ଶ୍ୱେତା ତିୱାରୀଙ୍କ ଝିଅଙ୍କ ଭିଡିଓ ଦେଖି ଏମିତି ଲେଖିଲେ ପ୍ରଶଂସକ

ଛୋଟପରଦା ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ କୌଣସି ସେଲିବ୍ରିଟିଙ୍କଠୁ କମ ନୁହଁନ୍ତି । ସୋସିଆଲ ମିଡିଆରେ ପଲକଙ୍କର ଅନେକ ଫଲୋଅର୍ସ ଅଛନ୍ତି । ସମସ୍ତେ ତାଙ୍କ ଫଟୋ ଏବଂ ଭିଡିଓକୁ ଖୁବ୍‌ ପସନ୍ଦ କରିଥାନ୍ତି । ଏବେ ପଲକଙ୍କୁ ଦେଶୀ ଲୁକ୍‌ରେ ଦେଖିବାକୁ ମିଳିଛି। ପଲକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ନଜର ଆସୁଛି କି ପଲକ ରେଡ ସୁଟ୍‌ରେ ସୁନ୍ଦର ଲାଗୁଛନ୍ତି । ସମସ୍ତେ ତାଙ୍କ ଦେଶୀ ଲୁକ୍‌ସର ପ୍ରଶଂସକ ହୋଇଯାଇଛନ୍ତି। ଭିଡିଓ ଦେଖି କେହି କେହି ୟୁଜର୍ସ ତାଙ୍କୁ ‘ସ୍ମାଇଲ କ୍ୟୁଟ’ବୋଲି କହିଛନ୍ତି।

Share