ଲକ୍ଷ୍ୟଠୁ ବହୁ ଦୂରରେ ପାଣି ପଞ୍ଚାୟତ, ଜଳସମ୍ପଦ ବିଭାଗ ପକ୍ଷରୁ ଆସନ୍ତାକାଲିଠୁ ଆରମ୍ଭ ହେବ…

ଭଞ୍ଜନଗର,୫।୧(ବାବୁଲା ପ୍ରଧାନ): ରାଜ୍ୟ ସରକାର ୨୦୦୨ରେ ପାଣି ପଞ୍ଚାୟତ ଗଠନ କରିଥିଲେ। ୨୦୦୩ରେ ଏହା କାର୍ଯ୍ୟକାରୀ ହୋଇଥିଲା। ପାଣି ପଞ୍ଚାୟତ ଗଠନର ମୂଳ ଲକ୍ଷ୍ୟ ଥିଲା କେନାଲ ଏବଂ ନଦୀରେ ଉପର ମୁଣ୍ଡରୁ ତଳ ମୁଣ୍ଡକୁ କିଭଳି ପାଣି ପହଞ୍ଚିବ, ଚାଷୀମାନଙ୍କ ବିକାଶ ହେବ। ଏଥିସହ ଭୂତଳ ଜଳସ୍ତର ବୃଦ୍ଧି, ପ୍ରତ୍ୟେକ ସଦସ୍ୟଙ୍କର ଅଧିକାର ଓ କର୍ତ୍ତବ୍ୟ ପ୍ରତି ସମ୍ମାନ ଦେଇ ଗଣତାନ୍ତ୍ରିକ ପଦ୍ଧତିରେ କାର୍ଯ୍ୟକରିବା। ସେମାନଙ୍କର ସଂଗଠନ ଗୁଡ଼ିକୁ କାର୍ଯ୍ୟକ୍ଷମ, ସବଳ ଓ ସୁଦୃଢ଼ କରିବା । ଦେୟ ଅସୁଲ କରିବା ଓ ସେମାନଙ୍କର ସମ୍ବଳକୁ ସମ୍ବନିତ ଉପାୟରେ ପୁଞ୍ଜିଲଗାଣ କରିବା ସହ ଦରକାରୀ, ଉତ୍ପାଦନକ୍ଷମ ଓ ଲାଭଜନକ ହେଲାଭଳି କାର୍ଯ୍ୟ କରିବା। ସରକାରଙ୍କ ବିଭିନ୍ନ ବିଭାଗ ତାହାର ଏଜେନ୍ସିଗୁଡ଼ିକ ସହିତ ଘନିଷ୍ଠ ସମନ୍ବୟ ରକ୍ଷାକରି କାର୍ଯ୍ୟ କରିବା ଉତ୍ପାଦନକ୍ଷମ ଭୂମି ଉପଯୋଗ ପଦ୍ଧତିକୁ ଅନୁସରଣ କରିବା। ମୃତ୍ତିକା କ୍ଷୟ ହେଉଥିବା ଅଞ୍ଚଳରେ ବୃକ୍ଷରୋପଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପ୍ରମୁଖ ଲକ୍ଷ୍ୟ ନେଇ ପାଣି ପଞ୍ଚାୟତ ଗଠନ ହୋଇଥିଲା । କିନ୍ତୁ ଅନେକ ଲକ୍ଷ୍ୟ ଆଜି ଯାଏ କାର୍ଯ୍ୟକାରୀ ହୋଇପାରିନାହିଁ । ଚାଷୀଙ୍କଠାରୁ ବିଭାଗୀୟ ଅଧିକାରୀମାନେ ଦୂରେଇ ଯାଉଛନ୍ତି। ପାଣି ପଞ୍ଚାୟତ ସଂଗଠନକୁ ଯେତିକି ସୁବିଧା ସୁଯୋଗ ଦିଆଯିବା କଥା ଦିଆଯାଉନାହିଁ। ତେଣୁ ପାଣି ପଞ୍ଚାୟତ ଗଠନ ହେବାର ଆଜକୁ ୨୩ ବର୍ଷ ବିତିଯାଇଥିଲେ ମଧ୍ୟ ଲକ୍ଷ୍ୟ ଠାରୁ ବହୁ ଦୂରରେ ରହିଯାଇଛି ପାଣି ପଞ୍ଚାୟତ ସଂଗଠନ। ଏହିଭଳି ପରିସ୍ଥିତିରେ ମଙ୍ଗଳବାର ଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଣି ପଞ୍ଚାୟତପକ୍ଷ ପାଳନ ହେବ। ଏଥିପାଇଁ ଜଳସମ୍ପଦ, କ୍ଷୁଦ୍ର ଜଳସେଚନ, କାଡ଼ା ପ୍ରମୁଖ ବିଭାଗ ପକ୍ଷରୁ ପାଣି ପଞ୍ଚାୟତପକ୍ଷ ପାଳନ ହେବ। ଏଥିପାଇଁ ସମସ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଛି। ରାଜ୍ୟରେ ହଜାର ହଜାର ପାଣି ପଞ୍ଚାୟତ ଗଠନ ହୋଇଛି। ପ୍ରତି ୩ ବର୍ଷକୁ ଥରେ ସେମାନଙ୍କ ନିର୍ବାଚନ ହୋଇଥାଏ। କିନ୍ତୁ ବିଭାଗୀୟ ଅବହେଳା, ଆଇନଗତ ପ୍ରମୁଖ କାରଣ ଯୋଗୁ ରାଜ୍ୟର ଅନେକ ପାଣି ପଞ୍ଚାୟତ ନିର୍ବାଚନ ବର୍ତ୍ତମାନ ସୁଧା ହୋଇନାହିଁ। ନିର୍ବାଚନ ନ ହେବା ଦ୍ବାରା ଉକ୍ତ ପାଣି ପଞ୍ଚାୟତ ଗୁଡ଼ିକ ଅଚଳ ହୋଇଅଛି । ପାଣି ପଞ୍ଚାୟତଗୁଡ଼ିକୁ ବିଗତ ସରକାର ଅନେକ ସୁବିଧା ସୁଯୋଗ ଦେବେ ବୋଲି ଅନେକ ଥର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିଗତ ସରକାର ତାହା ସଠିକ ଭାବେ କାର୍ଯ୍ୟକାରୀ କରିପାରିନଥିଲା। ଇତିମଧ୍ୟରେ ନୂଆଁ ସରକାର ଆସିଛି। ଚାଷୀମାନେ ନୂଆ ସରକାରଙ୍କ ଠାରୁ ଅନେକ ଆଶା ରଖିଛନ୍ତି। ତାହା ଆଗାମୀ ଦିନରେ କେତେଦୂର ସଫଳ ହେଉଛି ତାହାକୁ ନେଇ ଚାଷୀମାନେ ଅପେକ୍ଷା କରି ରହିଛନ୍ତି। ଏହିଭଳି ପରିସ୍ଥିତିରେ ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଜନ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ମଙ୍ଗଳବାର ବେଲଗୁଣ୍ଠା ବ୍ଲକ ମାଧବରିଡ଼ାଠାରେ ପାଣି ପଞ୍ଚାୟତ ପକ୍ଷ ଉଦ୍‌ଘାଟନ ଉତ୍ସବ ପାଳନ ହେବ। ଏଥିରେ ୫୫ ଟି ପାଣି ପଞ୍ଚାୟତର କର୍ମକର୍ତ୍ତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ଭୟରେ ଲୋକେ…

ଶ୍ରୀନଗର,୧୨।୪: ଜମ୍ମୁ ଓ କଶ୍ମୀରର ଡୋଡା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ମାପ କରାଯାଇଛି। ଭୂକମ୍ପ ଅନୁଭୂତ ହେବାମାତ୍ରେ ଲୋକେ…

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri