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ଘଟିଛି। ସେ ବାର୍ଦ୍ଧକ୍ୟ...

ମିଲର୍ସଙ୍କ ଦାବି ମାନିନେଲେ ସରକାର:ସ୍ବାଭାବିକ ହେଲା ଧାନ କିଣା

ଭୁବନେଶ୍ୱର,୭।୧:ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ଆଜିଠୁ ସ୍ବାଭାବିକ ହେଲା ଧାନ କିଣା। ମିଲର୍ସଙ୍କ କିଛି ଦାବିକୁ ମାନିଛନ୍ତି ସରକାର।୧୯ ଜିଲାରେ ୩.୧୫ ଲକ୍ଷ...

30 ବର୍ଷ ପରେ ନିଜ ନକ୍ଷତ୍ରକୁ ଯିବେ ଶନି, ୩ ରାଶି ଆକସ୍ମିକ ହେବେ ଧନୀ! ଖେଶଜିବାକୁ ପଡିବନି ଚାକିରି…

ଶନି ଏକ ଧୀର ଗତିଶୀଳ ଗ୍ରହ, ଯାହା କର୍ମ, ନ୍ୟାୟ, ଶୃଙ୍ଖଳା ଏବଂ ଦୀର୍ଘକାଳୀନ ଫଳାଫଳକୁ ପ୍ରତିନିଧିତ୍ୱ କରେ। ଯେତେବେଳେ ଶନି ତାଙ୍କ ନକ୍ଷତ୍ର ପରିବର୍ତ୍ତନ...

ଟ୍ରମ୍ପଙ୍କ ଉପରେ ଖୁସି ନାହାନ୍ତି ପ୍ରଧାନମନ୍ତ୍ରୀ ମୋଦି, ଏକଥା ନିଜେ ସ୍ବୀକାର କରି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭ା୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଖୁସି ନାହାନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏକଥା ନିଜେ ଟ୍ରମ୍ପ କହିଛନ୍ତି। ଭାରତ ସମ୍ପର୍କରେ ପ୍ରତିକ୍ରିୟା...

କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଭେଟି ୩ ବଡ଼ ଦାବି କଲେ ଅପରାଜିତା: ମିଳିଲା ଅନୁମୋଦନ, ୧୧୧ କୋଟିରେ ହେବ…

ଭୁବନେଶ୍ୱର,୭।୧: କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀଙ୍କୁ  ଅପରାଜିତା ସାକ୍ଷାତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri