କ୍ଷମା ମାଗି ଟ୍ରୋଲ ହେଲେ ଆମିର

ମୁମ୍ବାଇ: ଫିଲ୍ମ ‘ଲାଲ ସିଂ ଚଢା’ ରିଲିଜ୍ ହେବା ପୂର୍ବରୁ ଆମିର ଖାଁ ଲଗାତାର ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି । ସେ କ୍ଷମା ମାଗିବା ପରେ ବି ବାରମ୍ବାର ଟ୍ରୋଲର ଶିକାର ହେଉଛନ୍ତି । ଲାଲ ସିଂ ଚଢା ଫ୍ଲପ ହେବା ପରେ ବି ଟ୍ରୋଲ ଜାରି ରହିଛି । କଥା ହେଲା ଏବେ ଆମିର ଯାହା ବି କରୁଛନ୍ତି ସବୁବେଳେ ଟ୍ରୋଲର ଶିକାର ହେଉଛନ୍ତି । ତାଜା ସୂଚନା ହେଉଛି ଏବେ ସେ ତାଙ୍କ ପ୍ରଡକସନ ହାଉସର ଟୁଇଟର ହ୍ୟାଣ୍ଡେଲରେ କ୍ଷମା ମାଗିବା ପରେ ଟ୍ରୋଲର ଶିକାର ହୋଇଛନ୍ତି । ଏବେ ଟ୍ରୋଲର୍ସ କହିଛନ୍ତି ତାଙ୍କ ଆକାଉଣ୍ଟ ହ୍ୟାକ ହୋଇଛି ନିଶ୍ଚୟ ।
ମିଳିଥିବା ସୂଚନା ଅନୁଯାୟୀ, ଆମିର ଖାଁଙ୍କ ପ୍ରଡକସନ ହାଉସ ଜୈନ ଦଶଲାକ୍ଷଣୀ ଆରମ୍ଭ ହେବା ଅବସରରେ ଟୁଇଟର ହ୍ୟାଣ୍ଡେଲରେ ଏକ କ୍ଲିପ ଶେୟାର କରିଥିଲା । ଏଥିରେ ମିଚ୍ଛାମି ଦୁକ୍କଡମ ଲେଖାଯାଇ, ଜଣା ଅଜଣାରେ ହୋଇଥିବା ଭୁଲକୁ ନେଇ କ୍ଷମା ମଗାଯାଇଥିଲା । ଏହାପରେ କେତେଜଣ ୟୁଜର୍ସ ଆମିର ଖାଁଙ୍କ ସମର୍ଥନରେ କମେଣ୍ଟ କରିଥିବା ବେଳେ ଆଉ କେତେଜଣ ତାଙ୍କ ଆକାଉଣ୍ଟ ହ୍ୟାକ ହୋଇଥିବା ଦାବି କରିଥିଲେ ।

ମିଚ୍ଛାମି ଦୁକ୍କଡମ କ୍ଲିପରେ ଭଏସ ଓଭର ବି ରହିଛି । ଏଥିରେ କୁହାଯାଇଛି ଆମେ ମଣିଶ ଭୁଲ ଆମର ହିଁ ହୋଇଥାଏ । କେତେବେଳ କଥାରେ, କେତେବେଳେ ଦୁଷ୍ଟାମିରେ, କେତେବେଳେ ଅଜାଣତରେ, କେତେବେଳେ ରାଗରେ, କେତେବେଳେ ମଜାରେ , କେତେବେଳେ କଥା ନ ହୋଇ.. ମୁଁ ଯଦି ଏମିତି କିଛି ଭୁଲ କରିଥାଏ ଅବା କାହା ମନରେ କଷ୍ଟ ଦେଇଥାଏ ତେବେ ମୁଁ ହୃଦୟରୁ କ୍ଷମା ମାଗୁଛି ।
ସୂଚନାଯୋଗ୍ୟ, ଏହି ପୋଷ୍ଟ ପଛରେ ଜୈନ ଧର୍ମାବଲମ୍ବିଙ୍କ ଉତ୍ସବ ରହିଛି । ଭାଦ୍ରବ ମାସର ଚତୁର୍ଥି ଦିନ ଶ୍ୱେତାମ୍ବର ଜୈନଙ୍କର ପର୍ଯ୍ୟୁଷଣ ପର୍ବ ଶେଷ ହୋଇଥାଏ । ଏପଟେ ଦିଗମ୍ବର ଜୈନଙ୍କ ଦଶଲାକ୍ଷଣୀ ପର୍ବ ଆରମ୍ଭ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଏହି ପୋଷ୍ଟ କରାଯାଇଛି । ମିଚ୍ଛାମି ଦୁକ୍କଡମ ମାଧ୍ୟମରେ ଜୈନ ଧର୍ମାବଲମ୍ବିମାନେ ଜାଣତରେ ବା ଅଜାଣତରେ କରିଥିବା ଭୁଲ ପାଇଁ କ୍ଷମା ମାଗିଥାଆନ୍ତି ।
ଆମିର ଖାଁଙ୍କ ପ୍ରଡକଶନର ଟୁଇଟର ହ୍ୟାଣ୍ଡେଲରେ ଏହି ପୋଷ୍ଟ ଦେଖିବା ପରେ ଲୋକେ ଦ୍ୱନ୍ଦ୍ୱରେ ପଡିଯାଇଥିଲେ । କେହି କେହି ଏହି ଆକାଉଣ୍ଟ ହ୍ୟାକ ହୋଇଥିବା ଦାବି କରିଥିବା ବେଳେ ଅନ୍ୟ କେତେଜଣ କହିଥିଲେ, ଆମିର ଖାଁ ତୁମେ ଏତେ ଦୁର୍ବଳ ନୁହେଁ ତୁମେ କୌଣସି ଭୁଲ କରିନ, ବିନା କାରଣରେ କାହିଁକି କ୍ଷମା ମାଗୁଛ ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ହେବନାହିଁ ଆଇପିଏଲ୍‌ ପ୍ରସାରଣ, କାହିଁକି ଜାଣନ୍ତୁ…

ଢାକା,୩୧ା୩: ଭାରତର ପ୍ରସାରଣକାରୀ ସଂସ୍ଥା ଜିଓଷ୍ଟାର ବାଂଲାଦେଶରେ ଚଳିତ ବର୍ଷର ଆଇପିଏଲ୍‌ ପ୍ରସାରଣ ଚୁକ୍ତିକୁ ବରଖାସ୍ତ କରିଛି। ସ୍ଥାନୀୟ ସାଥି କମ୍ପାନୀ ପାଉଣା ଦେବାରେ ବିଫଳ ହୋଇଥିବାରୁ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

Video: ଯୁଦ୍ଧ ଶେଷ କରିବାକୁ ଇରାନ ରାଜି ହେବାର ସଙ୍କେତ ଦେବା ଭିତରେ ଏମିତି ଭିଡ଼ିଓ ଶେୟାର କଲେ ଟ୍ରମ୍ପ, ସାରା ବିଶ୍ୱ ଚକିତ! ଦେଖନ୍ତୁ…

ତେହରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି। ଆଜି (ମଙ୍ଗଳବାର) ଏହି ସଂଘର୍ଷର 32ତମ ଦିନ। ଆମେରିକା ଏବଂ…

ଜଙ୍ଗଲରେ ଦନ୍ତା ହାତୀ: ଭୟରେ ଅଞ୍ଚଳବାସୀ, ସତର୍କ ରହିବାକୁ ପରାମର୍ଶ ଦେଲା ବନବିଭାଗ

ଜି.ଉଦୟଗିରି,୩୧।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ନିକଟ ରଟିଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ସୋମବାର ରାତିରେ ଦନ୍ତା ହାତୀ ଥିବା ନେଇ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ମନ୍ଦିରରେ ଦଳାଚକଟା….ପରସ୍ପର ଉପରେ ଚଢ଼ିଗଲେ ଭକ୍ତ, ଚାଲିଗଲା ୮ ଜୀବନ

ପାଟନା,୩୧।୩: ବିହାରର ନାଳନ୍ଦା ଜିଲାରେ ଛାତିଥରା ଅଘଟଣ । ଏଠାରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ହଠାତ୍ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri